ଲୁହାସ୍କ୍ରାପ ଚୋରାଚାଲାଣ : ୩ ଗିରଫ, ଟେମ୍ପୋ ଓ ବନ୍ଧୁକ ଜବତ

ବଡ଼ବିଲ,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିବା ଏକ ଲୁହାସ୍କ୍ରାପ ବୋଝେଇ ଟେମ୍ପୋକୁ ରାଜ୍ୟ ସୀମାନ୍ତରୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟେମ୍ପୋ ଡ୍ରାଇଭର ବଡ଼ବିଲ ଗାଢାହଟିଂ ଅଞ୍ଚଳର ରେଟୋ ଓରଫ ମହାନ୍ତି ମୁଣ୍ଡାମୁଖ୍ୟ ଅଭିଯୁକ୍ତ ଦାମୁହଟିଂ ଅଞ୍ଚଳର ବଂଶୀଧର ପଣ୍ଡା ଓ ଟିଟୁ ଓରଫ ସୁନୀଲ ପାତ୍ର। ଟିଟୁଙ୍କ ଘରେ ଚଢ଼ାଉ କରି ପୋଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ଶନିବାର ମଧ୍ୟାହ୍ନରେ ବଡ଼ବିଲ ଏସ୍‌ଡିପିଓ (ସବ୍‌ଡିଭିଜନାଲ ପୋଲିସ ଅଫିସର) ଦିଲୀପ ଚନ୍ଦ୍ର ବାଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ବଡ଼ବିଲ ହରିହର ମନ୍ଦିର ପଛପାଖରେ ସରକାରୀ ଜମି ଜବରଦଖଲ କରି କାର୍ତ୍ତିକ ବାଗାନରୁ ଚୋରା ଲୁହା ସ୍କ୍ରାପ୍‌ (ପ୍ରାୟ ୫୦୦ କିଲୋଗ୍ରାମ ଓଜନ) ବୋଝେଇ କରି ଓଡି ୦୯ ସି ୬୪୧୮ ନମ୍ବର ବିଶିଷ୍ଟ (ଟାଟା ଏସିଇ) ଟେମ୍ପୋ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସୂଚନା ମିଳିଥିଲା। ଖବରପାଇ ବଡ଼ବିଲ ଥାନା ଇନ୍ସପେକ୍ଟର ସଦଳବଳେ ସୀମାନ୍ତ ନାଲଦାରୁ ଉକ୍ତ ଲୁହା ସ୍କ୍ରାପ ବୋଝେଇ ଟେମ୍ପୋ ଜବତ କରିଥିଲାବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଟେମ୍ପୋ ଡ୍ରାଇଭର ରେଟୋଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବାରୁ ଚୋରା କାରବାରରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା ପୋଲିସ। ତେବେ ଶୁକ୍ରବାର ରାତିରେ ପୋଲିସ ଦାମୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ବଂଶୀଧର ଓ ଟିଟୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏ ନେଇ ବଡ଼ବିଲ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଟିଟୁଙ୍କ ଘରୁ ବନ୍ଧୁକ ଜବତ ହୋଇଥିବାରୁ ଆଉ ଏକ ମାମଲା ରୁଜୁ କରିଥିବା ପୋଲିସ କହିଛି। ଅଭିଯୁକ୍ତ ୩ ଜଣଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ମାତିଲେ ଲୁଟେରା, ବୃଦ୍ଧ ଦମ୍ପତିଙ୍କୁ ଭିତରପଟୁ ତାଲା ପକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୦ା୧୧: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା...

ମାଡ଼ ମାରି ଗିରଫ ହେଲେ ସରପଞ୍ଚ

ଭଦ୍ରକ,୧୦ା୧୧: ଏକ ମାରପିଟ୍‌ ମାମଲାରେ ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଫରହତ ଆଲାମ୍‌ ଓରଫ ଲୁକାଙ୍କୁ ଗ୍ରାମାଞ୍ଚଳ ପୋଲିସ...

କାର୍‌କୁ ପଛପଟୁ ଧକ୍କାଦେଲା ଦ୍ରୁତଗାମୀ ଡମ୍ପର, ୨ ଗୁରୁତର

ବାଲିଆପାଳ,୧୦ା୧୧: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲା...

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି....

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍‌ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ...

ଲଭ୍‌-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ…

ଭୁବନେଶ୍ୱର,୯ା୧୧: ଲଭ୍‌-ଜିହାଦ ଅଭିଯୋଗ ଘଟଣାରେ ଡିସିପି ପିନାକ ମିଶ୍ର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସମୀର ମନସୁରଙ୍କୁ ଗିରଫ...

ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ଜିଅନ୍ତା ଜାଳିଦେଲେ, ସ୍ବାମୀ କହିଲେ ହୃଦୟ ବିଦାରକ କଥା

ଇମ୍ଫାଲ,୯ା୧୧: ମଣିପୁରର ଜିରିବାମ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗୁରୁବାର (ନଭେମ୍ବର ୭) ରାତିରେ ଜଣେ ୩୧ ବର୍ଷୀୟା ଆଦିବାସୀ...

ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri