ରାସ୍ତାରେ ଢାଲିଦେଲେ ଟମାଟର୍‌

ବରଗଡ଼ ଅଫିସ୍‌,୨୯।୩- ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣକୁ ପ୍ରତିହତ ପାଇଁ ହୋଇଥିବା ଲକ୍‌ ଡାଉନ୍‌ କଟକଣାର ପ୍ରଭାବ ପରିବା ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀମାନେ ନିଜ କିଆରୀରୁ ଅମଳ ପରିବା ବିକ୍ରି ପାଇଁ ବଜାରକୁ ଯାଇପାରୁ ନଥିବାବେଳେ ବାହାରୁ ବେପାରୀମାନେ ମଧ୍ୟ ଚାଷୀଙ୍କ ପାଖକୁ ମଧ୍ୟ ପହଞ୍ଚି ପାରୁ ନାହାନ୍ତି । ମୁଖ୍ୟତଃ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଏଭଳି ସ୍ଥିତି ଉପୁଜିଛି । ଜିଲାର ଅମ୍ବାଭୋନା ଅଞ୍ଚଳର ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି । ପରିବା କିଆରୀରେ ଟମାଟର୍‌, ବନ୍ଧାକୋବି, କଖାରୁ (ମାଖନ) ଆଦି ଅମଳ ହେଉଛି । କିନ୍ତୁ ତାହା ବିକ୍ରି ହୋଇ ପାରୁ ନଥିବା ଚାଷୀମାନେ କହିଛନ୍ତି । ଏଭଳି ସ୍ଥିତିରେ ଶନିବାର ଅଞ୍ଚଳର ଜଣେ ଚାଷୀ ଅମ୍ବାଭୋନା ବ୍ଲକ ବଡ଼ଧରା-ବରା ଛକ ପାଖରେ ଟମାଟର୍‌ ଢ଼ାଳି ଦେଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ

ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ...

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ...

ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା...

ସ୍ବାମୀଙ୍କୁ  ଘଛରେ ବାନ୍ଧି, ଆଖି ଆଗରେ ସ୍ତ୍ରୀଙ୍କୁ କଲେ…

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା): ସ୍ବାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ...

ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି। ମାତ୍ର ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି, ଆଉ ଶୀତ ଆସିବାକ୍ଷଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri