ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା। ଲାଲ କରିଡର ରୂପେ ପରିଚିତ ଏହି ଅଞ୍ଚଳ ୨୦୦୦ ମସିହା ବେଳକୁ ଜିଲା ଓ ରାଜ୍ୟ ପ୍ରଶାସନର ନିଦ ହଜେଇ ଦେଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବ୍ୟବସ୍ଥା ଓ ବିପର୍ଯ୍ୟୟକୁ ଆଳକରି ମାଓବାଦୀମାନେ ସେଠାକାର ଗରିବ ତଥା ଆଦିବାସୀଙ୍କ ସହାୟତାରେ କାୟା ବିସ୍ତାର କରିଥିଲେ। ଅଧିକାଂଶ ସମୟରେ ଗଣମାଧ୍ୟମର ଶିରୋନାମାରେ ରହୁଥିବା ଏହି ଅଞ୍ଚଳ ଉପରେ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଲା ା ଧୀରେ ଧୀରେ ସେହି ପଞ୍ଚାୟତବାସୀ ବିକାଶର ସୂର୍ଯ୍ୟାଲୋକ ଦେଖିଲେ। ତଥାପି ସ୍ଥାନୀୟ ଅଧିବାସୀଙ୍କ ଦାରିଦ୍ର୍ୟ କମି ନ ଥିଲା। ଛେଳି, କୁକୁଡ଼ା, ଘୁଷୁରି ପାଳନ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କ ଜୀବିକା ଥିଲା । ପାହାଡ଼ିଆ, ପଥୁରିଆ, ଢ଼ାଲୁ ଅଞ୍ଚଳ ସହ ଅମ୍ଳୀୟ ମାଟି, ଜଳସେଚନର ଅଭାବ ଉପରୋକ୍ତ ଅଞ୍ଚଳରେ ବ୍ୟବସାୟଭିତ୍ତିକ କୃଷି କରିବାରେ ମୁଖ୍ୟ ଅନ୍ତରାୟ ସାଜିଥିଲା। ତଥାପି ଗତ ଦଶନ୍ଧିର ଶେଷଆଡ଼କୁ ଏହି ପଞ୍ଚାୟତରେ ଆଦିବାସୀ ବହୁଳ କ୍ଷୁଦ୍ର ଗ୍ରାମ କାଲଚିପୋଡ଼ାଡ଼ିହରୁ ଆରମ୍ଭ ହେଲା ବର୍ଷାଦିନିଆ ଟମାଟୋ (ପାତଳଘଣ୍ଟା)ଚାଷ। ସେହି ଗ୍ରାମର ୨ ଯୁବକ ଗାଣ୍ଡୁରୁ ମି ଓ ତାଙ୍କ ଭାଇ ଗୋସେଇଁ ମି ପରୀକ୍ଷାମୂଳକ ଭାବେ ଆରମ୍ଭ କଲେ ବର୍ଷାଦିନିଆ ଟମାଟୋ ଚାଷ। ପ୍ରଥମ ଦୁଇ ଚାରି ବର୍ଷ ଲାଭକ୍ଷତିକୁ ହିସାବ ନ କରି ଅଳ୍ପ ପରିମାଣରେ ଚାଲୁ ରହିଲା ଏହି ଚାଷ। ଫୁଲ ଆସିଲା ବେଳକୁ ପ୍ରାୟ ଗଛ ସବୁ ମାଟିରେ ପଡ଼ିଯାଉଥିଲା। ଅଳ୍ପ ଗଛରେ ଫଳ ରହୁଥିଲା। ସେମାନେ ପ୍ରଥମେ ସ୍ଥାନୀୟ ଉଦ୍ୟାନ ବିଭାଗ କର୍ମଚାରୀ ଓ ପରେ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଯୋଗାଯୋଗ କରି ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣର ପନ୍ଥା ଖୋଜି ପାଇଲେ। ଏହା ପରେ ସଫଳତା ମିଳିଲା। ଗାଣ୍ଡୁରୁ ଓ ଗୋସେଇଁଙ୍କ ସହ ଧୀରେ ଧୀରେ ଗ୍ରାମର ଅନ୍ୟ ଚାଷୀମାନେ ବର୍ଷାଦିନିଆ ଟମାଟୋ ଚାଷ ଆରମ୍ଭ କରିଲେ। ବର୍ଷା ଋତୁ ହୋଇଥିବାରୁ ଜଳସେଚନର ଆବଶ୍ୟକତା ନ ଥିଲା। ଅଣ ଋତୁ ହୋଇଥିବାରୁ ଟମାଟୋର ବିକ୍ରିରେ କିଛି ଅସୁବିଧା ହେଉ ନ ଥିଲା। ସ୍ଥାନୀୟ ବଜାରରେ ଭଲ ଦାମ୍‌ ମଧ୍ୟ ମିଳିଲା। କ୍ରମେ ପଡ଼ୋଶୀ ବିରିଆମ୍‌, ସୋଡ଼ ସହିତ ଆଖପାଖ ଦୁଇ ଚାରିଟି ଗ୍ରାମର ଚାଷୀମାନେ ଏହି ଚାଷରେ ଲାଗିପଡ଼ିଲେ। କୃଷିବିଜ୍ଞାନୀମାନେ ଉପରୋକ୍ତ ଗାଁରେ ପହଞ୍ଚତ୍ ନୂତନ କୌଶଳ ପରୀକ୍ଷା କରାଇଲେ। ତା’ପରେ ଚାଷୀମାନଙ୍କ ଦ୍ୱାରା ତାହା ଆଦୃତ ହେବାକୁ ଲାଗିଲା।

ଏବେ ଉପରୋକ୍ତ ଅଞ୍ଚଳର ୧୦୦ ଏକର ଜମିରେ କେବଳ ଟମାଟୋ ଚାଷ ହେଉଛି। ଏକର ପିଛା ୮୦ରୁ ୯୦ କୁଇଣ୍ଟାଲ ପର୍ଯ୍ୟନ୍ତ ଟମାଟୋ ଉତ୍ପାଦନ କରି ସାଧାରଣ ଚାଷୀମାନେ ନିଜର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିପାରିଛନ୍ତି। ଏହି ଚାଷରେ ଉତ୍ସାହିତ ହୋଇ ଅନ୍ୟମାନେ ବି ଉନ୍ନତ ପଦ୍ଧତିର ପାତଳଘଣ୍ଟା ଚାରା ଲଗାଇବା, ଗଛର ଯତ୍ନ ନେବା ଓ ଫଳ ଅମଳ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରିଛନ୍ତି ା ଏବେ ସୋଡ଼ ପଞ୍ଚାୟତରୁ ପ୍ରତିଦିନ ତିନିରୁ ଚାରି ଟ୍ରକ ପାଚିଲା ଲାଲ ଟହଟହ ଟମାଟୋ ଅନ୍ୟ ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି। ଦେବଗଡ଼ ଛଡ଼ା ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ପରି ପଡ଼ୋଶୀ ଜିଲାର ପ୍ରମୁଖ ବଜାରରେ ଏବେ ସୋଡ଼ ଟମାଟୋର ଚାହିଦା ରହିଛି। ଦିନେ ଅନ୍ୟ ରାଜ୍ୟକୁ କାମଧନ୍ଦା ଖୋଜିବାକୁ ଯାଉଥିବା ମନୋଜ ଲାକ୍ରା, ଦିଲୀପ ଲାକ୍ରାଙ୍କ ପରି ଅନ୍ୟ ଯୁବକମାନେ ମଧ୍ୟ ଏହି ଟମାଟୋ ଚାଷରେ ଲାଗିଛନ୍ତି। ଗରିବ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିଥିବା ଏହି ଟମାଟୋ ସ୍ଥାନୀୟ ଚାଷୀଙ୍କୁ ଲୋକ ଲୋଚନକୁ ଆଣିଛି। ମାଓବାଦୀ ତଥା ଅପହଞ୍ଚ ଇଲାକା ଭାବେ ଏକଦା ପରିଚିତ ଥିବା ସୋଡ଼ ପଞ୍ଚାୟତ ପାଖାପାଖି ତିନୋଟି ଜିଲାର ଚାଷୀମାନଙ୍କୁ ସମୃଦ୍ଧିର ନୂଆ ଦିଗଦର୍ଶନ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

:ଶଶାଙ୍କଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

ସାବଧାନ! ଆପଣଙ୍କ ଘର ମୂଳଦୁଆ ହୋଇପାରେ ଦୁର୍ବଳ: ରାଜ୍ୟରେ ମିଳୁଛି ନକଲି ଲୁହାଛଡ଼

ଭୁବନେଶ୍ୱର,୨।୪: ରାଜ୍ୟରେ ମିଳୁଥିବା ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଲୁହାଛଡ଼ ମଧ୍ୟ ନକଲି ମିଳୁଛି। ଗତ ପାଞ୍ଚ...

କିଏ ସେହି ପୁନମ ଗୁପ୍ତା, ଯିଏ ଥିଲେ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା, ଏବେ ହେବେ RBIର ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨।୪: RBIର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି...

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ଭୟରେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ କଲେ ଅପିଲ୍

ମାଲକାନଗିରି,୨।୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ସମୁଳ ନାଶ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଅଭିଯାନ...

BJDରେ ବଡ଼ ହଲଚଲ, କଥା ବଦଳାଇଲେ ନବୀନ!

ଭୁବନେଶ୍ୱର, ୨।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହେବାକୁ ଥିବା ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ ବିଜୁ ଜନତା ଦଳ (ବିଜେଡି) ବିରୋଧ କରିବ...

ପାକିସ୍ତାନରେ ପୁଣି ମହଙ୍ଗା ମାଡ଼: ପିଆଜ, ଟମାଟୋ, ଚିକେନ ସବୁ ହେଲା ମହଙ୍ଗା

ଇସଲାମାବାଦ,୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତିକୁ ନେଇ ପୁଣିଥରେ ଉତ୍ତେଜନା ପ୍ରକାଶ ପାଇଛି। ଦୋକାନୀ ଏବଂ କ୍ରେତା ଉଭୟ ମୁଦ୍ରାସ୍ଫୀତି ଯୋଗୁଁ କଷ୍ଟ ପାଉଛନ୍ତି। ରମଜାନ ସରିଗଲା କିନ୍ତୁ...

ଦିନେ ଗୁପଚୁପ ବିକ୍ରି କରୁଥିବା Yashasvi Jaiswal ଯେଉଁ ଟିମ ପାଇଁ ହୋଇଥିଲେ ସୁପରଷ୍ଟାର, ଆଜି ଛାଡିବାକୁ ଯାଉଛନ୍ତି ସେହି ଟିମକୁ…

ନୂଆଦିଲ୍ଲୀ,୨।୪: ମୁମ୍ବାଇ ଦଳର ଓପନର ଯଶସ୍ବୀ ଜୟସୱାଲ ମଙ୍ଗଳବାର ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଏକ ମେଲ ଲେଖିଥିଲେ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଯଶସ୍ବୀ ଜୟସୱାଲ...

୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା, ଆର୍ଲଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୪: ପାଣିପାଗକୁ ନେଇ ବଡ଼ ଅପଡେଟ । ଆସୁଛି ବଡ଼ ବର୍ଷା । କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image