ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ ଅଦିନିଆ ବର୍ଷା ସେମାନଙ୍କୁ ନିରାଶ କରିଛି। ସଦର ବ୍ଲକ ମଣ୍ଡାପାଳ ଗ୍ରାମରେ କ୍ଷୟକ୍ଷତି ସୀମା ଟପିଛି। ସୁରେଶ ବରାଳ, ଧରଣୀ ବ୍ରହ୍ମ, ଅରୁଣ ବରାଳ, ଯୁଧିଷ୍ଠିର ବରାଳ, ଆକାଶ ରାଜ, ରାଜପ୍ରକାଶ ରାଜ, କୈଳାସ ରାଜ, ବଂଶୀଧର ବରାଳ, ସୁଦର୍ଶନ ବରାଳ, ବିପିନ ବରାଳ, ମାନସ ବରାଳ, ପ୍ରଫୁଲ୍ଲ ବରାଳ, ସର୍ବେଶ୍ୱର ବ୍ରହ୍ମ, ପ୍ରସନ୍ନ ବ୍ରହ୍ମ, ରମେଶ ବ୍ରହ୍ମ, ସୂର୍ଯ୍ୟକାନ୍ତ ବ୍ରହ୍ମ ପ୍ରମୁଖ ଚାଷୀଙ୍କ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଲଗାଣବର୍ଷା ଯୋଗୁ ଜିଲାରେ ୭୫୦ ହେକ୍ଟର ଧାନଚାଷ ଜମି ଜଳମଗ୍ନ ହୋଇଛି। ଏଥିରୁ କେବଳ ସଦର ବ୍ଲକର ୧୧୦ ହେକ୍ଟର ଜମି ରହିଛି। ମଣ୍ଡାପାଳ ଗ୍ରାମରେ ୨୫ ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ପାଣିରେ ବୁଡ଼ିରହିଛି। ଚାଷ ଜମି ନିକଟରେ କେନାଲ ବ୍ୟବସ୍ଥା ଠିକ ନ ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି। କ୍ଷେତ୍ର ପରିଦର୍ଶନ କରିବା ପରେ ଏ ନେଇ ସରକାର ଏବଂ କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷାପାଣି ପ୍ରବାହିତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ଉପରେ। ସଦର ବ୍ଲକ ଖମାର ନିକଟରେ ନିର୍ମାଣାଧୀନ କଲଭର୍ଟ ପାଇଁ ହୋଇଥିବା ଡାଇଭର୍ସନ ରାସ୍ତା ଶୁକ୍ରବାର ସକାଳେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାରୁ ୨୦ କିମି ଦୂର ବଣସିଂହ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କଲଭର୍ଟ ନିର୍ମାଣ କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ଲାଗି ଅସ୍ଥାୟୀ ଭାବେ ଏହି ଡାଇଭର୍ସନ ରୋଡ ତିଆରି ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ରାସ୍ତା ନିକଟରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଜଳଭଣ୍ଡାରରୁ ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଫଳରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଏହାପରେ ଯାନବାହନ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା କମିଲେ ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର):  ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ...

ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

ରକ୍ତରଞ୍ଜିତ ରାଜରାସ୍ତା: ବସ ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ

ପରଜଙ୍ଗ,୨୯।୮(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।...

ରାସ୍ତାରେ ଅଧିଆ ପଡ଼ି ରାଜସ୍ଥାନରୁ ପୁରୀ ଯାତ୍ରା

କାମାକ୍ଷାନଗର ୨୬ା୮(ସୁଧୀର କୁମାର ପରିଡା):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ସାନ୍ନିଧ୍ୟ ଟିକେ ପାଇବାକୁ ସୁଦୂର ରାଜସ୍ଥାନରୁ ବାହାରି ରାସ୍ତାରେ ଅଧିଆ ପଡ଼ି ପୁରୀ ଅଭିମୁଖେ...

ବନ୍ଧାହେଲେ କୁବେର ରେଞ୍ଜର, କେବଳ ଓଡ଼ିଶା ନୁହେଁ ହାଇଦ୍ରାବାଦରେ ଥିଲା ଫ୍ଲାଟ୍‌

ଡେଙ୍କାନାଳ,୨୩।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଶୁକ୍ରବାର ଗିରଫ ହୋଇଛନ୍ତି। ତାଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।...

ରେଞ୍ଜରଙ୍କ ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ବିଡ଼ାବିଡ଼ା ଟଙ୍କା, ଭିଡିଓ ଦେଖିଲେ…

ଢେଙ୍କାନାଳ,୨୨ା୮: ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଗୁରୁବାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ...

ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ: ୮ଟି ସ୍ଥାନରେ ଚାଲିଛି ରେଡ

ଡେଙ୍କାନାଳ,୨୨।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା...

ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri