Posted inଜାତୀୟ

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଳେଷଣ କରାଯିବା ପରେ ଗୁରୁବାର ଏହି ବିଷୟ ସାମ୍ନାକୁ ଆସିଛି।
ନାମାଙ୍କନପତ୍ର ଦାଖଲ ବେଳେ ମୋଟ ୮,୦୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭,୯୨୮ ଜଣ ଦେଇଥିବା ସତ୍ୟପାଠକୁ ଏଡିଆର୍‌ ଅନୁଧ୍ୟାନ କରିଛି। ଅବଶିଷ୍ଟ ୧୨୧ ପ୍ରାର୍ଥୀଙ୍କ ସତ୍ୟପାଠ ଅସମ୍ପୂର୍ଣ୍ଣ କିମ୍ବା ଆବଶ୍ୟକ ଦସ୍ତାବିଜ ସଂଲଗ୍ନ ନୁହେଁ। ଏଥିଯୋଗୁ ସେମାନଙ୍କ ସମ୍ପର୍କରେ ନିର୍ବାଚନ କମିଶନ ନିଜ ଓ୍ବେବ୍‌ସାଇଟ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇପାରି ନାହାନ୍ତି। ୭,୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୩,୮୦୮ ଜଣ (୪୮%)ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ବୋଲି ଏଡିଆର୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ୩,୪୭୭(୪୪%) ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପାସ୍‌ ବୋଲି ସ୍ବୀକାର କରିଛନ୍ତି। ସେହିପରି ୨୫୩ ପ୍ରାର୍ଥୀ ସାକ୍ଷର ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ପ୍ରାର୍ଥୀଙ୍କ ବୟସକୁ ଦେଖିଲେ ୪,୯୪୧(୬୨% )ହେଉଛନ୍ତି ୨୫ରୁ ୫୦ ବର୍ଷ ମଧ୍ୟରେ। ୨,୯୩୨(୩୭%) ପ୍ରାର୍ଥୀଙ୍କ ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ବୋଲି ସତ୍ୟପାଠରୁ ଜଣାପଡ଼ିଛି। ମଇଦାନରେ ଏପରି ୧୮ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ବୟସ ୮୦ରୁ ଊର୍ଦ୍ଧ୍ୱ। ୩୫ ପ୍ରାର୍ଥୀ ନିଜ ବୟସ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରି ନ ଥିବାବେଳେ ନିଜକୁ ୨୫ ବର୍ଷରୁ କମ୍‌ ବୟସର ବୋଲି ୨ ଜଣ ପ୍ରାର୍ଥୀ ଦର୍ଶାଇଛନ୍ତି। ଅପରପକ୍ଷେ ସବୁଠୁ ଧନୀ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି କଂଗ୍ରେସର। ବିହାର ପାଟଳୀପୁତ୍ର ଲୋକ ସଭା ଆସନରୁ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରମେଶ କୁମାର ଶର୍ମାଙ୍କ ସମ୍ପତ୍ତି ୧,୧୦୭ କୋଟି ଟଙ୍କା। ଧନୀ ପ୍ରାର୍ଥୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଶ୍ୱେଶ୍ୱର ରେଡ୍ଡୀ (୮୯୫ କୋଟି), ଯିଏକି ତେଲେଙ୍ଗାନାର ଚେଭେଲ୍ଲା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥ ଛିନ୍ଦ୍‌ଓ୍ବାଡା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନକୁଲନାଥଙ୍କ ସମ୍ପତ୍ତି ୬୬୦ କୋଟି ହୋଇଥିବାବେଳେ ତାମିଲନାଡୁର କନ୍ୟାକୁମାରୀ ଆସନରେ କଂଗ୍ରେସରୁ ଲଢ଼ୁଥିବା ଏଚ୍‌. ବସନ୍ତକୁମାର ୪୧୭ କୋଟିର ମାଲିକ। ମଧ୍ୟପ୍ରଦେଶର ଗୁନା ଆସନର ପ୍ରାର୍ଥୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମ୍ପତ୍ତିର ପରିମାଣ ୩୭୪ କୋଟିରୁ ଊର୍ଦ୍ଧ୍ୱ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଭାଜପାର ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ହେମାମାଳିନୀ, ଯିଏକି ଉତ୍ତରପ୍ରଦେଶର ମଥୁରା ଆସନରେ ପୁନଃ ଭାଗ୍ୟପରୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭରେ ଗଣଧର୍ମାନ୍ତରୀକରଣ ଆଶଙ୍କା

ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ...

ଭାଜପା କ୍ଷମତାକୁ ଆସିଲେ ଦିଲ୍ଲୀରେ ଜନକଲ୍ୟାଣ ଯୋଜନା ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମ୍‌ ଆଦ୍‌ମୀ ପାର୍ଟି...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ...

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ...

ଲାଲୁଙ୍କ ଅଫରକୁ ନେଇ କ୍ଲିୟର କଲେ ନୀତୀଶ

ମୁଜାଫରପୁର,୫।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଗତି ଯାତ୍ରା ସମୟରେ ମୁଜାଫରପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଇଣ୍ଡିଆ ଆଲାଇନ୍ସରେ ଯୋଗଦେବା ପ୍ରସ୍ତାବକୁ ନେଇ ଜବାବ...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

ପୋର୍ଟବ୍ଲେୟାର,୫।୧: ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦର ଡିଏମ ଏସଡି ଧାନାନି କହିଛନ୍ତି ଯେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ...

QR Code ସ୍କାନ କରି ନମୋ ଭାରତ ଟ୍ରେନର ଟିକେଟ ନେଲେ ମୋଦି

ନୂଆଦିଲ୍ଲୀ,୫।୧: କମ ସମୟ ମଧ୍ୟରେ ଯାତ୍ରା କରିବାକୁ ଦିଲ୍ଲୀରୁ ମେରୁଟ ଯାଉଥିବା ଯାତ୍ରୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri