ଶେରଗଡ଼,୬ା୪(ଡି.ଏନ୍.ଏ.)- ଶେରଗଡ଼ ପୋଲିସ ଲକ୍ଡାଉନ ସମୟରେ ପାଟ୍ରୋଲିଂ କଡାକଡି କରିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ରବି ଓ ସୋମବାର ପାଟ୍ରୋଲିଂ ଟିମ୍ କାମ ନ ଥାଇ ବାହାରେ ବୁଲୁଥିବା ୧୨ ବାଇକ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଶେରଗଡ଼ କାଳିଆ ହୋ ଟେଲ ଛକରେ ଚଢ଼ାଉ କରି କିଛି ବାଇକ ଚାଳକଙ୍କୁ ତାଗିଦ କରି ଫେରାଇ ଦେଇଥିଲେ।