ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ। ଏହାକୁ ଚାଲାଣ କରୁଥିବା ଡ୍ରାଇଭର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ବାସୁଦେବପୁର ଥାନା କୁମାରପୁର ଗ୍ରାମରେ।

ଦୀର୍ଘଦିନ ହେଲା ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲାରେ ତିଆରି ହେଉଥିବା ଜିଞ୍ଜର ଓଡ଼ିଶାର ବିଭିନ୍ନ ଜିଲାକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକଙ୍କ ତତ୍ତ୍ୱାବଧାନରେ ସୂଚନା ପାଇ ଗାଡ଼ିକୁ ଅଟକାଯାଇଥିଲା। ଗାଡ଼ି ସମେତ ମାଦକ ଦ୍ରବ୍ୟ ଜବତ କରାଯିବା ସହ ଭ୍ରାମ୍ୟମାଣ ଅବକାରୀ ଥାନାରେ ମାମଲା (ନଂ. ୬୭/୧୯-୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନାନୁସାରେ ଜିଞ୍ଜର ବୋତଲରେ ୮୬ରୁ ୯୦ ପ୍ରତିଶତ ଆଲକହଲ ରହୁଛି। ଯାହା ମଦଠାରୁ ଅଧିକ ନିଶା ହେବାରେ ସହାୟ ହେଉଛି। ୪୫୦ ଏମ୍‌.ଏଲ୍‌. ଜିଞ୍ଜରକୁ ବୋତଲରେ ପ୍ରିଣ୍ଟରେଟ୍‌ ଲେଖାହୋଇଥିବା ୧୧୫ ଟଙ୍କା ଥିବା ବେଳେ ଚୋରାରେ ୪ଶହ ଟଙ୍କା ନେଇ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ଗତ ଜାନୁୟାରୀ ୧୩ ତାରିଖରେ ଶେରଗଡ଼ସ୍ଥିତ ଟୋଲଗେଟ୍‌ ପଛରୁ ଏକ ଟ୍ରକ୍‌ରେ ଯାଉଥିବା ୧୦୦ପେଟି ଅର୍ଥାତ୍‌ (୨୨୫୦ ଲିଟର) ଧରା ପଡ଼ି ଟ୍ରକ୍‌ ସହ ଜବତ ହୋଇଥିଲା। ଏହିଭଳି ଅନେକ ନିଶା ମାଫିଆମାନେ ଜିଞ୍ଜରକୁ ନେଇ ଉପକୂଳ ଜିଲାଗୁଡ଼ିକରେ ଚୋରା କାରବାର ବିସ୍ତାର କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳୁଛି। ଚଢ଼ାଉରେ ସହ ଉପନୀରିକ୍ଷକ ଚନ୍ଦ୍ର ମୋହନ ସେଠୀ ଓ କନଷ୍ଟେବଳ ପ୍ରହଲ୍ଲାଦ ବିଶ୍ୱାଳ ଓ ସେକ କଲିମ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…

ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ।...

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri