ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ହୋଇ ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପୁଥିବାରୁ ଯିଏ ଯେଉଁଠି ରହିଛି ସେଇଠି ରହିବାକୁ ସରକାର ପୂର୍ବରୁ ସମସ୍ତଙ୍କୁ ନିବେଦନ କରିଥିଳେ। ହେଲେ କେତେକ ଭୟଭୀତ ହୋଇ ଯେକୌଣସି ଉପାୟରେ ନିଜ ଘରକୁ ଫେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଲକ୍‌ଡାଉନ୍‌ରେ ଫସିଥିବା ପୁଅକୁ ଆଣିବା ପାଇଁ ଜଣେ ମା’ ସ୍କୁଟି ଚଳାଇ ପ୍ରାୟ ୧୪୦୦ କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବାଦରେ ରହୁଥିବା ୫୦ ବର୍ଷୀୟ ଶିକ୍ଷୟତ୍ରୀ ରଜିଆ ବେଗମଙ୍କ ସାନ ପୁଅ ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରପ୍ରଦେଶର ନେଲୋରରେ ଫସିଯାଇଥିଲେ। ପୁଅ ଘରକୁ ଫେରିବାର କୌଣସି ବ୍ୟବସ୍ଥା ନ ଥିବା ଦେଖି ତାଙ୍କୁ ନିଜେ ଆଣିବାକୁ ରଜିଆ ବିଚାର କରିଥିଲେ। ଏଥିପାଇଁ ସେ ସୋମବାର ସ୍ଥାନୀୟ ପୋଲିସଙ୍କଠାରୁ ଏକ ଅନୁମତି ପତ୍ର ଆଣିଥିଲେ। ଏହାପରେ ନିଜ ଘରଠୁଁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ଯାତ୍ରାରେ ବାହାରିଥିଲେ। ହାଇଓ୍ବେ ଓ ଶୂନଶାନ ରାସ୍ତା ଦେଇ ଶେଷରେ ରଜିଆ ନିଜ ପୁଅଙ୍କୁ ସ୍କୁଟିରେ ଧରି ବୁଧବାର ଘରକୁ ଫେରିଥିଲେ। ତେବେ ଏହି ୧୪୦୦କିଲୋମିଟର ଯାତ୍ରା କରିବାକୁ ତାଙ୍କୁ ମାତ୍ର ୩ ଦିନ ଲାଗିଥିଲା। ପ୍ରତିଦିନ ସେ ୪୭୦ କିଲୋମିଟର ଗାଡି ଚଳାଉଥିବା ଜଣାପଡ଼ିଛି। ସ୍କୁଟିରେ ଏହି ଯାତ୍ରା କଠିନ ଥିବା ବେଳେ କିନ୍ତୁ ପୁଅକୁ ଆଣିବା ଲାଗି ସେ ଦୃଢ଼ମନୋଭାବ କରିଥିଲେ ବୋଲି ରଜିଆ କହିଛନ୍ତି। ତେବେ ପୁଅକୁ ଘରକୁ ଆଣିବା ପରେ ରଜିଆ ଓ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଅପରପକ୍ଷେ ରଜିଆଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ଯୁବକମାନଙ୍କ ବେକାରୀ ସମସ୍ୟାକୁ ନେଇ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ପ୍ରଶ୍ନ ଉଠାଇଛନ୍ତି, ହରିୟାଣାର ଯୁବକମାନେ କାହିଁକି...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ...

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri