ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ

ରାସଗୋବିନ୍ଦପୁର,୧୪।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ ଝାଡଖଣ୍ଡରୁ ଆସିଥିବା ଶତାଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ସାରୁମଳା, ନାକିଚୁଆ, ଅମରଦା, ନଳଗଜା, ଭୋଦୁଆଶୋଳ ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀପଲରେ ଅଧିକାଂଶ ଛୋଟଛୋଟ ହାତୀ ଥିବାରୁ ସେମାନଙ୍କୁ ଘଉଡାଇବାରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି। ସ୍ଥାନୀୟ ଜଙ୍ଗଲରେ ଦିନତମାମ ହାତୀ ପଲ ରହୁଥିବା ବେଳେ ଅପରାହ୍ନରେ ଚାଷଜମି ଏବଂ ଗ୍ରାମଭିମୁଖୀ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ୨୫ରୁ ଊର୍ଦ୍ଧ୍ୱ ହାତୀ ସାରୁମଳା ଗ୍ରାମରେ ପ୍ରବେଶ କରି ଦୁଲିମୁର୍ମୁ ଓ କ୍ଷେତ୍ରମୋହନ ମୁୁର୍ମୁଙ୍କ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନ ଖାଇ ନଷ୍ଟ କରିଦେଇଛନ୍ତି। ସେହିପରି ବେତନଟୀ ଥାନା ଅନ୍ତର୍ଗତ ଭାଲିଆ ଗ୍ରାମର ସୁବୋଧ ମହାନ୍ତ ଅପରାହ୍ନରେ ବସ୍ତା-ଖୁଣ୍ଟା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ବେତନାସିଆ ମୁଖ୍ୟରାସ୍ତା ଉପରେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ଛାଡି ସେଠାରୁ ସେ ଦୌଡି ପଳାଇଥିଲେ। ହାତୀପଲରେ ଥିବା ଏକ ଦନ୍ତା ତାଙ୍କ ବାଇକ୍‌କୁ କଚାଡି ଭାଙ୍ଗିରୁଜି ଦେଇଥିଲା। ଫଳରେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ସେହିପରି ହାତୀପଲ ବିଲରେ ପଶି ଧାନନଷ୍ଟ କରୁଥିବା ବେଳେ ଭୋଦୁଆଶୋଳ ଗ୍ରାମବାସୀ ହାତୀ ଘଉଡାଇବାକୁ ବନବିଭାଗକୁ ନିବେଦନ କରିଥିଲେ। ବନବିଭାଗ କର୍ତ୍ତୃପକ୍ଷ ମଶାଲ ଜାଳି ହାତୀ ଘଉଡାଇବାକୁ ଯାଉଥିବା ବେଳେ ନିଆଁ ଲାଗି ଧାନକ୍ଷେତ ଜଳିଯିବାରୁ ବନବିଭାଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସ୍ଥାୟୀ ପ୍ରତିକାର ଦିଗରେ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ହାତୀ ସମସ୍ୟା ଏବେ ମୁଖ୍ୟସମସ୍ୟା ଭାବେ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri