ଇମ୍ଫାଲ,୧୯।୬: ହିଂସାକାଣ୍ଡରେ ପ୍ରଭାବିତ ମଣିପୁରର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ସୋମବାର ରିଲିଫ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବିସ୍ଥାପିତମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ସେ ସମସ୍ତଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିଶ୍ଚିତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ଅଧିକାରୀଙ୍କ ଏକ ଟିମ୍ ସହ ନୌରେମ ବିରାହରୀ କଲେଜ ଖନ୍ଦ୍ରକପନ, ଇମ୍ଫାଲ ପୂର୍ବ ଏବଂ ହିଙ୍ଗଙ୍ଗ ମାଖା ଲିକାଇରେ ଖୋଲାଯାଇଥିବା ରିଲିଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିସ୍ଥାପିତଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି।