ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ,୬-୭: ବଜେଟରେ କେନ୍ଦ୍ର ସରକାର ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ ରଖିଛନ୍ତି। ୨୦୧୮ରୁ ୨୦୩୦ ସୁଦ୍ଧା ଦେଶର ରେଳ ଭିତ୍ତିଭୂମିରେ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରି ଏହା କହିଛନ୍ତି। ଚଳିତ ବର୍ଷ ରେଲଓ୍ବେରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ସର୍ବାଧିକ ଥିବା ଜଣା ପଡିଛି। ରେଲଓ୍ବେକୁ ବଜେଟରେ ୬୫,୮୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତ ବର୍ଷ ରେଲଓ୍ବେରେ ମୋଟ୍‌ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ୧.୪୮ ଲକ୍ଷ କୋଟି ଟଙ୍କା ବେଳେ ବଜେଟ ସହାୟତା ଭାବେ ୫୫,୦୮୮ କୋଟି ଟଙ୍କା ମିଳିଥିଲା।
ବଜେଟରେ ପ୍ରଦାନ କରାଯାଇଥିବା ଅର୍ଥରେ ନୂଆ ଲାଇନ ବିଛାଇବା ଲାଗି ୭,୨୫୫ କୋଟି, ଗଜ୍‌ ପରିବର୍ତ୍ତନ ଲାଗି ୨,୨୦୦ କୋଟି, ଲାଇନ୍‌ ଦୋହରୀକରଣ ବାବଦକୁ ୭୦୦ କୋଟି, ରୋଲି ଷ୍ଟକ ପାଇଁ ୬,୧୧୪.୮୨ କୋଟି ଏବଂ ସିଗ୍‌ନାଲ ଉନ୍ନତିକରଣ ଓ ଟେଲିକମ୍‌ ପାଇଁ ୧୭୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅନ୍ତରୀଣ ବଜେଟ ଭଳି ଏହି ବ୍ୟୟବରାଦ ସମାନ ରହିଛି। ରେଳ ସଂଯୋଗକୁ ପ୍ରୋତ୍ସାହନ ଏବଂ ଯାତ୍ରୀ, ମାଲ୍‌ ପରିବହନ ସେବା ତ୍ୱରାନ୍ବିତ କରିବା ଲାଗି ସରକାରୀ ଘରୋଇ ସହଭାଗିତା ନେଇ ବଜେଟରେ ପ୍ରସ୍ତାବ ଦିଆଯାଇଛି। ସ୍ପେଶାଲ ପର୍‌ପୋଜ ଭେହିକିଲ(ଏସ୍‌ପିଭି) ଦ୍ୱାରା ସହରତଳି ଅଞ୍ଚଳଗୁଡିକରେ ଚଳାଚଳ କରୁଥିବା ରେଳ ଭିତ୍ତିଭୂମି ବିକାଶ, ପିପିରେ ମେଟ୍ରୋ ରେଳ ପ୍ରକଳ୍ପ ଉନ୍ନତିକୁ ପ୍ରୋତ୍ସାହିତ କରିବାକୁ ପ୍ରସ୍ତାବ ରଖାଯାଇଛି। ନଦୀଗୁଡିକରେ ମାଲ ପରିବହନ ଦ୍ୱାରା ସଡକ ଏବଂ ରେଳ ପଥରେ ଟ୍ରାଫିକ କମାଯାଇ ପାରିବ ବୋଲି ସୀତାରାମନ ବଜେଟରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ରେଳ ଷ୍ଟେଶନ ବିକାଶ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଯାତ୍ରୀ ସେବା ଉନ୍ନତିକରଣ ଉପରେ ସୀତାରାମନ କହିଛନ୍ତି ଯେ, ଯାତ୍ରୀ ସେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଯୋଜନା ମୁତାବକ ଏଥିରେ ବ୍ୟୟ ବରାଦ ହେଉଛି। ବଜେଟରେ ସରକାର ଏଥି ଲାଗି ଚଳିତ ବର୍ଷ ୩, ୪୨୨.୫୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ଯାତ୍ରୀ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଅତିରିକ୍ତ ୧୦୦୦ କୋଟି ଟଙ୍କାର ବ୍ୟୟ ନେଇ ଲକ୍ଷ୍ୟ ରଖିଛନ୍ତି। ସେହିଭଳି କର୍ମଚାରୀଙ୍କ ବେତନ ବାବଦ ଅର୍ଥ ପ୍ରଦାନ ରେଲଓ୍ବେ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଛି। ଏହା ଚଳିତ ବର୍ଷ ୮୬,୫୫୪.୩୧ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୧୪,୦୦୦ ଟଙ୍କା ଅଧିକ। ଏହା ବାଦ ନିର୍ଭୟା ପାଣ୍ଠି ଲାଗି ୨୬୭.୬୪ କୋଟି, ଏମର୍ଜେନ୍ସି ଇଣ୍ଟିଗ୍ରେଟେଡ ରେସପନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ( ଆଇଇଆର୍‌ଏମ୍‌) ଲାଗି ୨୫୦ କୋଟି, କୋଙ୍କଣ ରେଲଓ୍ବେ କର୍ପୋରେଶନ ଲିମିଟେଡ ଲାଗି ୧୭.୬୪ ପ୍ରଦାନ କରାଯାଇଛି। ୨୦୧୯-୨୦ ବର୍ଷ ଲାଗି ଗ୍ରସ୍‌ ଟ୍ରାଫିକ ରିସିପ୍ଟ ୨.୧୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ୨୦୧୮-୧୯ ପରିବର୍ତ୍ତିତ ଆକଳନ ଅନୁସାରେ ୧୯,୯୯୧ କୋଟି ଟଙ୍କା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri