ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବାଚସ୍ପତି ନିର୍ବାଚନ ଜୁନ୍ ୧୯ରେ ହେବ। ଏହି ପଦବୀ ପାଇଁ ଭାଜପାର ୫ ସଦସ୍ୟଙ୍କ ନାମ ନେଇ ବେଶ୍ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ମାନେକା ଗାନ୍ଧୀ, ରାଧାମୋହନ ସିଂ, ଏସ୍ଏସ୍ ଆଲୁଓ୍ବାଲିଆ, ବୀରେନ୍ଦ୍ର କୁମାର ଏବଂ ରମାପତି ରାମ ତ୍ରିପାଠୀଙ୍କ ନାମ ନେଇ ବେଶ୍ ଚର୍ଚ୍ଚା ହେଉଛି। ମାନେକା ଗାନ୍ଧୀ ୮ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ବୀରେନ୍ଦ୍ର କୁମାର ନିର୍ବାଚିତ ହୋଇ ୭ ଥର ଲୋକ ସଭାକୁ ଆସିଛନ୍ତି। ରାଧାମୋହନ ସିଂ ଏମ୍ପି ଭାବେ ୬ଥର ଲୋକ ସଭାକୁ ଆସିଛନ୍ତି। ସେହିପରି ଏସ୍ଏସ୍ ଆଲୁଓ୍ବାଲିଆ ଦ୍ୱିତୀୟ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ରମାପତି ରାମ ତ୍ରିପାଠୀ ପ୍ରଥମ ଥର ଲୋକ ସଭାକୁ ଆସିଛନ୍ତି। ସେ ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ କାମ କରିଛନ୍ତି।