ଲଘୁ ଖଣିଜ ଚୋରି ରୋକିବାକୁ ୧୦ ଜିଲାପାଳଙ୍କୁ ଚିଠି

କଟକ ଅଫିସ,୧୨।୧୨: କେନ୍ଦ୍ରାଞ୍ଚଳ ଅଧୀନ ୧୦ଟି ଜିଲାରେ ଆଖିବୁଜା ଲଘୁ ଖଣିଜଦ୍ରବ୍ୟ ଚୋରି ହେଉଛି। ଏହି ଚୋରିକୁ ରୋକିବା ପାଇଁ ଆର୍‌ଡିସି ଅନିଲ କୁମାର ସାମଲ ୧୦ ଜିଲାପାଳଙ୍କୁ ତାଗିଦ୍‌ କରିଛନ୍ତି। ବିଶେଷକରି ଉପଜିଲାପାଳ ଓ ତହସିଲଦାରମାନେ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଏହା ଏବେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ତେଣୁ ଉପଜିଲାପାଳ ଓ ତହସିଲଦାରମାନଙ୍କ ଏଭଳି ସ୍ଥାଣୁତାକୁ ବରଦାସ୍ତ କରାଯିବନାହିଁ ବୋଲି ଆରଡିସି କହିଛନ୍ତି। ଏହି ଚୋରିକୁ ରୋକିବା ପାଇଁ ଆରଡିସି ସାମଲ କେତେଗୁଡିଏ ନିର୍ଦ୍ଦେଶନାମା ଜିଲାପାଳମାନଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି। ଜିଲାପାଳମାନେ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ସଇରାତଗୁଡିକର ଡିଜିପିଏସ(ଡିଫରେନସିଆଲ ଗ୍ଲୋବାଲ ପୋଜିିଶନିଂ ସିଷ୍ଟମ) ସର୍ଭେ କରିବା ସହିତ ସଇରାତ ଚିହ୍ନଟ କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଖଣି ଅଞ୍ଚଳଗୁଡିକର ତଦାରଖ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ମୁତୟନ କରିବାକୁ ଆରଡିସି କହିଛନ୍ତି। ଏହି ଖଣିଜଦ୍ରବ୍ୟଗୁଡିକ ମଧ୍ୟରେ ଆଖିବୁଜା ବାଲି ଚୋରି ଅଧିକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ବାଲି ଚୋରି ଫୋକସ୍‌ରେ କଟକ ଓ ଯାଜପୁର ଜିଲା ରହିଥିବା ବେଳେ ପଥର ଚୋରି ଫୋକସ୍‌ରେ ଖୋର୍ଦ୍ଧା ରହିଛି। ଯାଜପୁର ଜିଲାରେ ୨୦୧୮ ଏପ୍ରିଲ ପହିଲାରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଲଘୁ ଖଣିଜଦ୍ରବ୍ୟ ରୟାଲ୍‌ଟି ବାବଦରେ ମୋଟ ୧୩କୋଟି ୨୩ଲକ୍ଷ ୩୩ହଜାର ୨୩୨ ଟଙ୍କା ଆଦାୟ ହୋଇଥିବାବେଳେ ବେଆଇନ ଉତ୍ତୋଳନ ପାଇଁ ଜରିମାନା ବାବଦକୁ ୧କୋଟି ୯୩ଲକ୍ଷ ୧୦ହଜାର ୫୩୦ଟଙ୍କା ଆଦାୟ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରଶାସନ ପକ୍ଷରୁ ୬୪୯ ଥର ଚଢାଉ କରାଯାଇ ୧୨୦୧ ଗାଡିକୁ ଜବତ କରାଯାଇଛି।
ଖୋର୍ଦ୍ଧା ଜିଲାର ପଥର ଖଣିକୁ ଦେଖିଲେ ଅଧିକାଂଶ ଖଣି ପୁରୀ ଶ୍ରୀଜଗନ୍ନାଥଙ୍କ ଜମିରେ ରହିଛି। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଜିଲାର ମୋଟ ୧୩୧ଟି ଖଣି ମଧ୍ୟରୁ ୬୫ଟି କାର୍ଯ୍ୟ କରୁଥିବା ରିପୋର୍ଟରୁ ଜଣାପଡିଛି। ତେବେ ଜିଲାରେ କାର୍ଯ୍ୟ କରୁଥିବା ବେଆଇନ କ୍ରଶର ୟୁନିଟ୍‌ଗୁଡିକ ଉପରେ କଡା ନଜର ରଖିବାକୁ ଆର୍‌ଡିସି ତାଗିଦ କରିଛନ୍ତି। ଜଟଣୀ ତହସିଲ ଅଞ୍ଚଳରୁ ବେଆଇନଭାବେ ପଥର ଉତ୍ତୋଳନ କରାଯାଇ ଡେଲାଙ୍ଗ ଓ କଣାସ ଅଞ୍ଚଳକୁ ଚାଲାଣ କରାଯାଉଥିବା ଜଣାପଡିଛି।
ବାଲି ଚୋରି କଟକ ଜିଲାରେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଦିନ ଦ୍ୱିପ୍ରହରରେ ମହାନଦୀ, କୋଠଯୋଡି, ଲୁଣା, ଚିତ୍ରୋତ୍ପଳା ଓ ବିରୂପା ଆଦି ନଦୀରୁ ବେଆଇନଭାବେ ବାଲି ଚୋରି କରାଯାଉଛି। ସ୍ଥାନୀୟ ପୋଲିସ ଓ ତହସିଲ ପ୍ରଶାସନ ସହାୟତାରେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ସେମାନଙ୍କର ବାଲି ଘାଟ ଲିଙ୍କ ପଦାକୁ ଆସିଥିଲା। ଏହାପରେ କଟକ ସଦର ତହସିଲ ଅଞ୍ଚଳରେ ତହସିଲ ପ୍ରଶାସନ ଖୋଳତାଡ କରିବାରୁ ବଡ ଧରଣର ବାଲି ଚୋରି ର଼୍ୟାକେଟ ଧରାପଡିଥିଲା। ଲିଜ୍‌ଧାରୀମାନେ ଯେତିକି ଇଲାକା ଲିଜ୍‌ ସୂତ୍ରରେ ଆଣିଛନ୍ତି ତାହା ଠୁ ଅଧିକ ଇଲାକାରୁ ବାଲି ଉତ୍ତୋଳନ କରୁଥିବା ତଦନ୍ତରୁ ଜଣାପଡିଥିଲା। ଫଳରେ ଏହି ଲିଜ୍‌ଧାରୀମାନଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା। ମୁଖ୍ୟତଃ ନଦୀର ସମ୍ବେଦନଶୀଳ ଅଞ୍ଚଳରୁ ବାଲି ଉତ୍ତୋଳନ କରାଯାଉଥିବାରୁ ଭବିଷ୍ୟତରେ ନଦୀର ଗତିପଥ ପରିବର୍ତ୍ତନ ହେବା ଆଶଙ୍କା ରହିଛି। ଏ ସମ୍ପର୍କରେ ଆରଡିସିଙ୍କ କାର୍ଯ୍ୟାଳୟରେ ରାଜସ୍ବ ଦାୟିତ୍ୱରେ ଥିବା ଅଧିକାରୀ ଏଲୋରା ଭାରତୀ ଜେନାଙ୍କୁ ପଚାରିବାରୁ ଲଘୁ ଖଣିଜଦ୍ରବ୍ୟ ଉପରେ କଡା ନଜର ରଖାଯାଇଛି। ଏହି ଚୋରିରେ ସାମିଲ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri