ଲକ୍‌ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ

ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍‌ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ସେମାନେ ପରିବାର କିପରି ଚଳାଇବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି । ଏପରି ପରିସ୍ଥିତି ବୌଦ୍ଧ ଜିଲାର ଅନ୍ୟ ଅଞ୍ଚଳ ସହ ମନମୁଣ୍ଡାରେ ଦେଖିବାକୁ ମିଳିଛି । ଅଧିକାଂଶ ଦିନ ମଜୁରିଆ, ଶ୍ରମିକମାନଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନେ ଯେଉଁ ଦିନ ଯାହା ରୋଜଗାର କରନ୍ତି ,ସେହିଦିନ ଖର୍ଚ୍ଚ କରିଦିଅନ୍ତି । କାମ କଲେ ଖାଆନ୍ତି ନ ହେଲେ ଭୋକରେ ରହିବା ଏକରକମ ନିଶ୍ଚିତ । ସେମାନେ ଏବେ ହାତବାନ୍ଧି ଘରେ ବସିଥିବାରୁ ଆଗାମୀ ଦିନରେ ଅନାହାର ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି କରୋନାକୁ ନେଇ ସରକାର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରିଥିବାରୁ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି । ପୂଜକ କେବଳ ଠାକୁରଙ୍କ ନୀତିକାନ୍ତି କରି ଫେରି ଆସୁଥିବାର ଦେଖିବାକୁ ମିଳୁଛି । ମନମୁଣ୍ଡା ଅଞ୍ଚଳର ପୁରାତନ ଦଧିବାମନଜୀଉ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର ଓ ଦୁର୍ଗାଦେବୀ ମନ୍ଦିରରେ ପ୍ରତ୍ୟେକ ଦିନ ଶତାଧିକ ଭକ୍ତଙ୍କ ସମାବେଶ ହୋଇଥାଏ । ଭକ୍ତଙ୍କ ଦକ୍ଷିଣାକୁ ନେଇ ପୂଜକ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଭକ୍ତ ଆସୁ ନ ଥିବାରୁ ସେମାନଙ୍କ ସମସ୍ୟା ବଢିଯାଇଛି । ଦଧିବାମନ ଜୀଉ ମନ୍ଦିର ପୂଜକ ଗୋପୀନାଥ ହୋତା, ସୁବର୍ଣ୍ଣମେରୁ ମନ୍ଦିର ପୂଜକ ନରସିଂହ ଥନାପତି, ବିଶ୍ୱନାଥ ଥନାପତି, ଦୁର୍ଗାଦେବୀ ମନ୍ଦିର ପୂଜକ କୁନା ମିଶ୍ର ପ୍ରମୁଖ ପରିବାର କେମିତି ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡି ଯାଇଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଲୋକଙ୍କ ଘରଙ୍କୁ ଯାଇ କର୍ମକାଣ୍ଡ ଓ ବିଭିନ୍ନ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି। ଜଜମାନମାନେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିବାରୁ ବ୍ରାହ୍ମଣମାନଙ୍କ ଆୟ ଠପ୍‌ ହୋଇଯାଇଛି । ଏଭଳି ପରିସ୍ଥିତିରେ ଦିନ ମଜୁରିଆମାନଙ୍କ ସହ ପୂଜକ ଓ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ସାହାଯ୍ୟ କରିବାକୁ ମନମୁଣ୍ଡା ବ୍ରାହ୍ମଣ ସମାଜ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ସମ୍ପାଦକ ବୈଦ୍ୟନାଥ ହୋତା ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ...

ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି।...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri