ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍ ଡେ’। ଏହାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ହେଲେ ଏବେ ସୋସିଆଲ ମିଡିଆରେ ଏମିତି କିଛି ମେସେଜ୍ ଦେଖିବାକୁ ମିଳିଛି ଯାହା ବ୍ୟାଚେଲର ଅବା ପ୍ରେମରେ ଅସଫଳ ହୋଇଥିବା ବ୍ୟକ୍ତିଙ୍କ କାହାଣୀ ବୟାନ କରୁଛି। କେହି କେହି ଅସଫଳ ପ୍ରେମିକ ଲେଖିଛନ୍ତି, ‘ଅଚ୍ଛେଦିନ ଆୟେଗା’।
କେବଳ ମେସେଜ୍ ନୁହେଁ ଏଭଳି କେତେଜଣ କିଛି ଭିଡିଓ ଶେୟାର କରି ନି ନିଜର ବିଫଳ ପ୍ରେମ କାହାଣୀ ମଧ୍ୟ ବର୍ଣ୍ଣନା କରିଥିବା ଦେଖାଯାଇଛି। ଏହି ମେସେଜ୍ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।