ରାୟଗଡ଼ା ଅଫିସ, ୧୫।୮-ଜିଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ଼ା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ କରାଯାଇଛି। ସ୍ଥାନୀୟ ଅଶୋକ ନଗରଠାରୁ ତୁମ୍ବିଗୁଡ଼ା ରାସ୍ତା ପାର୍ଶ୍ୱରେ ଏହି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ, ବିଚାର ବିଭାଗୟୀୟ ଅଧିକାରୀ, କୋର୍ଟ କର୍ମଚାରୀ ଉପସ୍ଥିତ ରହି ଚାରା ଲଗାଇ ଥିଲେ। ଏହି ଅବସରରେ ଲିଗାଲ ଲିଟେରାସି କ୍ଲବ ଓ ବିିଭନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ।
Posted inଆମ ଜିଲା ଖବର, ରାୟଗଡା