ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି ତଳିପାଦ ପର୍ଯ୍ୟନ୍ତ ବିଭିନ୍ନ ଅଙ୍ଗରେ ପୀଡ଼ା ଅନୁଭବ କରୁ। ଯେପରି ମୁଣ୍ଡବ୍ୟଥା, କାନଟଣା, ଆଖିଧରା, ନାକ ବନ୍ଦ, ଦାନ୍ତବିନ୍ଧାଠାରୁ ଆରମ୍ଭ କରି ପାଦଗଣ୍ଠି ବିନ୍ଧା ପର୍ଯ୍ୟନ୍ତ ବିଭିନ୍ନ ପୀଡ଼ା। ଏସବୁକୁ କୁହାଯାଏ କମନ ଡିଜିଜ୍‌ ବା ସାଧାରଣ ରୋଗ। ରୋଗକୁ ଇଂଲିଶରେ କୁହାଯାଏ ଡିଜିଜ୍‌। ଏହା ଦୁଇଟି ଇଂଲିଶ ଶବ୍ଦର ମିଶ୍ରଣ ଯଥା ଡିସ୍‌ ଓ ଇଜି, ଯାହାର ଅର୍ଥ ଅସହଜ ବା ଅସ୍ବସ୍ତି। ଆମେ ରୋଗ ବା ଅସ୍ବସ୍ତିର ଶିକାର ହେଲେ, ଆରୋଗ୍ୟ ପାଇଁ ଡାକ୍ତରଙ୍କ ପାଖକୁ ଯାଉ। ଶୀଘ୍ର ରୋଗରୁ ଉପଶମ ପାଇବାକୁ ଆମେ ସାଧାରଣତଃ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯାଉ। ନାନା ଠେଲାପେଲା ଅତିକ୍ରମ କରି ଡାକ୍ତରଙ୍କ ସମ୍ମୁଖରେ ପହଞ୍ଚିଗଲେ, ଡାକ୍ତର ଆମ ରୋଗର କାରଣ ନ ପଚାରି, ରୋଗର ଲକ୍ଷଣ ବିଷୟରେ ଗୋଟିଏ, ଦିଓଟି ପ୍ରଶ୍ନ କରି ରକ୍ତ ବା ଅନ୍ୟ ପରୀକ୍ଷା ପାଇଁ ଉପଦେଶ ଦିଅନ୍ତି। ପରୀକ୍ଷା ରିପୋର୍ଟ ସହ ଡାକ୍ତରଙ୍କୁ ପୁନର୍ବାର ଦେଖାକଲେ, ସେ ଔଷଧ ଲେଖିଦିଅନ୍ତି। ବଜାରରୁ ଔଷଧ କିଣି ସେବନ କଲେ, ରୋଗରୁ କିଛି ଉପଶମ ପାଉ। ଡାକ୍ତରଙ୍କ ଫି’, ବିଭିନ୍ନ ପରୀକ୍ଷାର ଫି’ ସାଙ୍ଗକୁ ଔଷଧ କିଣାରେ ଖର୍ଚ୍ଚାନ୍ତ ହେବା ସହ ଡାକ୍ତର, ପରୀକ୍ଷାଗାର ଓ ଔଷଧ ଦୋକାନକୁ ଧାଇଁ ଯେଉଁ ଔଷଧ ଆଣି ସେବନ କରୁ, ସେ ଔଷଧ ଆମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ନ କରି ସାମୟିକ ଉପଶମ ଦିଏ ଓ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ଆମ ଶରୀର ଆକ୍ରାନ୍ତ ହୋଇ ଭିନ୍ନ ରୋଗ ପାଇଁ ବାଟ ମଧ୍ୟ ଖୋଲିଦେଇପାରେ। ଔଷଧକୁ ହିନ୍ଦୀରେ କୁହାଯାଏ ଦବାଇ ଅର୍ଥାତ୍‌ ଔଷଧ ରୋଗକୁ ଦବାଇଦିଏ। ଅଧିକ ଔଷଧ ସେବନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମାଇ ଆମ ପରମାୟୁ ବା ଆୟୁଷ କ୍ଷୟ କରେ। ଏ ଭେଷଜ ଚିକିତ୍ସା ବାହାରେ ଆଉ ଏକ ଚିକିତ୍ସା ପ୍ରଣାଳୀ ଅଛି, ଯେଉଁଥିରେ ଆଦୌ ଖର୍ଚ୍ଚାନ୍ତ ହେବାକୁ ପଡିବନି କି ଡାକ୍ତର, ପରୀକ୍ଷାଗାର ଓ ବଜାରକୁ ଦୌଡିବାକୁ ପଡିବନି। ସେଥିରେ ଆମ ଶରୀର ସମ୍ପୂର୍ଣ୍ଣ ରୋଗମୁକ୍ତ ହେବା ସାଙ୍ଗକୁ ଆମ ଆୟୁଷ ନ କମି ବରଂ ବଢିଯିବ। ସେ ଚିକିତ୍ସା ହେଲା ଯୋଗ ଥେରାପି ବା ଯୋଗ ଚିକିତ୍ସା। ଯୋଗ ଚିକିତ୍ସାର ଉତ୍ପତ୍ତିସ୍ଥଳ ହେଉଛି ଆମ ଦେଶ ଭାରତ। ଯୋଗ ଶବ୍ଦର ଉତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ ଯୁଜ୍‌ରୁ, ଯାହାର ଅର୍ଥ ଯୋଡିହେବା (ପରମାତ୍ମା ସହ ଆତ୍ମା ଯୋଡି ହୋଇଯିବା)। ଯୋଗ ଚିକିତ୍ସା ଦ୍ୱାରା ଆମ ପୂର୍ବପୁରୁଷ ମୁନି, ଋଷିମାନେ ଶହ ଶହ ବର୍ଷ ନିରାମୟ ଓ ସୁଖକର ଜୀବନଯାପନ କରୁଥିଲେ ବୋଲି ଆମ ପୁରାଣ କହେ। ଯୋଗ ବିଜ୍ଞାନ ଏକ ଉନ୍ନତ ବିଜ୍ଞାନ ବୋଲି ଏହା ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପ୍ରଚାର ଓ ପ୍ରସାର ଲାଭ କରୁଛି।
ଜଣେ ରୋଗୀ ଯୋଗ ଚିକିତ୍ସା ଆପଣେଇବା ପୂର୍ବରୁ ଏ ଚିକିତ୍ସା ବିଷୟରେ ତା’ର ସମ୍ୟକ୍‌ ଧାରଣା ରହିବା ଦରକାର। ଏ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଆମେ ରୋଗର ଶିକାର ହେଲେ, ବ୍ୟାକୁଳ ହୋଇପଡୁ ରୋଗରୂପକ ଶତ୍ରୁ କବଳରୁ ତୁରନ୍ତ ମୁକ୍ତି ପାଇବାକୁ। କିନ୍ତୁ ଯୋଗଗୁରୁ ବା ଯୋଗୀ ରୋଗକୁ ଶତ୍ରୁ ନ ମଣି ତାକୁ ବନ୍ଧୁଭାବେ ଗ୍ରହଣ କରନ୍ତି। ଯଦି ଜଣେ ଭୁଲ୍‌ ମାର୍ଗରେ ଯାଉଛନ୍ତି ଓ ଆଗକୁ ବିପଦ ଥିବା କଥା ତାଙ୍କୁ ଯେ ଜଣାଇ ଦିଅନ୍ତି, ତାଙ୍କୁ ବନ୍ଧୁ କୁହାଯାଏ। ରୋଗ ଆମ ଶରୀରରେ ପ୍ରବେଶ କରି ଆମକୁ ଚେତାଇଦିଏ ଯେ, ଆମ ଜୀବନଚର୍ଯ୍ୟାରେ କେଉଁଠି ଭୁଲ୍‌ ରହିଯାଉଛି ଓ ଆମେ ଅବାଟରେ ଯାଇ, ଅକାଳମୃତ୍ୟୁ ଆଡକୁ ଅଗ୍ରସର ହେଉଛୁ। ବନ୍ଧୁ ବା ଅତିଥିଙ୍କୁ ଯେପରି ଉପଯୁକ୍ତ ସତ୍କାର କରି ବିଦା କରିଦିଆଯାଏ, ସେହିପରି ଉପଯୁକ୍ତ ଚିକିତ୍ସା କରି ରୋଗରୂପୀ ଅତିଥିଙ୍କୁ ଯୋଗୀ ଶରୀରରୁ ବିଦାୟ ଦିଅନ୍ତି। ଯେଉଁ ପଥ ଦେଇ ରୋଗ ଶରୀରରେ ପ୍ରବେଶ କରିଥିଲା, ସେ ପଥକୁ ଯୋଗୀ ଏପରି ବନ୍ଦ କରିଦିଅନ୍ତି, ଯାହାଫଳରେ ରୋଗ ଆଉ ସେ ଶରୀରରେ ପ୍ରବେଶ କରିପାରିବନି। ଆମ ଶରୀର ଏକ ମାଟି କାନ୍ଥ ପରି ଓ ଏଥିରେ ବିଭିନ୍ନ ସମୟରେ ଛିଦ୍ର ହୋଇ, ସେ ଛିଦ୍ରବାଟେ ରୋଗ ପ୍ରବେଶ କରେ, କିନ୍ତୁ ଜଣେ ଯୋଗୀ ତାଙ୍କ ଶରୀରକୁ ଅଭେଦ୍ୟ ପକ୍କାକାନ୍ଥ କରିଦିଅନ୍ତି, ଯେଉଁଥିରେ ଛିଦ୍ର ହୋଇ ପାରିବନି କି ରୋଗ ପ୍ରବେଶ କରିପାରିବନି।
ଯୁବା ବୟସରେ ଓ ଆରମ୍ଭ ହେଉଥିବା ରୋଗ ଉପରେ ଯୋଗ ଗଭୀର ପ୍ରଭାବ ପକାଏ କିନ୍ତୁ ଡାକ୍ତରୀ ଚିକିତ୍ସାରେ ଆରୋଗ୍ୟ ନ ହୋଇପାରି ଶେଷଅସ୍ତ୍ର ଭାବେ ଯୋଗ ଚିକିତ୍ସା କଲେ, ଯୋଗ ଧୀରେ ଧୀରେ ରୋଗ ଉପରେ ପ୍ରଭାବ ବିସ୍ତାର କରେ। ରୋଗୀ ଓ ରୋଗର ବିଭିନ୍ନତା ଉପରେ ଯୋଗର ପ୍ରଭାବ ଭିନ୍ନ ଭିନ୍ନ ଭାବେ ପଡେ। ଯୋଗ ଅଭ୍ୟାସ ପୂର୍ବରୁ ରୋଗକୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ପାରିଲେ ଭଲ। ଏହା ଫଳରେ ରୋଗର ସ୍ଥିତିକୁ ସହଜରେ ଆକଳନ କରାଯାଇପାରେ। ଯୋଗଗୁରୁଙ୍କ ପରାମର୍ଶ ନେଇ ରୋଗୀ ଯୋଗାଭ୍ୟାସ କରିବା ଦରକାର। ଉଚ୍ଚ ରକ୍ତଚାପ ଓ ଉଚ୍ଚ ରକ୍ତଶର୍କରା ଥିବା ରୋଗୀ ଯୋଗଗୁରୁଙ୍କ ବିନା ପରାମର୍ଶରେ ପୁସ୍ତକ ଦେଖି ଯୋଗ କରିବା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଯୋଗାଭ୍ୟାସ ଆରମ୍ଭ କଲେ, ପ୍ରଥମେ ଯୋଗ ରୋଗର ପ୍ରକୋପରେ ଲଗାମ ଦିଏ ଓ ରୋଗୀ ସାମାନ୍ୟ ଉପଶମ ଅନୁଭବ କରେ। କେତେକ କ୍ଷେତ୍ରରେ ରୋଗୀ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ ପ୍ରଥମେ ଔଷଧ ସେବନ କରି, ପରେ ଯୋଗାଭ୍ୟାସ କରିବା ଭଲ। ଯୋଗ ପ୍ରଭାବ ବିସ୍ତାର କରି, ରୋଗକୁ ପଶ୍ଚାତ୍‌ ଗମନ କରାଇଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧର ମାତ୍ରା କମାଇବାକୁ ହୁଏ। ଭିନ୍ନ ଭିନ୍ନ ଯୋଗାସନ ଦ୍ୱାରା ଭିନ୍ନ ଭିନ୍ନ ରୋଗର ଚିକିତ୍ସା କରାଯାଏ। ଆବଶ୍ୟକ ଆସନ ଓ ପ୍ରାଣାୟାମ ପାଇଁ ଯୋଗ ଗୁରୁ ମାର୍ଗ ବତାନ୍ତି। ଆଜିର ଯୋଗ ଦିବସରେ ଆମେ ରୋଗ ଚିକିତ୍ସା ଓ ନିରାମୟ ଜୀବନ ପାଇଁ ଯୋଗମାର୍ଗକୁ ଆପଣାଇବା ଲାଗି ଶପଥ ନେବା ଓ ଆଜିଠାରୁ ଯୋଗାଭ୍ୟାସ ଆରମ୍ଭ କରିବା ଉଚିତ।
କୋଟି ତୀର୍ଥ, ଓଲ୍‌ଡଟାଉନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri