ରେଳଷ୍ଟେଶନ ଛାତରେ ବେଧଡ଼କ ନିଶା ସେବନ : ଆଖିବୁଜି ଦେଇଛି ଆର୍‌ପିଏଫ୍‌, ଜିଆର୍‌ପି

ଭୁବନେଶ୍ୱର,୫ା୮(ବ୍ୟୁରୋ) : ରେଳ ଷ୍ଟେଶନ ଭିତରେ ନିଶାଦ୍ରବ୍ୟ ସେବନ କରିବା ଦଣ୍ଡନୀୟ ଅପରାଧ। ଭୁବନେଶ୍ୱର ଷ୍ଟେଶନର ଚତୁଃପାର୍ଶ୍ୱକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହାସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ଥାନା ମିଳିତ ଭାବେ ଷ୍ଟେଶନର ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି। ଏତେସବୁ ବ୍ୟବସ୍ଥା ଥିଲେ ମଧ୍ୟ ଆଇନକୁ ଫୁ କରି ଷ୍ଟେଶନ ଭିତରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ଚାଲିଛି ବେଧଡ଼କ ନିଶା ସେବନ। ଷ୍ଟେଶନ ଭିତରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି କାହାରି ଆଖି ପାଉନି ଅଥବା ଜାଣି ଅଜଣା ହେଉଛନ୍ତି ସୁରକ୍ଷା ଅଧିକାରୀ। ଯେଉଁଠି ମଦ, ସିଗାରେଟ୍‌, ଗଞ୍ଜେଇ ଭଳି ନିଶା ସେବନ ଚାଲୁଛି। ପ୍ଲାଟଫର୍ମ ନଂ.୬ରେ ନୂଆ କରି ଆରମ୍ଭ ହୋଇଥିବା ଫୁଡ୍‌ପ୍ଲାଜା ଛାତ ଉପରେ ଏହିସବୁ ନିଶାଦ୍ରବ୍ୟ ଖିଆଯାଉଛି। ଛାତ ଉପରେ କୌଣସି ବ୍ୟବହାରିକ ଜିନିଷ କିମ୍ବା ସାଧାରଣ ଜନତାଙ୍କ ଲାଗି ଉଦ୍ଦିଷ୍ଟ କିଛି ନାହଁି। ଏପରିକି ଯାତ୍ରୀମାନଙ୍କୁ ମଧ୍ୟ ଉପରକୁ ଯିବାକୁ ଅନୁମତି ନାହଁି। ଏହି ସୁଯୋଗରେ ଫୁଡ୍‌ପ୍ଲାଜାରେ କାମ କରୁଥିବା କର୍ମଚାରୀ କିମ୍ବା ସେଠାରେ ଥିବା ସଫେଇ କର୍ମଚାରୀ ଏ ସମସ୍ତ ନିଶା ଖାଉଛନ୍ତି ବୋଲି ଆଶଙ୍କା କରାଯାଉଛି। ଛାତ ଉପରେ ମଦ ବୋତଲ, ବିୟର ଟିନ୍‌, ଖୋଲା ବିଡି, ଗଞ୍ଜେଇ ପ୍ରସ୍ତୁତ କରାଯାଉଥିବା ସିଗାରେଟ୍‌ ଓ ଶହ ଶହ ଦିଆସିଲ କାଠି ପଡିଥିବା ଦେଖିବାକୁ ମିଳିଛି। ଫୁଡ୍‌ପ୍ଲାଜାକୁ ଆସୁଥିବା ସାମଗ୍ରୀ ପ୍ଲାଟଫର୍ମ ଶେଷ ଆଡକୁ ଥିବା ରାସ୍ତାପଟେ ଆସୁଥିବାରୁ ଏହି ବାଟରେ ଯାଞ୍ଚ ବ୍ୟବସ୍ଥା ନାହଁି। ସେହି ବାଟରେ ନିଶାଦ୍ରବ୍ୟ ଆଣିବାକୁ ବେଶ୍‌ ସହଜ ହେଉଛି। ଅନ୍ୟପକ୍ଷେ ଛାତଟି କୌଣସି କାମ ନ ହେଉଥିବାରୁ କର୍ମଚାରୀମାନେ ଅନାୟାସରେ ସେଠାରେ ପରିଶ୍ରା ମଧ୍ୟ କରୁଛନ୍ତି। ଷ୍ଟେଶନରେ ଶୌଚାଳୟ ଉପଲବ୍ଧ ଥିଲେ ମଧ୍ୟ ଦୂରକୁ ନ ଯାଇ ପାଖରେ ଛାତ ଥିବାରୁ ତାହା ଖୋଲା ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତିି। ଏ ସମ୍ପର୍କରେ ଉଭୟ ରେଳ ସୁରକ୍ଷା ବଳ ଥାନାଧିକାରୀ ଓ ସରକାରୀ ରେଳବାଇ ଥାନାଧିକାରୀଙ୍କୁ ପଚରାଯାଇଥିଲା। ଆରପିଏଫ ଥାନାଧିକାରୀ କାଳୁ ସେଠୀ କହିଛନ୍ତି ଯେ, ଏମିତି ଘଟଣା ନଜରକୁ ଆସି ନ ଥିଲା। ଏହାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଆରପି ଥାନାଧିକାରୀ ଭରତ ସାହୁ କହିଛନ୍ତି, ଏ ବିଷୟରେ ଜାଣି ନାହାନ୍ତି। ଆଗକୁ କାର୍ଯ୍ୟାନୁଷ୍ଠାନ ହେଲେ ତାହା ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri