ଛତ୍ରପୁର,୨ା୧(ଡି.ଏନ୍.ଏ.)-ଛତ୍ରପୁର କୋର୍ଟ ହଲ୍ଟ ଷ୍ଟେଶନ ନିକଟ ରେଡ୍ଡୀ ଷ୍ଟ୍ରିଟ୍ରେ ଗୁରୁବାର ସ୍ଥାନୀୟ ଆରପିଏଫ୍ ଆଉଟପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି । ଏଥିରେ ଆରପିଏଫ୍ ଆଉଟପୋଷ୍ଟର ଏସ୍ଆଇ ଏଲ. ବି. ସିଂ ଓ ଷ୍ଟାଫ୍ ସାମିଲ ଥିଲେ । ଟ୍ରେନ୍ରେ ଯାତ୍ରା ବେଳେ ୧୮୨ ସୁରକ୍ଷା ହେଲ୍ପ ଲାଇନ୍ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । କୌଣସି ଦୁର୍ଘଟଣା ଆଶଙ୍କା ଥିଲେ ଉକ୍ତ ନମ୍ବରକୁ ଫୋନ୍ କରିବାକୁ କୁହାଯାଇଛି । ଆରଫିଏଫ୍ ତୁରନ୍ତ ଯାତ୍ରୀଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଦେବେ । ଏଥିସହ ମହିଳା ଯାତ୍ରୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କୁହାଯାଇଥିଲା । ବିଭିନ୍ନ ସମୟରେ ଟ୍ରେନ୍ ଉପରକୁ ପିଲାମାନେ ପଥର ଫିଙ୍ଗୁଥିବାରୁ ଯାତ୍ରୀ ଆହତ ହେଉଛନ୍ତିି। ଏପରି ନ କକରିବାକୁ ଆରଫିଏପ୍ ପକ୍ଷରୁ ସଚେତନ କରାଯାଇଛି। ସେହିପରି ଆବଶ୍ୟକ ନ ହେଲେ ଚେନ୍ ପୁଲିଂ ନ କରିବାକୁ ପରାମର୍ଶ ଦିଆଯାଇଛି।