ଲକ୍‌ ଡାଉନ୍‌ ନିୟମ ମାନି ରମଜାନ ପାଳନ କରିବାକୁ ନିଷ୍ପତ୍ତି

ଭଟଲି,୨୬ା୪(ଡି.ଏନ.ଏ): ବର୍ତ୍ତମାନ କରୋନା (କୋଭିଡ-୧୯)ପାଇଁ ସମଗ୍ର ଭାରତ ବର୍ଷକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ସମଗ୍ର ଦେଶରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କଡ଼ା ଆଇନ ପ୍ରଣୟନ ହୋଇଛି। କୌଣସି ଧାର୍ମିକ ଅନୁଷ୍ଠାନ ମଧ୍ୟ ଏହି କଟକଣାରୁ ବାଦ୍‌ ପଡ଼ିନାହିଁ। ତେବେ ମୁସଲମାନ ସମ୍ପ୍ରଦାୟଙ୍କ ରମ୍‌ଜାନ୍‌ ମାସ ଆରମ୍ଭ ହୋଇଥିବାରୁ ଭଟଲି ପ୍ରଶାସନ ପକ୍ଷରୁ ଏକ ବୈଠକ ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଛି। ମସ୍‌ଜିଦ୍‌ ପରିସରରେ ମୌଲବୀଙ୍କ ସମେତ ସର୍ବାଧିକ ୪ ଜଣ ରହି ନମାଜ ପାଠ କରିପାରିବେ। ମସଜିଦ୍‌ରୁ ହିଁ ପ୍ରତିଦିନ ଅଜାନ ପରେ ଉପାସ ସମୟ ବିଷୟରେ ମୌଲବି ସଚେତନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଡାକବାଜି ଯନ୍ତ୍ର ସାହଯ୍ୟରେ ଜଣାଇପାରିବେ। ନିଜ ଘର ବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ବାହାର ବ୍ୟକ୍ତି ଘରକୁ ଆସି ଭିଡ଼ ଜମାଇ ନମାଜ ପାଠ କରିପାରିବେ ନାହିଁ। କୌଣସି ମୌଲବି କୌଣସି ଘରକୁ ଯାଇ ନମାଜ ପାଠ କରାଇପାରିବେ ନାହିଁ। ଉପାସ ପରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ କୌଣସି ଦୋକନରେ ଭିଡ଼ କରି ପାରିବେ ନାହିଁ କିମ୍ବା ବିନା କାରଣରେ ବାହାରକୁ ଆସି ପାରିବେ ନାହିଁ। ପ୍ରଶାସନର ଏହି ନିଷ୍ପତ୍ତିକୁ ସମ୍ପ୍ରଦାୟ ପକ୍ଷରୁ ସ୍ବାଗତ କରାଯାଇଛି। ତେବେ ଏହି ବୈଠକରେ ବିଡିଓ ଧୀରେନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଶାନ୍ତ କୁମାର ମହାପାତ୍ର, ଥାନା ଅଧିକାରୀ ରଞ୍ଜିତ କୁମାର ନାଏକ, ମୌଲବି ମହମ୍ମଦ ଇଦ୍‌ରିସ୍‌, ମୁସ୍‌ଲିମ୍‌ କିମିଧିର ସଭାପତି ଅବଦୁଲ ଗନି ଖାଁ, ସମ୍ପାଦକ ହାଜି ସେଖ ଅଲ୍ଲି, ଅବଦୁଲ ଫାରୁକ୍‌ ଖାଁ, ଗୁଲାପ ବେଗ ଏବଂ ସେଖ୍‌ ଫାଇଜାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri