ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୨%

ଭୁବନେଶ୍ୱର,୧-୧୦(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁଲାଇରେ ୩୧୯ ପଏଣ୍ଟ ଥିଲା। ଏହା ଅଗଷ୍ଟରେ ୧ ପଏଣ୍ଟ ବଢି ୩୨୦ ପଏଣ୍ଟ ହୋଇଛି। ତାଳଚେର ଅନୁଗୋଳରେ ଏବଂ ରାଉରକେଲାର ଖାଉଟି ମୂଲ୍ୟସୂଚୀ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। ଆର୍ଥତ୍କ ଅର୍ଦ୍ଧବାର୍ଷିକ କ୍ଲୋଜିଂ ପାଇଁ ସେପ୍ଟେମ୍ବରରେ ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୪୬.୭% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫.୩% ବଢିି ୧୫୨% ହୋଇଛି। ଏମାନେ ଏହି ବର୍ଦ୍ଧିତ ଡିଏ ଅକ୍ଟୋବର ପହିଲାରୁ ପାଇବେ।
ସେପ୍ଟେମ୍ବର ୨୬ ଏବଂ ୨୭ରେ ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଡାକରା ଦେଇଥିଲେ ସେମାନେ ଏବେ ୬୮.୧% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୩% ବୃଦ୍ଧି ଘଟି ୭୧.୪% ହୋଇଛି। ନଭେମ୍ବର ପହିଲାରୁ ଏହା ଲାଗୁ ହେବ। ସୋମବାର ଅନେକ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଅବସର ନେଇଛନ୍ତି। ଓଡ଼ିଶାରେ ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୨ରୁ ପେନଶନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ଜାନୁୟାରୀ ୨୧ରେ ରାଜ୍ୟପାଳ ଗଣେଶି ଲାଲଙ୍କୁ ଏମାନେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବୀମା କର୍ମଚାରୀମାନେ ବର୍ତ୍ତମାନ ୬୧.୪ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୩.୩% ବୃଦ୍ଧି ଘଟି ୬୪.୭% ହୋଇଛି। ଏହି ବର୍ଦ୍ଧିତ ଡିଏ ନଭେମ୍ବର ପହିଲାରୁ ସେମାନେ ପାଇବେ। ଅବସରପ୍ରାପ୍ତ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୧୨% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୮% ବୃଦ୍ଧି ଘଟି ୨୦% ହୋଇଛି। ୫% ଏମାନେ ଚଳିତ ବର୍ଷ ଜୁଲାଇ ପହିଲାରୁ ଏବଂ ଅବଶିଷ୍ଟ ୩% ୨୦୨୦ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଡିସେମ୍ବରରେ ରିଜର୍ଭ ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଂ ପାଇଁ କୌଣସି ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ୍‌ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡିମାନେ ମଧ୍ୟ ୨୦% ମହଙ୍ଗା ଭତ୍ତା ପାଇବେ। ଏହା ଜାନୁୟାରୀ ପହିଲାରୁ ଲାଗୁ ହେବ। ଗତ ବର୍ଷ ସେପ୍ଟେମ୍ବର ୪ ଏବଂ ୫ ଦୁଇ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ଶନ ଏବଂ ପେନ୍‌ଶନ ସଂଶୋଧନ ପାଇଁ ଯେଉଁ ଧର୍ମଘଟ ଡାକରା ଦେଇଥିଲେ ତାହା ସ୍ଥଗିତ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ହଜାର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କର ପେନଶନ ସଂଶୋଧନ କରାଯାଇଛି। ପ୍ରାୟ ୩,୦୦୦ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପେନଶନକୁ ଅପେକ୍ଷା କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri