ରାସ୍ତାରେ ଭାସୁଛି ପିଟିସି ନର୍ଦ୍ଦମା ପାଣି: ଦୁର୍ଗନ୍ଧରେ ଫାଟୁଛି ନାକ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ପୌରାଞ୍ଚଳର ୧୬ନଂ. ଓ୍ବାର୍ଡରେ ଥିବା ଗୀତାଗ୍ରାମ ରାସ୍ତାରେ ଭାସୁଛି ପୋଲିସ ଟ୍ରେନିଂ କଲେଜ (ପିଟିସି) ନର୍ଦ୍ଦମା ପାଣି। ପଚାଶଢ଼ା ପାଣି ସହ ଶୌଚାଳୟ ଜଳ ରାସ୍ତାରେ ଜମିଥିବାରୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଫଳରେ ଯାତାୟାତ ବେଳେ ଗ୍ରାମବାସୀଙ୍କୁ ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି। ଦୀର୍ଘଦିନ ହେଲା ଏପରି ସ୍ଥିତି ସୃଷ୍ଟି ହୋଇଥିଲେ ବି ପିଟିସି କର୍ତ୍ତୃପକ୍ଷ କୌଣସି ପ୍ରତିକାର କରୁନାହାନ୍ତି। ଗ୍ରାମବାସୀ ଅଭିଯୋଗ କଲେ ‘ପାଣିର ଧର୍ମ ନିମ୍ନଗାମୀ’ କହି କର୍ତ୍ତୃପକ୍ଷ ବିତଣ୍ଡା ଯୁକ୍ତି କରୁଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ପୌରପାଳିକାଠାରୁ ଜିଲାପାଳଙ୍କ ଅଫିସ ଯାଏ ସବୁଠି ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପିଟିସିରେ ଥିବା ହଷ୍ଟେଲର ଗାଧୁଆ ପାଣି ସହ ରୋଷେଇ ଘର ପାଣି ରାସ୍ତାକୁ ଛଡ଼ାଯାଉଛି। ଏପରି କି ହଷ୍ଟେଲ ଶୌଚାଳୟ ପାଇପ୍‌ ଫାଟି ଯାଇଥିବାରୁ ଉକ୍ତ ପାଣି ମଧ୍ୟ ରାସ୍ତା ଉପରକୁ ଚାଲି ଆସୁଛି। ପ୍ରବଳ ଗନ୍ଧ ହେଉଥିଲେ ବି ଗଁା ରାସ୍ତା ହୋଇଥିବାରୁ ଲୋକେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଗଁାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା କରାଯାଉଛି। ଏ ନେଇ ଅଞ୍ଚଳବାସୀ ପିଟିସି, ପୌର କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାର ସମାଧାନ କରାଯାଉ ନାହିଁ। ତେଣୁ ପିଟିସି ଅଧ୍ୟକ୍ଷ ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଅଞ୍ଚଳର ବୀରଭାନୁ ସିଂହ, କିଶୋର ଚନ୍ଦ୍ର ସାହୁ, ତପନ କୁମାର ଦେହୁରୀ, ମନୋଜ ପଣ୍ଡା, କିଶୋର ଶତପଥୀ, ସତ୍ୟବ୍ରତ ପ୍ରଧାନ, ସସ୍ମିତା ବଳ ପ୍ରମୁଖ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ପିଟିସି ଅଧ୍ୟକ୍ଷ ଡିଆଇଜି ଭୋଳ କହିଛନ୍ତି, ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ଜାଣିନାହିଁ। ଯଦି ଏପରି କିଛି ହୋଇଥାଏ ତା’ହେଲେ ସମାଧାନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri