ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ ନେଲେ ୧୨ଜଣ କର୍ମୀ ଜୁଲାଇ ୧୧ରେ ମିଳିତ ଭାବେ ଆତ୍ମଦାହ କରିବେ ବୋଲି ପୋଷ୍ଟରରେ ସୂଚିତ କରାଯାଇଛି। ପାଟନାର ସଦାକତ ଆଶ୍ରମଠାରେ ଅପରାହ୍ନ ୧ଟାରେ କର୍ମୀମାନେ ଆତ୍ମଦାହ କରିବେ ବୋଲି ପୋଷ୍ଟରରେ ଦର୍ଶାଯାଇଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।