Posted inରାଜ୍ୟ

ରାସ୍ତା ସାରା ପଡୁଛି ପାଉଁଶ:ଗାଡ଼ି ଅଟକ, ଉତ୍ତେଜନା

ପରଜଙ୍ଗ,୨୧।୫(ଡି.ଏନ.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଉଡି ପରିବେଶ ବିଷାକ୍ତ ହେଉଛି। ଏଥିଯୋଗୁ ଯାତାୟାତକାରୀଙ୍କ ସହ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାର ମନମୁଖି କାମ ଯୋଗୁ ଜନସାଧାରଣ ହଇରାଣ ହେଉଥିବାରୁ ସୋମବାର ପରଜଙ୍ଗ ବ୍ୟବସାୟୀ ସଂଘ ପକ୍ଷରୁ ପାଉଁଶ ଗାଡ଼ି ଅଟକାଇ ପରିବହନ ବନ୍ଦ କରାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ସଂଘର ଅଭିଯୋଗ ମୁତାବକ, ରାସ୍ତା ନିର୍ମାଣରେ ବିଷାକ୍ତ ପାଉଁଶ ଗୁଣ୍ଡ ବ୍ୟବହାର କରାଯାଉଛି। ହାଇଓ୍ବା ଆଦି ଭାରିଯାନରେ ଏହା ପରିବହନ ହେଉଛି। ହେଲେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧା ହେଉ ନ ଥିବାରୁ ରାସ୍ତା ସାରା ପାଉଁଶ ଉଡୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର ମଧ୍ୟ କରିପାରୁ ନାହାନ୍ତି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବଜାର ମଧ୍ୟରେ ଯାଇଥିବା ରାସ୍ତାରେ ପାଣି ପକାଯାଉ ନ ଥିଲା। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ରାସ୍ତାରେ ପାଣି ଛିଞ୍ଚିବା ଓ ପାଲ ଭିଡି ଗାଡି ଚଳାଚଳ କରିବାକୁ ବ୍ୟବସାୟୀ ସଂଘ ଦାବି କରିଆସୁଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଭ୍ରୁକ୍ଷେପ କରାଯାଇ ନ ଥିଲା। ସୋମବାର ବଜାର ମଧ୍ୟରେ ଏକ ପାଉଁଶ ଗାଡିରୁ ପ୍ରବଳ ମାତ୍ରାରେ ପାଉଁଶ ରାସ୍ତାରେ ଖସି ଉଡିବାକୁ ଲାଗିଥିଲା। ବ୍ୟବସାୟୀମାନେ ଉତ୍ତ୍ୟକ୍ତ ହୋଇ ପାଉଁଶ ବୋଝେଇ ହାଇଓ୍ବା ଗାଡ଼ିଗୁଡିକୁ ଅଟକାଇ ଥିଲେ। ପ୍ରତିଦିନ ରାସ୍ତାରେ ପାଣି ପକାଇବା ସହ ପାଉଁଶ ଉଠାଇବା ଓ ଓଭର ଲୋଡ଼ିଂ କରି ନ ଆଣିବାକୁ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ପରେ କମ୍ପାନୀ କର୍ତ୍ତୃପକ୍ଷ ବୁଝାଶୁଝା କରିବା ସହ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣି ପକାଇବା ଓ ଓଭର ଲୋଡ଼ିଂ କରି ପାଉଁଶ ନ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ମାସର ଚାଉଳ

ଭୁବନେଶ୍ୱର,୫ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷାକରି ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ଆଗୁଆ ପ୍ରଦାନ...

ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ...

କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା

ଭୁବନେଶ୍ୱର,୫।୧୧: କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ...

ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ...

ନବୀନଙ୍କ ଗଡ଼ରେ ଚିରିଲେ ବିଜେଡି ପତାକା,ଥାନାରେ ଏତଲା

ହିଞ୍ଜିଳିକାଟୁ, ୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଦଳ ପକ୍ଷରୁ ସୋମବାର ରାତିରେ...

ମେଘନାଥ ପାଚେରିରେ ଫାଟ: ଅସନ୍ତୋଷ ଜାହିର କଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ; ପୂର୍ବ ସରକାରଙ୍କୁ ଟାର୍ଗେଟ କରି…

ପୁରୀ,୫।୧୧: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ମଙ୍ଗଳବାର ମହାପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri