ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ା ଶାନ୍ତିଶୃଙ୍ଖଳାରେ ମତଦାନ ହେବ। ବୁଧବାର ନିଜେ ଯାଇ ଅନୁଧ୍ୟାନ କରି ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଉକ୍ତ ବୁଥରେ ମାଇକ୍ରୋ ଅବଜର୍ଭର ସହ ୱେବକାଷ୍ଟିଂ ଓ ଭିଡିଓ ଗ୍ରାଫି ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି। ବୁଥଟି ସମ୍ବେଦନଶୀଳ  ନ ଥିବାରୁ ଗତ ୧୮ରେ ରେଣ୍ଟି ବୁଥ୍‌ରେ ମତଦାନ ବେଳେ ଭିଡିଓଗ୍ରାଫି କିମ୍ବା ସିସି କ୍ୟାମେରା ବ୍ୟବସ୍ଥା କରାଯାଇ ନ ଥିଲ।   ଏହାର ଫାଇଦା ନେଇ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭଙ୍ଗାଯାଇଥିଲା। ମତଦାନ ଅଧାରୁ ବନ୍ଦ ରହିଥିଲା ା ଏହି ଘଟଣା ପରେ ସାନି ମତଦାନ ପାଇଁ ଏହି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁରୁବାର ସେଠାରେ ଆସିକା ଲୋକସଭା ଓ ସୋରଡା ବିଧାନସଭା ଆସନ ପାଇଁ ସାନି ମତଦାନ ହେବ ା ପୋଲିଂ ଦଳ ବୁଥ୍‌ରେ ପହଞ୍ଚି ସାରିଥିବା ଜିଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ୧୮ରେ ରେଣ୍ଟି ବୁଥ୍‌ରେ ଭୋଟ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ପହଞ୍ଚି ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ା ପରେ ସୋରଡା ବିଧାନସଭା ଆସନ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌କୁ ସେ ଭାଙ୍ଗି ଦେଇଥିଲେ ା ଫଳରେ ସେଠାରେ ଭୋଟ ଅଧାରୁ ବନ୍ଦ ହୋଇଯାଇଥିଲା ା ଇଭିଏମ୍‌ ଭାଙ୍ଗିବା ଘଟଣାରେ ସୋରଡା ପୋଲିସ ଏକ ମାମଲା ରୁଜୁ କରି ନୀଳମଣିଙ୍କୁ ୧୮ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା ା ଏନେଇ ଏକ ରିପୋର୍ଟ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସିଇଓଙ୍କୁ ପ୍ରଦାନ କରାଯାଇଥିଲା ା ଏହାପରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି  ଉକ୍ତ ବୁଥ୍‌ରେ ସାନି ମତଦାନ ପାଇଁ ଘୋଷଣା ହୋଇଥିଲା ା  ଅନ୍ୟପକ୍ଷରେ ୧୮ରେ କେତେକ ବୁଥ୍‌ରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ଅଭିଯୋଗ ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ କୌଣସି ମାମଲା ରୁଜୁ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନଙ୍କ ଅନ୍ତିମ ସଂସ୍କାର;ଶ୍ରଦ୍ଧାଞ୍ଜଳି ଦେଲେ ବ୍ଲକ୍‌, ପୋଲିସ ପ୍ରଶାସନ

ଦିଗପହଣ୍ଡି,୮ା୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁର ବି.ସୁରେନ୍ଦ୍ର ରେଡ୍ଡୀଙ୍କ ପୁଅ ପବିତ୍ର ରେଡ୍ଡୀ(୩୪) ପଞ୍ଜାବର ଭତିଣ୍ଡା ସେନା କ୍ୟାମ୍ପସରେ...

ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ...

ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ

ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼...

ଭଞ୍ଜନଗର ଥାନାର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆଇଜି

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରିକ୍ଷକ(ଆଇଜି ) ନୀତି ଶେଖର ମଙ୍ଗଳବାର ଭଞ୍ଜନଗର ଥାନା ପରିଦର୍ଶନରେ ଆସି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା...

ଏଣିକି ନିଜ ଲଢ଼େଇ ନିଜର: ରାମଜୀ ଡିଗ୍ରୀ କଲେଜ ଚଳଚଞ୍ଚଳ

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ମଙ୍ଗଳବାର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। କଲେଜ...

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମନ୍ତ୍ରୀ, ବିଧାୟକଙ୍କ ଲାଗି ଖରାରେ ଶିଝିଲେ ଶିଶୁ : ସାଧାରଣରେ ବଢିଲା ଅସନ୍ତୋଷ

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତହୋଇଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ...

ଉନ୍ନତିକରଣ କାର୍ଯ୍ୟରେ ବାଟମାରଣା ଅଭିଯୋଗ, ତାଳସର ପଞ୍ଚାୟତରେ ଅଭିଯୋଗ କଲେ ହଂସତୁଳୀ ଗ୍ରାମବାସୀ

ବେଗୁନିଆପଡା,୮।୪( ସୁଶାନ୍ତ କୁମାର ପଟ୍ଟନାୟକ): ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ। ସରକାରଙ୍କ ଟଙ୍କା ସଠିକ ଭାବେ ବିନିଯୋଗ ହୋଇ ନ ଥିବା ନେଇ...

ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲକ୍ଷ୍ୟ:ଓଡିଆ ପକ୍ଷରେ ରକ୍ତଦାନ ଶିବିର

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାର ଆସିବା ପରେ କେତେକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଚଳିତବର୍ଷ ଉତ୍କଳ ଦିବସକୁ ଓଡିଶା ଦିବସ ଭାବେ ପାଳନ କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image