Posted inଗଜପତି

ଲକ୍‌ଡାଉନ ଉଲ୍ଲଂଘନ କରି କ୍ୱାରାଣ୍ଟାଇନରେ ରହିଲେ ସରପଞ୍ଚ, ଯନ୍ତ୍ରୀଙ୍କ ସହ ଏସ୍‌ଆଇ

ପାରଳାଖେମୁଣ୍ଡି,୧୨ା୫ (ସ୍ବ.ପ୍ର.) -ଗଜପତି ଜିଲାରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଜିଲାପାଳ କ୍ଷମତାପ୍ରାପ୍ତ ଜଣେ ସରପଞ୍ଚ ନିଜ ପରିବାରଙ୍କ ସହ କ୍ୱାରାଣ୍ଟାଇନରେ ରହିଛନ୍ତି। ସେହିପରି କରୋନା ସଂକ୍ରମିତ ରେଡ୍‌ ଜୋନ୍‌ରୁ ଗଜପତି ଜିଲାକୁ ଆସିଥିବାରୁ ଜଣେ ପୋଲିସ ଏସ୍‌ଆଇ ଏବଂ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ଖବର ମିଳିଛି। ଖବରରୁ ଜଣାପଡିଛି ଗଜପତି ଜିଲାର ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ରୁବି ରଇତ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀଙ୍କଠାରୁ ଅନୁମତି ନେଇ କୋରାପୁଟ ଜିଲାରେ ରହୁଥିବା ତାଙ୍କ ବାପାଙ୍କୁ ଭେଟିବା ପାଇଁ ଯାଇଥିଲେ ା ହେଲେ ବିନା ଅନୁମତିରେ କୋରାପୁଟରୁ ନିଜ ବାପାଙ୍କୁ ଧରି ଗ୍ରାମକୁ ଫେରିଥିଲେ ା କୋରାପୁଟରେ କରୋନା ସଂକ୍ରମଣ ଥିବାରୁ ସରପଞ୍ଚ କୋରାପୁଟରୁ ବାପାଙ୍କୁ ଧରି ଫେରିବା ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏଘଟଣା ସମ୍ପର୍କରେ ଆର.ଉଦୟଗିରି ତହସିଲଦାର ଶତପଥୀ ଜାଣିବା ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ସପରିବାର କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମ୍ପୃୃକ୍ତ ସରପଞ୍ଚ ପରିବାର ସଦସ୍ୟଙ୍କ ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି ା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତ୍ୟହ ତଦାରଖ କରୁଛନ୍ତି ା ସେହିପରି ଗଜପତିର ଆର୍‌.ଉଦୟଗିରି ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇ କରୋନା ସଂକ୍ରମିତ ଖୋର୍ଦ୍ଧାରେ କିଛିଦିନ ଅବସ୍ଥାନ କରି ଆର୍‌.ଉଦୟଗିରି ଫେରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଏସ୍‌ଆଇଙ୍କୁ ତାଙ୍କ କ୍ୱାର୍ଟର୍ସରେ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି ା ଆର୍‌.ଉଦୟଗିରିର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ସଂକ୍ରମିତ ବ୍ରହ୍ମପୁରରୁ ଆର୍‌.ଉଦୟଗିରି ଫେରିବା ପରେ ତାଙ୍କୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ା ଏମାନଙ୍କ ଗତିବିଧି ଓ ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ନଜର ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି...

ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା

ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି।...

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ...

ବନ୍ଧରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮।୮(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ନିକଟ ସଦରା ବନ୍ଧରେ ବୁଡି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ...

ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା...

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି...

ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ

ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri