ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୫।୭(ବ୍ୟୁରୋ) : ଲୋକ ସଭାରେ ଗୁରୁବାର ଏକାଧିକ ଓଡ଼ିଆ ଏମ୍‌ପି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ବିଜେଡି ଟିକେଟ୍‌ରେ ଆସ୍କାରୁ ବିଜୟୀ ହୋଇଥିବା ପ୍ରମିଳା ବିଶୋଇ ପ୍ରଥମଥର ପାଇଁ ନିମ୍ନସଦନରେ କହିଥିବା ଦେଖିବାକୁ ମିଳିଥିଲା। ସ୍ବଳ୍ପ ସମୟ ମଧ୍ୟରେ ସେ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଦାବି କରିଥିଲେ। ପ୍ରମିଳା କହିଥିଲେ ଯେ, ମହିଳା ସଶକ୍ତୀକରଣ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୨୦୧୮ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଆଶା ଓ ଅଙ୍ଗନୱାଡି କର୍ମଚାରୀଙ୍କ ଭତ୍ତା ୪୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏତିକି ଅର୍ଥ ଯଥେଷ୍ଟ ନୁହେଁ। ତୃଣମୂଳସ୍ତରରେ କାମ କରୁଥିବା ମହିଳାଙ୍କୁ ଉଚିତ ସମ୍ମାନ ମିଳିବା ଦରକାର। ତେଣୁ ଅଙ୍ଗନୱାଡି କର୍ମଚାରୀଙ୍କ ଭତ୍ତା ୧୫,୦୦୦ ଟଙ୍କା ଓ ସହାୟକଙ୍କ ଭତ୍ତା ୧୨,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ତାଙ୍କ ଦାବି ଉପସ୍ଥାପନ କରିଥିଲେ। ଦାବି ଉପସ୍ଥାପନ ପରେ ରଥଯାତ୍ରା ଅବସରରେ ପ୍ରମିଳା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରମିଳା ବକ୍ତବ୍ୟ ରଖିବା ପୂର୍ବରୁ ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ। ଲୋକ ସଭା ସର୍ବକନିଷ୍ଠ ସଦସ୍ୟା ତଥା କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ନିଜ ଅଞ୍ଚଳ ସମସ୍ୟା ଉପସ୍ଥାପନ କରିଥିଲେ। ଚନ୍ଦ୍ରାଣୀ କହିଥିଲେ ଯେ, କେନ୍ଦୁଝର ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ। ଖଣି କାର୍ଯ୍ୟ ହେଉଥିବାରୁ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ରାଉରକେଲା ପରି ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇ ପାରିଲେ, ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା। ଏହା ଦ୍ୱାରା କେନ୍ଦୁଝର ସମେତ ଅନ୍ୟ ଜିଲାବାସୀ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଚନ୍ଦ୍ରାଣୀ କହିଛନ୍ତି। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ରେଳବିଭାଗ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି। ଶର୍ମିଷ୍ଠା କହିଛନ୍ତି ଯେ, ଯାଜପୁର-କେନ୍ଦୁଝର ରୋଡ୍‌ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରାଯାଉ। ଏହି ରେଳପଥ ଯାଜପୁର ଏବଂ ଆରଡି ଭାୟା ଦେଇ ଯାଉ। ୯୫ କି.ମି. ଏହି ରେଳପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଦୀର୍ଘଦିନର ଦାବି। ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରନ୍ତୁ। ଅନ୍ୟପକ୍ଷରେ କଂଗ୍ରେସରୁ ବିଜୟୀ ହୋଇଥିବା କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିନା ପ୍ରଫେସରରେ ଚାଲୁଥିବା ନେଇ ମାନବସମ୍ବଳ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡି ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ସଂଗ୍ରହ ଶେଷ: ଜାଣନ୍ତୁ ଏବର୍ଷ କିଣାହେଲା କେତେଟନ୍‌

ଭୁବନେଶ୍ୱର,୧।୪: ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ...

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଏପ୍ରିଲ ୩ରୁ ୩ ଦିନ ଧରି କୁଆପଥର ବର୍ଷା

ଭୁବନେଶ୍ୱର,୧।୪: ଏପ୍ରିଲ ୩ରୁ ୩ ଦିନ ଧରି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ୯ ଜିଲାକୁ ଅରେଞ୍ଜ...

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା...

ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ: ବିଜେଡିର ନାହିଁ…

ଭୁବନେଶ୍ୱର,୧।୪: ଓଡ଼ିଶା ଦିବଶରେ ବିଜେଡିକୁ କଟାକ୍ଷ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଲେ ବିଜେଡିର ଭାଷା ଜ୍ଞାନ ନାହିଁ । ଭାଷାକୁ କଦର୍ଥ କରିଥିଲା ବିଜେଡି,ପାତ୍ର...

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।...

ଏକାଉଣ୍ଟରୁ କଟିଗଲା ଟଙ୍କା: ଯୁବକ ଭାଙ୍ଗିଦେଲା ଏଟିଏମ୍

ଆନନ୍ଦପୁର, ୧।୪ (ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଷ୍ଟେଟ ବ୍ୟଙ୍କ ଏଟିଏମ୍ ଭାଙ୍ଗି ଚୁର୍ ମାର କରିଦେଲେ ଯୂବକ l ଘଷିପୁରା ଥାନା...

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image