Posted inଜାତୀୟ

ରାହୁଲଙ୍କ ପିଲାଳିଆମି ଦୂର କରିବ ଯୋଗ: ରାମ ମାଧବ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ସାରା ବିଶ୍ୱ ପାଳନ କରିଛି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବଡ ବଡ ରାଜନେତାମାନେ ଯୋଗ କରିଛନ୍ତି। ହେଲେ ଏବେ ଏହି ଯୋଗକୁ ନେଇ ରାହୁଲଙ୍କ ସହ ତୁଳନା କରିଛନ୍ତି ଭାଜପା ମହାସଚିବ ତଥା ଏମ୍‌ପି ରାମ ମାଧବ। ଗୁରୁବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋବାଇଲରେ ବ୍ୟସ୍ତ ଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ଭିଡଓକୁ ନେଇ ରାମ ମାଧବ କହିଛନ୍ତି ଏହା ହେଉଛି ରାହୁଲଙ୍କ ପିଲାଳିଆମି। ତେଣୁ ସଂସଦରେ ଏବେ ବି କେତେଜଣ ଛୋଟ ପିଲା ଅଛନ୍ତି। ଯୋଗ କଲେ ଏମାନଙ୍କ ପିଲାଳିଆମି ଦୂର ହେବ ବୋଲି ରାମ ମାଧବ କହିଛନ୍ତି। ଯୋଗ ଦିବସ ଅବସରରେ ସ୍କୁଲ ପିଲାଙ୍କ ମଧ୍ୟରେ ଯୋଗ କରୁଥିବା ସମୟରେ ରାମ ମାଧବ କହିଛନ୍ତି କ୍ଲାସରେ ଶିକ୍ଷକ ପଢାଇବା ସମୟରେ ତାଙ୍କ କଥାକୁ ଏକାଗ୍ରତାର ସହ ଶୁଣିବା କଷ୍ଟକର ହୋଇଥାଏ। ବେଳେ ବେଳେ ଆମକୁ ନିଦ ମଧ୍ୟ ଆସିଯାଇଥାଏ। ହେଲେ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ। କାହିଁନି ନା ଏବେ ବି ସଂସଦରେ କେତେଜଣ ଛୋଟ ପିଲା ଅଛନ୍ତି। ଯେଉଁମାନେ ସବୁବେଳେ ଅନ୍ୟ ମନସ୍କ ରହୁଛନ୍ତି। ଅବଶ୍ୟ ସେ ରାହୁଲଙ୍କୁ ଲକ୍ଷ୍ୟ କରି ଏହା କହିଛନ୍ତି। ସେ କହିଛନ୍ତି ଯୋଗ ଏମାନଙ୍କୁ ବେଶ୍‌ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା

ହାଇଦଦ୍ରାବାଦ,୨୯।୩: ତେଲଙ୍ଗାନାର ପେଡ୍ଡାପାଲି ଜିଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ, ତାଙ୍କ ମାଆବାପା ତାଙ୍କ ୧୯ ବର୍ଷୀୟ...

ଶାହାଙ୍କ ବଡ଼ ଦାବି, କହିଲେ ୩୦ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ଶାସନ କରିବ ଭାଜପା

ନୂଆଦିଲ୍ଲୀ,୨୯।୩: ଭାରତୀୟ ଜନତା ପାର୍ଟି(ଭାଜପା) ଅତି କମରେ ୩୦ ବର୍ଷ ପାଇଁ କେନ୍ଦ୍ରରେ କ୍ଷମତାରେ ରହିବ। ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସେ...

ଧୋନୀଙ୍କୁ ଯୋଗୁ ହାରିଲା CSK: ବର୍ଷିଲେ ପୂର୍ବତନ ଖେଳାଳି

ଚେନ୍ନାଇ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗସକୁ ୫୦ ରନରେ ପରାସ୍ତ କରିଥିଲା। ଏହି ମୁକାବିଲାରେ CSK ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ରବିଚନ୍ଦ୍ରନ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର): ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବର୍ତ୍ତମାନ ସୁଦ୍ଧା ୧୬ଜଣ ମାଓବାଦୀଙ୍କ ମୃତଦେହ...

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା...

ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର...

ପ୍ରଥମେ ପ୍ରେମିକା, ପରେ ନିଜକୁ ଗୁଳି ମାରି ଟଳିପଡ଼ିଲେ ପ୍ରେମିକ; ଖେଳିଗଲା ଚାଞ୍ଚଲ୍ୟ

ପାଟନା,୨୮।୩: ବିହାରର ପାଟନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି...

ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ସେବା ଦେୟ ଦାବି କରିପାରିବ ନାହିଁ

ନୂଆଦିଲ୍ଲୀ,୨୮ା୩(ପି.ଟି.):ଖାଦ୍ୟ ବିଲ୍‌ ଉପରେ ସେବା ଦେୟ ପୈଠ କରିବା ସ୍ବେଚ୍ଛାକୃତ। ଗ୍ରାହକଙ୍କ ଉପରେ ରେଷ୍ଟୁରାଣ୍ଟ ଏହି ଦେୟ ଜବରଦସ୍ତ ଲାଗୁ କରିପାରିବ ନାହିଁ ବୋଲି ଦିଲ୍ଲୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image