ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭-୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ବୈଠକରେ ରେପୋ ରେଟ୍‌ ବା ସୁଧହାର ସମ୍ପର୍କରେ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ଚଳିତ ଥର ଅପରିବର୍ତ୍ତିିତ ରଖିଛି। ମୁଦ୍ରାସ୍ଫୀତିର ଅନିଶ୍ଚିତତାକୁ ବିଚାର କରି ଆର୍‌ବିଆଇ ଏଭଳି ପଦକ୍ଷେପ ହାତକୁ ନେଇଛି। ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିଲେ ସୁଧହାର ପୁଣି ଥରେ ହ୍ରାସ ହୋଇପାରେ । ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପଥ ଉନ୍ମୁକ୍ତ ରଖିଛି। ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ତ୍ୱରାନ୍ବିତ କରିବା ଲାଗି ଋଣ ଅଭିବୃଦ୍ଧି ଉନ୍ନତ କରିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଅଧିକ ପଦକ୍ଷେପ ନେବ ବୋଲି ଜଣାପଡିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି( ଏମ୍‌ପିସି) ରେପୋ ହାରକୁ ୫.୧୫% ଅପରିବର୍ତ୍ତିିତ ରଖିବା ନେଇ ଭୋଟ ଦେଇଛନ୍ତି।
ଡିସେମ୍ବରରେ ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ମୁଦ୍ରାସ୍ଫୀତି ୫ ବର୍ଷର ସର୍ବୋଚ୍ଚ ସ୍ତର ୭.୩୫% ସ୍ତରରେ ରହିଛି। ଆଗାମୀ ୬ ମାସ ବା ସେପ୍ଟେମ୍ବର ଯାଏ ମୁଦ୍ରାସ୍ଫୀତି ଆକଳନକୁ କେନ୍ଦ୍ରୀୟ ବ୍ୟାଙ୍କ ୫ରୁ ୫.୪%କୁ ବଢାଇଛି। ଏହା ପୂର୍ବରୁ ୩.୮ରୁ ୪% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ସେହିଭଳି ଦରଦାମ ବୃଦ୍ଧିକୁ ଅତ୍ୟୁଚ୍ଚ ଅନିଶ୍ଚିତ ବୋଲି ଆର୍‌ବିଆଇ ଅନୁମାନରେ କହିଛି। ଗତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତର ୫ଥର ଏହାର ସୁଧହାର ହ୍ରାସ କରିବା ଯୋଗୁ ଏହା ୧୩୫ ବେସିସ୍‌ ପଏଣ୍ଟ ହ୍ରାସ ଘଟିଥିଲା। ଦରଦାମ ବଢିବା ଯୋଗୁ ଡିସେମ୍ବରରେ ସୁଧହାର ହ୍ରାସ ଧାରାରେ ବିରତି ଲାଗିଛି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ଲାଗି ଜିଡିପି ବିକାଶ ଅନୁମାନ ୫% ରହିବା ବୋଲି ସ୍ପଷ୍ଟ କରିଛି। ଏହା ୧୧ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରର ଅଭିବୃଦ୍ଧି। ଆସନ୍ତା ଆର୍ଥତ୍କ ବର୍ଷର ପ୍ରଥମ ୬ ମାସ ଲାଗି ମଧ୍ୟ ଏହା ଜିଡିପି ଅଭିବୃଦ୍ଧିକୁ ମଧ୍ୟ ୫.୫ରୁ ୬%କୁ କମାଇଛି। ଏହି ସମୟ ମଧ୍ୟରେ ଅଭିବୃଦ୍ଧି ୫.୯%ରୁ ୬.୩% ରହିବ ବୋଲି ଆର୍‌ବିଆଇ ଡିସେମ୍ବର ପୂର୍ବାନୁମାନରେ କହିଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ୬% ରହିବା ନେଇ ଏହା ଆକଳନ କରିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ ହୋଇଥିବା ୬ରୁ ୬.୫% ତୁଳନାରେ ଏହା କମ୍‌।
ଜୁଲାଇ ୨୦୨୦ ସୁଦ୍ଧା ରିଟେଲ ଅଟୋମୋବାଇଲ, ଆବାସିକ ବାସଗୃହ ଏବଂ କ୍ଷୁଦ୍ର ବାଣିଜ୍ୟଗୁଡିକୁ ନୂଆ ଋଣ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି ପଦକ୍ଷେପ ନିଆଯାଇଛି। ଏ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଲାଗି ୪% ନଗଦ ରାଶି ନିର୍ଦ୍ଧାରିତ କରିବାର ଅନିବାର୍ଯ୍ୟତାକୁ କେନ୍ଦ୍ରୀୟ ବ୍ୟାଙ୍କ ହଟାଇ ଦେଇଛି। ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ପ୍ରକଳ୍ପଗୁଡିକର ଋଣ ପୁନର୍ଗଠନ ସୀମାକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ନଗଦ ସମସ୍ୟା ସହ ଜୁଝୁଥିବା ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଏହା ବିଶେଷ ଭାବେ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି। ସୁଧ ହାର ଘୋଷଣା ପରେ ଖବରଦାତା କାର୍ଯ୍ୟକ୍ରମରେ ଗଭର୍ନର ଦାସ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ନିକଟରେ ବିଭିନ୍ନ ପନ୍ଥା ରହିଛି। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ସାମ୍ନା କରୁଥିବା ଚ୍ୟାଲେଞ୍ଜ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ବିଶ୍ୱ ବଜାରରେ ଅଭିବୃଦ୍ଧି ନିମ୍ନଗାମୀ ଧାରାକୁ କରୋନା ଭୂତାଣୁ ଆହୁରି ପ୍ରଭାବିତ କରିବ। ହେଲେ ଏହାର ପ୍ରଭାବ କେତେ ରହିବ ସେ ନେଇ ପ୍ରକୃତ ଆକଳନ ଠିକ୍‌ ଭାବେ ଏବେ କରିହେବ ନାହିଁ। ସେହିଭଳି ବିତ୍ତୀୟ ନିୟଣ୍ଟ ଲକ୍ଷ୍ୟକୁ ପୂରଣ କରିବା ଲାଗି ଅଧିକ ନୋଟ ଛପାଇବା ନେଇ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ଯୋଜନା ନ ଥିବା ଗଭର୍ନର ଦାସ କହିଛନ୍ତି। ଏହାବାଦ ବ୍ୟାଙ୍କ ଜମା ବୀମା ରାଶି ବଢିବା ଯୋଗୁ ଏହା ବ୍ୟାଙ୍କର ବାଲାନ୍ସ ସିଟ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେହିଭଳି ଦୀର୍ଘ ମିଆଦି ରେପୋ ନଗଦ ପରିଚାଳନା ଏବଂ ବ୍ୟାଙ୍କଗୁଡିକୁ ସୁଧ ହାର ହ୍ରାସ କରିବା ଦିଗରେ ସହାୟତା କରିବ ବୋଲି ଦାସ ମତ ଦେଇଛନ୍ତି।
ବର୍ତ୍ତମାନ ବିଶ୍ୱ ସ୍ତରରେ ବାଣିଜ୍ୟ ଆହ୍ବାନପୂର୍ଣ୍ଣ ରହିଥିବା ବେଳେ ଘରୋଇ ବଜାରରୁ ରପ୍ତାନିକୁ ଉତ୍ସାହିତ କରିବା ଦିଗରେ ଯୋଜନା ହାତକୁ ନେବା ଲାଗି ଏମ୍‌ପିସିି ପରାମର୍ଶ ଦେଇଛି। ଏହାବାଦ ନିବେଶ ବୃଦ୍ଧି ଉପରେ ଜୋର ଏବଂ କରୋନା ଭୂତାଣୁ ଦ୍ୱାରା ବିଶ୍ୱ ବାଣିଜ୍ୟ ଏବଂ ଭାରତକୁ ପର୍ଯ୍ୟଟକ ଆସିବା ପ୍ରଭାବିତ ହେବ କମିଟି ବୋଲି ଆଶଙ୍କା ପ୍ରକଟ କରିଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କିଛି କ୍ଷେତ୍ରରେ ନିକଟରେ ସୁଧାର ଆସିଥିବା ବେଳେ ସାମଗ୍ରିକ ଭାବେ କହିବାକୁ ଗଲେ ସ୍ଥିତିରେ ସୁଧାର ଆସିନାହିଁ। ଏଭଳି ପ୍ରସଙ୍ଗକୁ ବିଚାର କରି ଏମ୍‌ପିସି ସୁଧ ହାର ଅପରିବର୍ତ୍ତିିତ ରଖିବା ନେଇ ନିଷ୍ପତ୍ତି ନେଇଛି। ସାଧାରଣ ବଜେଟରେ ନିର୍ମଳା ସୀତାରାମନ ବ୍ୟକ୍ତିଗତ ଆୟକରରେ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଉପରେ ଏମ୍‌ପିସି ମତ ରଖି କହିଛି ଯେ, ଏହା ଘରୋଇ ବଜାରରେ ଚାହିଦା ବଢାଇବା ଦିଗରେ ସହାୟକ ହୋଇ ପାରିବ। ଏହା ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ବଢାଇବା ଦିଗରେ କାମରେ ଆସିପାରିବ। ମଧ୍ୟମ ମିଆଦି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଗତ ସେପ୍ଟେମ୍ବରରେ ଘୋଷଣା କରିଥିବା କର୍ପୋରେଟ ଟିକସ ହ୍ରାସ ଉପରେ ମଧ୍ୟ ଏମପିସି ଗୁରୁତ୍ୱାରୋପ କରିଛି। ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌ ମୁଦ୍ରାନୀତିକୁ ଦୃଢ କରିବା ଦିଗରେ ସହାୟକ ହେବ। କ୍ଷୁଦ୍ର ଜମା ଯୋଜନାରେ ସୁଧ ହାର ଉପରେ କେତେକ ପ୍ରସଙ୍ଗକୁ ବିଚାର କରିବାର ଆବଶ୍ୟକତା ନେଇ ଏହା ମତ ଦେଇଛି। ଆସନ୍ତା ତ୍ରୈମାସରେ କ୍ଷୁଦ୍ର ଜମା ଯୋଜନାରେ ସୁଧହାର ହ୍ରାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri