କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍ ଜେଟ୍ ଟେକ୍ନିସିଆନ୍ ରୋହିତ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ରୋହିତ୍ ସ୍ପାଇସ୍ ଜେଟ୍ ବିମାନରେ ମରାମତି କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।