Posted inRasifala

ରାଶିଫଳ: ଶନିବାର , ଜୁନ ୧୫ ତାରିଖ – Daily Horoscope

ମେଷ
ଶୁକ୍ର ମୁଖ ଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭକରି ଖୁସିହେବେ। ଅଫିସରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ଅଷ୍ଟମସ୍ଥ ଚନ୍ଦ୍ର ବୁଝାମଣାର ଅଭାବ ସୃଷ୍ଟି କରିପାରେ ।
ବୃଷ
ବୃଷ
ମଙ୍ଗଳ ଓ ବୁଧ ଦ୍ୱିତୀୟଭାବରେ ଆପଣଙ୍କ ଅପ୍ରିୟ ସତ୍ୟର କଠୋର ବାକ୍ୟାଳାପ ବନ୍ଧୁ ସମ୍ପର୍କକୁ ତିକ୍ତ କରିଦେଇପାରେ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳିଯିବାର ସୂଚନା ରହିଛି। କିନ୍ତୁ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ଧନାଧିପ ଷଷ୍ଠସ୍ଥ ଯୋଗୁ ଆପଣଙ୍କ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳିଯାଇପାରେ । ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ । ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର କ୍ଷୀଣ ଆଶା ରହିଛି ।
କର୍କଟ
କର୍କଟ
ଲାଭଭାବରେ ରବି ଅର୍ଥନୈତିକ ଅଭିବୃଦ୍ଧି କରାଇବା ସହ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ କରାଇପାରେ; ଯାହା ବହୁଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବ। ସରକାରୀ ସ୍ତରରୁ କିମ୍ବା ଆଇନର ସହାୟତାରୁ ଉପକୃତ ହେବେ।
ସି˚ହ
ସି˚ହ
ଧନାଧିପ କର୍ମଭାବରେ ପ୍ରବଳ ଧନଯୋଗ ସୃଷ୍ଟିକରି ଅଭିଳଷିତ ଆର୍ଥିକ ସାହାଯ୍ୟ ନିଶ୍ଚିତ ପାଇବେ । ଏକ ଆନନ୍ଦଦାୟକ ପରିବେଶରେ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ ଅସ୍ଥିରତା କେତେକାଂଶରେ ଦୂରୀଭୂତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରେଇଯିବ । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ।
କନ୍ୟା
ବିଳାସବ୍ୟସନକାରକ ଶୁକ୍ର ଧନଭାବକୁ ଦେଖୁଥିବାରୁ ଆଜି ଅର୍ଥଲାଭ,ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ବନ୍ଧୁଗହଣରେ ମିଷ୍ଠାନ୍ନଭୋଜନ ଯୋଗ ରହିଛି । ପାରିବାରିକ ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ କିମ୍ବା ମରାମତିରେ ବ୍ୟସ୍ତ ରହିପାରନ୍ତି।
ତୁଳା
ତୁଳା
ଅଷ୍ଟମଭାବରୁ ରାହୁ ସହ ମଙ୍ଗଳ ଧନଭାବକୁ ଦୃଷ୍ଟି ଦେଉଥିବାରୁ ସତର୍କତା ଅଭାବରୁ ଧନହାନିର ପୂର୍ଣ୍ଣ ସୂଚନା ରହିଛି । ଆଜି ଦିନଟିରେ ସଭାସମିତିରୁ ସମ୍ମାନିତ ହେବେ । ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ, କିନ୍ତୁ ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ । ପ୍ରଶାସନିକ ସ୍ତରରେ,ରାଜନୈତିକ କ୍ଷେତ୍ରରେ,ଆଇନ ଅଦାଲତରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବେ।
ବିଛା
ବିଛା
ଆଜି ଆପଣଙ୍କ ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟିହୋଇ ଅର୍ଥ, ଉଚ୍ଚସମ୍ମାନ,ବନ୍ଧୁପ୍ରୀତି ମାଧ୍ୟମରେ ଆନନ୍ଦ ପ୍ରାପ୍ତ କରାଇବ । ସମସ୍ୟା ଆସିଲେ ମଧ୍ୟ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ । ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ । ଚେଷ୍ଟା କରୁଥିବା କାମରେ ଉତ୍ସାହ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ।
ଧନୁ
ଧନୁ
ଧନାଧିପ ରାଶିରେ ପାପଗ୍ରହ ଯୁକ୍ତ ହେତୁ ଆପଣଙ୍କୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇ ଋଣଗ୍ରସ୍ତ କରାଇପାରନ୍ତି। ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡ଼ିପାରେ । ତଥାପି କର୍ମକ୍ଷେତ୍ର ସଙ୍ଗଠନ, ପ୍ରଶାସନ ଓ ପାଖପଡ଼ୋଶୀଙ୍କ ଆଦର ଗୌରବରୁ ଖୁସି ରହିବେ।
ମକର
ମକର
ଏକାଦଶରେ ଶନି ଆପଣଙ୍କୁ ବିଜାତୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଆର୍ଥିକ, ସାଙ୍ଗଠନିକ ସହାୟତା ପ୍ରଦାନ କରିବେ। ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ। ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ, କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନ୍‌ସନ ବଢ଼ିଯିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପଙ୍କ ସହ କର୍ମସ୍ଥ ଧନାଧିପ ଆପଣଙ୍କୁ ବ୍ୟାଙ୍କ, ଲଟେରି, ସଞ୍ଚୟ ଜମାରୁ ଅର୍ଥପ୍ରାପ୍ତ କରାଇପାରେ। ଚିନ୍ତା ନ କରି କାମ କରି ଚାଲନ୍ତୁ, ଅବଶ୍ୟ ସଫଳତା ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ । କେତୁଯୁକ୍ତ ରାଶ୍ୟାଧିପତି ଯୋଗୁ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବା ସମ୍ଭାବନା ରହିଛି ।
ମୀନମୀନ
ଚତୁର୍ଥ ଭାବରେ ଧନାଧିପ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟୟବହୁଳତା ସୃଷ୍ଟି କରିବ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ,ବନ୍ଧୁମାନଙ୍କ ମଧ୍ୟରେ କିମ୍ବା ସାମାଜିକ ସ୍ତରରେ ବିବାଦ ବୃଦ୍ଧି ଘଟିପାରେ। କିନ୍ତୁ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁମିଳନରୁ ଖୁସି ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri