କୋଳିମାଟି,୩୦ା୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ କୋଳିମାଟି ଭାଲୁହୁଡି ଟାଉନ ନିକଟରେ ସୋମବାର ସକାଳେ ଏକ ଦଶଚକିଆ ଲୁହାପଥର ବୋଝେଇ ଟ୍ରକ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ଟ୍ରକ ଡ୍ରାଇଭରଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାରକରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି।
ସାରା ଭାରତରେ ୨୧ ଦିନ ଲକ୍ଡାଉନ ଚାଲିଥିବା ବେଳେ କେନ୍ଦୁଝର ଜିଲାରେ ଶହ ଶହ ଲୁହା ବୋଝେଇ ଟ୍ରକ ଯିବା ଆସିବା କରୁଛି। ଏ ନେଇ ପ୍ରଶାସନ ପକ୍ଷରୁ କୌଣସି କଟକଣା କରାଯାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।