ରୋଗ୍‌ରେ ପଡ଼ି ଅକରମା ଗଜିନ୍ଦ୍ର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

 

ଲୋଇସିଂହା,୧୮।୧(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗଁାର ଗଜିନ୍ଦ୍ର କୁମ୍ଭାର(୪୭)। ଆଏଜ୍‌କେ ୫ ବଛର ହେଲା ପେଟ୍‌ ବେମାରୀରେ ପୀଡ଼ିତ ଅଛନ୍‌। ଅପରେଶନ ଉତାରୁ ବି ସେ ଠିକ୍‌ ନାଇଁହେବାର। ସେ ଅକରମା ହେଇ ଘରେ ପଡ଼ିରହିଛନ୍‌। ଇଆଡ଼େ ଘରେ ଅଭାବ ଅନାଟନ ଲାଗି ରହିଛେ। ଏନ୍‌ତାଥି ତାକର ଚିକିଛା ଆର ୨ ଝି’ପୁଓର ପାଠ୍‌ପଢ଼ା ଖେଲଢ଼େପ ହେଉଛେ।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଗୁର୍ଜିଭଟା ହରିଜନ ପଡ଼ାର ଗଜିନ୍ଦ୍ରକଁର ପରିବାର କହେଲେ ମାଏକିନା ଚନ୍ଦ୍ରା, ପୁଓ ତରଣୀ ଆର ମାଟ୍ରିକ ପଢ଼ୁଥିବାର ଝି’ କ୍ଷୀରକେ ନେଇ ସଁସାର। ଗଜିନ୍ଦ୍ର କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବଛର କେତେଟା ତଲେ ତାକର ପେଟ୍‌ ବଥା ଆରମ୍‌ ହେଲା। ପେଟ୍‌ ବଥା ଦିନୁଦିନ୍‌କେ ବଢ଼ଲାରୁ ସେ ଲାଗ୍‌ବରମସ, ଧାରଉଧାର କରି ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ଅପରେଶନ ହେବାର ବି ଆଏଜ୍‌କେ ୩ ବଛର ବିତିଗଲାନ। ହେଲେ ସେ ନିରୋଗ୍‌ ହେଇ ନାଇଁପାରବାର। ଏନ୍‌ତାଥି ମାଏକିନା ଚନ୍ଦ୍ରା ବି ଆପ୍‌ନେକେ ଛାଡ଼ି କାମ୍‌ବୁତା କରି ଯାଇ ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ଚାଉଲକେ ଆଶ୍‌ରେ କରି କୁଟୁମ୍‌ଟା ବଡ଼ା ଦୁଖେ ଚଲୁଛନ୍‌। ଏହେଦେ ରୁଜ୍‌ଗାର ଅଭାବୁ ପରିବାରର ଥିତି ଦୁହୁଲି ଯାଇଛେ। ଦିହିପା ସମସିଆର ଲାଗି ଗଜିନ୍ଦ୍ର ଏହେଦେ ଅକରମା ପାଲଟିଯାଇଛନ୍‌। ଏନ୍‌ତାଥି ତାକର ମାଏକିନା ଚନ୍ଦ୍ରା ଗଣମାଧ୍ୟମ ଜରିଆରେ ଆପ୍‌ନେ ଲାଗି ଭତା ଆର ପରିବାରକେ ଟଁକା ପଏସା ସାହାଯ୍‌ ଯୁଗେଇ ଦେବାକେ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ଦେଖିବେ ଧନୁଯାତ୍ରା

ମଥୁରାନଗରୀ,୧୨ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସ ରବିବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥି ଭାବେ ଯୋଗଦେବାର...

ବାଗେଶର ବାବାଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ: ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି

ପୁରୀ ,୧୨।୧( ଅଜିତ୍‌ କୁମାର ମହାନ୍ତି): ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର...

ପୁରୁଷ ଶୂନ୍ୟ ହେଲା ଗାଁ, ଏସ୍‌ପିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ଦଳିତ ଆଦିବାସୀ ମହାସଂଘ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ଆଦିବାସୀଙ୍କ ପର୍ବ ଚାଲିଥିବା ସମୟରେ ଅବକାରୀ ଚଢ଼ାଉ...

ରାୟଗଡ଼ା ରେଳ ଡିଭିଜନର ନୂଆ ଡିଆରଏମ୍‌ ଅମିତାଭ ସିଂଘଲଙ୍କ କୋରାପୁଟ ଗସ୍ତ

କୋରାପୁଟ,୧୨ା୧(ଅମିତାଭ ବେହେରା): ନୂତନ ଭାବେ ରାୟଗଡ଼ା ଡିଭିଜନର ଦାୟିତ୍ୱ ଗ୍ରହଣ କରିଥିବା ଡିଆର୍‌ଏମ୍‌ ଅମିତାଭ ସିଂଘଲ କୋରାପୁଟ ଗସ୍ତରେ ରବିବାର ସକାଳେ କୋରାପୁଟ ଷ୍ଟେଶନକୁ ଆସି...

ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି।...

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ...

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର...

ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image