ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଚଳିତ ବର୍ଷ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଛି। ଧୋନୀ ଏବେ ଭାରତୀୟ ସେନା ସହ କାର୍ଯ୍ୟ କରୁଛନ୍ତି। ସେ ବୁଧବାର ଭାରତୀୟ ସେନାର ପାରାଚ୍ୟୁଟ ରେଜିମେଣ୍ଟ ସହ ଲଦାଖରେ ପହଞ୍ଚତ୍ଥିଲେ। ତାଙ୍କୁ ଯବାନମାନେ ସାଲ୍ୟୁଟ କରି ସ୍ବାଗତ କରିଥିଲେ। ଏହାପରେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଆର୍ମି ମେଡିକାଲରେ ଯବାନଙ୍କ ସହ ସମୟ ବିତାଇଥିଲେ, ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାରାଚ୍ୟୁଟ ରେଜିମେଣ୍ଟ ସହ ସେ ସିଆଚିନ ଯିବେ ବୋଲି ଆଶା କରାଯାଉଛି, ଯେଉଁଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।