Posted inଜାତୀୟ

ରାହୁଲ ଗାନ୍ଧୀଙ୍କୁ ସମନ୍‌

ପାଟ୍‌ନା,୨୮ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଟ୍‌ନା ହାଇକୋର୍ଟ ସମନ୍‌ ଜାରି କରି ମେ ୨୦ରେ ହାଜର ହେବାକୁ କହିଛନ୍ତି। ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ ମୋଦି ଶୁକ୍ରବାର ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ରାହୁଲ ‘ସବୁ ମୋଦି ନାମଧାରୀ ଚୋର’ ବୋଲି କହି ସୁଶୀଲଙ୍କୁ ଆକ୍ଷେପ କରିବା ପରେ ମାମଲା କୋର୍ଟକୁ ଯାଇଥିଲା। ମୋଦି ସାଙ୍ଗିଆ ଥିବା ବ୍ୟକ୍ତିଙ୍କ ଲାଗି ଏହା ଉପହାସ ସଦୃଶ ବୋଲି ସୁଶୀଲ ଦର୍ଶାଇ ରାହୁଲଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଏପ୍ରିଲ ୧୮ରେ ସୁଶୀଲ ମାନହାନୀ ମକଦ୍ଦମା କରିଥିଲେ। ବିହାରର ସମସ୍ତିପୁର ଜିଲାରେ ଏକ ନିର୍ବାଚନ ରାଲିରେ ରାହୁଲ ’ଚୌକିଦାର ଚୋର୍‌ ହୈ’ ବୋଲି ଲୋକଙ୍କୁ ଏକ ସ୍ବରରେ ଉଚ୍ଚାରଣ କରିବାକୁ କହିବା ପରେ ବିବାଦ ଦେଖାଦେଇଛି। ସ୍ଥାନୀୟ ଏକ ଲୋକାଲ କୋର୍ଟରେ ରାହୁଲଙ୍କ ବିରୋଧରେ ଏନେଇ ଶନିବାର ଅଭିଯୋଗ ଦାୟର କରାଯାଇଛି। ରାହୁଲଙ୍କ ସହ ଷ୍ଟେଜ୍‌ରେ ଥିବା ଆର୍‌ଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତଭାବେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଧକ୍କା ମାରିବା ଘଟଣା: ମୁକେଶ ରାଜପୁତ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା...

ନୀଳ ଶାଢ଼ିରେ ପ୍ରିୟଙ୍କା, ନୀଳ ଟି-ଶର୍ଟରେ ରାହୁଲ ଆସିଲେ ସଂସଦ, ଏହା ପଛରେ ରହିଛି ଏପରି…

ନୂଆଦିଲ୍ଲୀ,୧୯ା୧୨: ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଯୋଗୁ ଦେଶରେ ରାଜନୀତି ଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଶାହାଙ୍କ...

ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା!

ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧,...

ଅମିତ ଶାହାଙ୍କୁ ପାଗଳ କହିଲେ ଲାଲୁ ଯାଦବ, କାରଣ ଜାଣିଲେ…

ପାଟ୍‌ନା,୧୯ା୧୨: ଭାରତର ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ସଂସଦରେ ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ଏକ...

ଭାଜପା ଏମ୍‌ପି ପ୍ରତାପ ଷଡଙ୍ଗୀ ଆହତ, କହିଲେ ଧକ୍କା ମାରିଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସଂସଦରେ ଭାଜପା ଏମପିମାନେ ବିରୋଧ କରିଥିଲେ। ଏହି ସମୟରେ ଭାଜପା ଏମପି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଶାହାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୧୯ା୧୨:ଭାରତୀୟ ସମ୍ବିଧାନର ସ୍ଥପତି ଡ. ଭୀମରାଓ ଆମ୍ବେଡକରଙ୍କ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ଏମ୍‌ପିମାନେ ବୁଧବାର ତାଙ୍କ ବିରୋଧରେ...

ଆମ୍ବେଦକରଙ୍କ ପାଖରେ ଥିଲା ଏତିକି ଡିଗ୍ରୀ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୯।୧୨: ଭାରତର ସମ୍ବିଧାନର ସୃଷ୍ଟିକର୍ତ୍ତା ବା ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କେବଳ ଜଣେ ସାମାଜିକ ସଂସ୍କାରକ କିମ୍ବା ରାଜନେତା ଭାବରେ ନୁହେଁ ବରଂ ଶିକ୍ଷାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri