ରେଳ ବଜେଟ: ପ୍ରାପ୍ୟ ଅନୁଯାୟୀ ଅନୁଦାନ ପାଉନି ରାଜ୍ୟ

ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳପଥ ପକ୍ଷରୁ ବିଭିନ୍ନ ରେଳ ଜୋନ୍‌କୁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏହି ଅନୁଦାନ ପୂର୍ବତଟ ରେଳପଥ ତଥା ଓଡ଼ିଶା ପକ୍ଷରୁ ପ୍ରଦାନ କରାଯାଉଥିବା ରାଜସ୍ବ ତୁଳନାରେ ନଗଣ୍ୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଙ୍ଗଳବାର କହିଛନ୍ତି। ଶ୍ରୀକାନ୍ତ କହିଛନ୍ତି ଯେ, ଚଳିତ ବଜେଟରେ ନୂଆ ରେଲଲାଇନ ତ ଦୂରର କଥା, ୨୩ ବର୍ଷ ତଳୁ ଆରମ୍ଭ କରାଯାଇଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଦିଆଯାଇ ନାହିଁ। ଇଷ୍ଟକୋଷ୍ଟ ରେଳଜୋନଠାରୁ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ଆଦାୟ କରାଯାଉଛି। ହେଲେ ଏହାର ୫୦ ପ୍ରତିଶତ ଅନୁଦାନ ଏହି ରେଳପଥ ଜୋନ୍‌ ପାଉ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିପରି ଓଡ଼ିଶାରୁ ଯାଉଥିବା ରାଜସ୍ବରେ ଅନ୍ୟ ରାଜ୍ୟରେ ନୂଆ ପ୍ରକଳ୍ପ କରାଯିବ। କାହିଁକି ଓଡ଼ିଶାରେ ନୂତନ ଆଧୁନିକ ରେଲକୋଚ୍‌ ଫ୍ୟାକ୍ଟରି ହେବ ନାହିଁ। ରେଳପଥ ଅନ୍ୟ ରାଜ୍ୟରେ ମେଡିକାଲ କଲେଜ ଓ ବିଶାଳ ସ୍ପୋର୍ଟସ୍‌ କମ୍ପଲେକ୍ସ କରୁଛି। ତେବେ ରାୟଗଡ଼ା ଓ କେନ୍ଦୁଝର ଭଳି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁନାହିଁ କାହିଁକି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି। ଅନୁରୂପଭାବେ ସମାଜବାଦୀ ପାର୍ଟି, ଓଡ଼ିଶା ମୁଖ୍ୟ ରବି ବେହେରା ମଧ୍ୟ ବଜେଟ ଅନୁଦାନ ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରବି କହିଛନ୍ତି ଯେ, ପୂର୍ବାପେକ୍ଷା ଅନୁଦାନ ହ୍ରାସ ପାଇଛି। ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ରେଳପଥର ଉପସ୍ଥିତି ବହୁତ କମ୍‌ ରହିଛି। ତେଣୁ ରେଳପଥ କ୍ଷେତ୍ରରେ ଅଧିକ ଅନୁଦାନ ଏବଂ ପ୍ରାଧାନ୍ୟ ପାଇଁ ରାଜ୍ୟର ଏମ୍‌ପିମାନେ ସଂସଦରେ ସ୍ବର ଉଠାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri