ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତର ଭଦୁଆ ଗ୍ରାମରେ ଗୁରୁବାର ରାତିରେ ରବିନାରାୟଣ ବାରିକ(୩୩)ଙ୍କ ଘର କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ଘରେ ସ୍ତ୍ରୀ ସୁମିତ୍ରା (୨୮) ଓ ଝିଅ ଶୁଭଲକ୍ଷ୍ମୀ (୪)ଙ୍କ ସହିତ ଶୋଇଥିବା ବେଳେ କାନ୍ଥ ପଡ଼ିଯାଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ରବିନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମା’ ସୁମିତ୍ରା ଓ ଝିଅ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଗ୍ରାମବାସୀ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଜଳେଶ୍ୱର ବ୍ଲକର ନାମ୍ପୋ, ଖାଲିନା, ସିମିଳିଆ, ସୁଗୋ, ବାଣିଦା, ନେତୁଆ, ପଶ୍ଚିମବାର୍ଡ଼, କାଳିକାପୁର, ବାଇଗଣବାଡ଼ିଆ, ଦେବକୁମାର, ଆରୁହା, ସରସିଦା, ରାୟାରାମଚନ୍ଦ୍ରପୁର, ମାଳଗଡ଼ିଆ, ଶିଖରପୁର, ଗୁରୁଦାସପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର, ବେହେରାସାହି, ଖୁଦିଆମାଝିସାହି, ଓଲମରା, ମାକିଡ଼ିଆ, ହାତିଗଡ, କୁଆଡ଼ ଆଦି ଗ୍ରାମରେ ନାହିଁ ନ ଥିବା ଦୁର୍ଦ୍ଦଶାରେ ରହିଛନ୍ତି। ଜଳେଶ୍ୱର ମ୍ୟୁନିସିପାଲିଟିର ବହୁ ୱାର୍ଡ଼ରେ ରାସ୍ତା ବୁଡ଼ି ଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କର ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ପୌରାଞ୍ଚଳର ରାଜପୁର, ଶେକବାଡ଼, ପଥରପୁରା, ଶାସନବାଡ଼, ପଞ୍ଚୁଘଣ୍ଟା, ଶାନ୍ତିଆ, ଦେଉଳି ପଞ୍ଚୁଘଣ୍ଟା, ନନ୍ଦିକା, ଅଲାଲପୁର, ନହଞ୍ଜରା ପ୍ରଭୃତି ଗ୍ରାମରେ ରାସ୍ତାଘାଟ ବୁଡ଼ି ଯିବା ସହ ଲୋକମାନେ ପାଣି ଘେରରେ ରହିଥିବା ଦେଖାଯାଇଛି। ପାଣି ଘେରରେ ଥିବା ଲୋକମାନେ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ଅଧିକାରୀଙ୍କ ସମେତ ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଶୁକ୍ରବାର ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ବାୟୁସେନାରେ କାର୍ଯ୍ୟରତ...

ଭଞ୍ଜନଗରରେ ବ୍ଲକସ୍ତରୀୟ ‘ଆମ କୁନି ପିଲା’ ତାଲିମ

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଆର୍‌ଏମ୍‌ସି କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପଠାରେ ବ୍ଲକର ଅଙ୍ଗନବାଡି କର୍ମୀମାନଙ୍କୁ ନେଇ...

ଭିନ୍ନକ୍ଷମ ନାବାଳିକାଙ୍କୁ କରିଥିଲେ ବଳାତ୍କାର; ୮୭ ବର୍ଷର ବୃଦ୍ଧଙ୍କୁ ମିଳିଲା ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର, ୨୮।୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହକାରୀ ଦୌରା ଜଜ ତଥା ସ୍ବତନ୍ତ୍ର ଟ୍ରାକ କୋର୍ଟ ବିଚାରପତି ସୌଦାମିନି ସିଙ୍ଗ ଜନୈକା ୧୪ ବର୍ଷ ନାବାଳିକା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ସଂଘ

ନୂଆପଡ଼ା,୨୮ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଂଘ...

ରାଉରକେଲାରେ ପୁଣି ଫୁଟିଲା ଗୁଳି: ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହୋଟେଲରେ ପଶିଲେ, ଭୁଜାଲିରେ ହାଣିଲେ…

ରାଉରକେଲା,୨୮l୩(ସଂଗୀତା ଜେନା): ରାଉରକେଲାରେ ପୁଣି ଗୁଳିକାଣ୍ଡ। ଗତ ମାସ ୪ ନଂ ସେକ୍ଟରରେ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ଗୁରୁବାର...

ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ...

ଗାଁ ଗାଁରେ ପୁଷ୍ଟିସାର ଖାଦ୍ୟ ଖାଇବା ଲାଗି ସଚେତନତା, ତାଲିମ ପାଉଛନ୍ତି ଅଙ୍ଗନଓ୍ବାଡି-ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ): ରାଜ୍ୟରେ ଅପପୁଷ୍ଟି ରୋକିବା ସହ ସାଧାରଣ ଲୋକ କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେନେଇ ରାଜ୍ୟସରକାର ପ୍ରୟାସ ଜୋରଦାର କରିଛନ୍ତି।...

ଜାତୀୟ ସ୍କଚ ଆୱାର୍ଡ-୨୦୨୫ ପାଇବାକୁ ଗଞ୍ଜାମ ଜିଲା ମନୋନୀତ

ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଅଭିନବ ନିରୀକ୍ଷଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କ ସୁରକ୍ଷା ଓ ଠିକ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଥିବାରୁ ଜାତୀୟ ସ୍କଚ ଆୱାର୍ଡ-୨୦୨୫ ପାଇବାକୁ ମନୋନୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image