ଲକ୍‌ଡାଉନ୍‌ ପାଇଁ ବଢ଼ିଛି ସେକ୍ସ ଟଏ ବିକ୍ରି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରାୟ ସବୁ ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ହଠାତ୍‌ ସେକ୍ସ ଟଏ ବିକ୍ରି ଅତ୍ୟଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୋଧହୁଏ ଏହା ଏକମାତ୍ର ଅନ୍‌ଲାଇନ୍‌ ବ୍ୟବସାୟ ଆଶାତୀତ ପରିମାଣରେ ବିକ୍ରି ହୋଇପାରିଛି। ପ୍ରାୟ ସବୁ ଦେଶରେ ଏହି ସେକ୍ସ ଟଏଗୁଡ଼ିକ ବିକ୍ରି ହେଉଛି। ବିଶେଷକରି କଲମ୍ବିଆରେ ଏହି ବ୍ୟବସାୟ ବହୁତ ଅଧିକ ଲାଭଜନକ ହୋଇଛି ବୋଲି ସେକ୍ସ ଟଏ ବିକ୍ରେତାମାନେ କହିଛନ୍ତି। କଲମ୍ବିଆରେ କେତେକ ଦୋକାନରୁ ସମସ୍ତ ସେକ୍ସ ଟଏ ବିକ୍ରି ହୋଇଯାଇଥିବାରୁ ସେମାନେ ରେଡ୍‌ ବ୍ୟାନରରେ ସୋଲ୍ଡ ଆଉଟ୍‌ ଲେଖି ଦୋକାନ ବନ୍ଦ କରିଦେଇଛନ୍ତି। ଅନ୍ୟ ଜଣେ ବିକ୍ରେତା କହନ୍ତି ଯେ, ଲକ୍‌ଡାଉନ୍‌ ଆରମ୍ଭ ହେବାର ପ୍ରାୟ ଚାରିଦିନ ପରେ ତାଙ୍କ ଦୋକାନର ସାମଗ୍ରୀ ସବୁ ହଠାତ୍‌ ୫୦ ପ୍ରତିଶତ ଅଧିକ ବିକ୍ରି ଆରମ୍ଭ ହୋଇଛି। ଅଧିକାଂଶ ଯୁବତୀଯୁବକ ଓ ମଧ୍ୟବୟସ୍କମାନେ ଏଭଳି ସେକ୍ସ ଟଏ ପ୍ରତି ଆଗ୍ରହ ପ୍ରକାଶ କରି କିଣିଥିବା ଦେଖାଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ସବୁଲୋକ ଏବେ ଘରେ ରହୁଛନ୍ତି। ତେଣୁ ଜୀବନକୁ ବିଭିନ୍ନ ପ୍ରକାର ଉପଭୋଗ କରିବା ପାଇଁ ସେମାନଙ୍କ ପାଖରେ ଏବେ ଢେର୍‌ ଅଧିକ ସମୟ। ସେଥିପାଇଁ ଘରେ ମଜା କରିବା ପାଇଁ ଏଭଳି ସେକ୍ସ ଟଏର ଚାହିଦା ବହୁତ ବଢ଼ିିଯାଇଛି। ମନୋବିଜ୍ଞାନୀଙ୍କ ମତରେ ସେକ୍ସ ଟଏ ହିଁ ମଣିଷକୁ ଏହି ଲକ୍‌ଡାଉନ୍‌ ସମୟରେ ଅବସାଦରୁ ଦୂରେଇ ରଖିବାରେ ବେଶ୍‌ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri