ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟସଙ୍ଗୀତ ଉତ୍ସବ ଉଦ୍‌ଘାଟିତ:ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଦେବଗଡ଼, ୧୭।୧(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ‘ନୂପୁର ନୃତ୍ୟସଙ୍ଗୀତ ଉତ୍ସବ-୨୦୨୦’ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଗୁରୁବାର ପୂର୍ବାହ୍ନରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଇନ୍ଦିରାଗାନ୍ଧି ଇନ୍‌ଡ଼ୋର ଷ୍ଟାଡ଼ିୟମରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା। ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ଅଧ୍ୟକ୍ଷା ନିବେଦିତା ନାୟକ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ସେହିପରି ଅପରାହ୍ନରେ ମଠସାହି ସ୍ଥିତ ମା’ କନକ ଦୁର୍ଗା ମନ୍ଦିରରୁ କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ର ବାହାରି ନଗର ପରିକ୍ରମା କରିବା ସହ ଷ୍ଟାଡିୟମରେ ପହଞ୍ଚିଥିଲା। ପରେ ସନ୍ଧ୍ୟାରେ ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ଅଧ୍ୟକ୍ଷା ନିବେଦିତା ନାୟକ, ରାଜ୍ୟ ସମ୍ପାଦକ ସରୋଜ ଭୂୟା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅତୁଲ୍ୟ କୁମାର ପୂଝାରୀ, ଜିଲା ସଭାପତି ମୀନାକ୍ଷୀ ମିଶ୍ର, ନୁପୁର ନୃତ୍ୟ ସଙ୍ଗୀତ ଉତ୍ସବର ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର, ସମ୍ବଲପୁର ସମବାୟ ସମିତି ସଭାପତି ଅମେନ୍ଦ୍ର କୁମାର ଗଙ୍ଗଦେବ, ଅର୍ଜନୁ କୁମାର ସାହୁ, ତିନି ବ୍ଲକର ଅନୁଷ୍ଠାନର ସଭାପତିମାନେ ଉପସ୍ଥିତ ରହି ଦୀପ ପ୍ରଜ୍ନଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଜିଲା ତଥା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ। କଲିକତାର କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ। ଜିଲାର ବିଭିନ୍ନ କଳା,ସଂସ୍କୃତି ଓ ଲୋକନୃତ୍ୟକୁ ନେଇ କାର୍ଯ୍ୟକ୍ରମ ଚାଲିବ। ପୌରାଞ୍ଚଳରୁ ଆରମ୍ଭ କରି ତିନି ପଞ୍ଚାୟତ ସମିତିର କଳାକାରଙ୍କ କଳାନୈପୁଣ ଲୋକଲୋଚନକୁ ଆଣିବା ଅନୁଷ୍ଠାନର ପ୍ରୟାସ ଓ ଲକ୍ଷ୍ୟ ବୋଲି କୁହାଯାଇଛି। ସନ୍ଧ୍ୟା କାର୍ଯ୍ୟକ୍ରମରେ ଉପସ୍ଥାପିକା ଅଙ୍କିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ପିଏମ୍‌ ଆଓ୍ବାର୍ଡ ନେଇ କୋରାପୁଟରେ କେନ୍ଦ୍ରୀୟ ଟିମ୍‌, ୪ ବ୍ଲକ୍‌ ପରିଦର୍ଶନ କରି…

କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି...

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍‌ଆଇ ଦୀପ୍ତିରଞ୍ଜନ

ଅସ୍ତରଙ୍ଗ,୨୫ା୩(ପ୍ରଦୀପ୍ତ କୁମାର ଦୀକ୍ଷିତ)-ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ତରଙ୍ଗ ତହସିଲ୍‌ ଅଧୀନ କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଦୀପ୍ତିରଞ୍ଜନ ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଖବର...

ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏଶନ କଲା ପୋଲିସ,ବଳାତ୍କାରର ଡେମୋ ଦେଖାଇଲେ…

ସୋରଡା,୨୫ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ଖଜୁରିପଲି ଗ୍ରାମ ନିକଟ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ ଶନିବାର ନର କଙ୍କାଳ ଓ ଖପୁରି...

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ...

ଦିଗପହଣ୍ଡିରେ ଦଣ୍ଡନାଚର ଶୁଭାରମ୍ଭ, ମନସ୍କାମନା ପୂରଣ ଲାଗି…

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମଙ୍ଗଳବାର ଠାରୁ ମା ’ ଦଣ୍ଡକାଳୀଙ୍କ ୨୧ ଦିନବ୍ୟାପୀ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି। ମାନସିକ ଧାରୀ...

ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ, ବିଲ ଭିତରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଫୁଲବାଣୀ, ୨୫।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ତାଙ୍କ ମୁଣ୍ଡ କାଟି ନେଇ ପଳେଇଛନ୍ତି।...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image