ଭବାନୀପାଟଣା, ୪ା୬ (ଡି.ଏନ୍.ଏ):
ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍। ରାଏଜର ବଡ଼ଭାଗି ଲୋକ୍ ଚାଷ୍ବାସ କାରି ନିଜର ଜୀବନ୍ ଜୀବ୍କା ଚଲଉଛନ୍। ସେନ୍ତା ଚାଷୀ ଆଘ ଧାନ, ଚାଉଲକେ ବେଉଁତ କରି ରଖବାର ଲାଗି ଅନେକ ପରକାର ସାଜୋସାମାନ ଆର ପଧତି ଆପନଉଥିଲା। ହେଲେ ଆଏଜ୍ ଆମେମାନେ ଗୁଟେ ବୈଜ୍ଞାନିକ ଯୁଗ୍ ସଂଗେ ତାଲ ଦେଇ ଚାଲିଛୁଁ। ସେଥିରଲାଗି ଚାଷ୍ବାସରେ ବି ଅନେକ ପରିବରତନ୍ ହେଲାନ, ଯନ୍ତରପାତିର ବଡ଼ଭାରି ବେଭାର ହେଉଛେ। ଆଏଜ୍କାଲି ଆଘର ଲେଖେଁ ଧାନ୍କେ ଢେଁକିରେ କୁଟି ଚାଉଲ ବାହାରକରବାକେ ନାଇଁ ପଡ଼ବାର। ଚାଷୀ ଆଘ ଧାନ୍, ଚାଉଲ, ମୁଗ୍, ବିରିକେ ଅନେକ ଦିନଧରି ସାଇତି ରଖବାର ଲାଗି ପୁରା, ଢୁଲଗିଁ, ଲୁଦର୍ର ବେଭାର କରୁଥିଲେ। ସେନ୍ତା ଘରେ, ବାରିଆଡ଼େ, ବାଟମୁହେଁ ଯେନ୍ଚାଷୀକର ଜାଗାଠାନ୍ ଥିଲା ସେମାନେ ଗାତ୍ କୁଡ଼ି, ସେଥ୍ରେ ପୁଆଲ ତା’ପରେ ଧାନ, ଫେନ୍ ପୁଆଲ ଦେଇ ମାଟି ଢାପି ଦେଉଥିଲେ। ଉପରେ ଖରସି ଲିପାଘଁସା କରି ରଖୁଥିଲେ। ସେଟାକେ ଧାନଖଣି ବଲି କହୁଥିଲେ। ହେଲେ ବୈଜ୍ଞାନିକ ପଧତିରେ ଚାଷ୍ବାସ ହେଲା ଉତାରୁ ଦିନୁଦିନ୍କେ ପାରମ୍ପରିକ ଚାଷ୍ବାସ, ଧାନ୍ଚାଉଲ, ମୁଗ୍ବିରି ରଖାଥୁଆରେ ଅନେକ ପରିବରତନ୍ ଦେଖ୍ବାକେ ମିଲିଛେ। ଆଏଜ୍ ଓଡ଼ିଶାର କଁା ଭଁା ଗଁାଗଁଡ଼ାରେ ପାରମ୍ପରିକ ପଧତିରେ ଧାନ୍ଚାଉଲ ରଖାଥୁଆ କରବାର ଦେଖ୍ବାକେ ମିଲୁଛେ।
ଆଘ ଚାଷୀ ଖେତୁ ଧାନ ଅମଲ କରି ଆନ୍ଲା ଉତାରୁ ଖଲାରେ ମଡ଼ଉଥିଲା। ସେଥ୍ରୁ ବାହାରୁଥିବାର ପୁଆଲ ଗାଈଗୋରୁ ଖାଏବାର ସଂଗେ ଧାନ୍ ଚାଉଲ ରଖାସଁଗାରେ ବି କାମ୍ ଆସୁଥିଲା। ଚାଷୀ ପୁଆଲରୁ ବେଁଟି ତିଆରୁଥିଲା ଆର ସେ ବେଁଟିରେ ଧାନ ଚାଉଲକେ ପୁରା ବଁାଧି ବେଉଁତେ ରଖୁଥିଲା। ହେଲେ ଆଏଜ୍କାଲି ଧାନ କଟାନୁ ମୂଲ କରି ମଡ଼ାଦଲା ତକ୍ ଟ୍ରାକ୍ଟର, ମେଶିନର ବେଭାର ହେଉଛେ। ଯେନ୍ଥିରେ ପୁଆଲ ନାଇଁ ବାହାରବାର। ଏହେଦେ ଚାଷୀ ଆଘର ସେ ପାରମ୍ପରିକ ପଧତିକେ ଛାଡ଼ି ଧାନ୍ ଚାଉଲ ରଖ୍ବାର ଲାଗି ପ୍ଲାଷ୍ଟିକ, ଲୁହାଚଦର ଡ୍ରମ ଭେବାର କରୁଛେ। କଁା ଭଁା ଚାଷୀ ଢୁଲଗିଁ, ପୁଡୁଗ୍ର ବେଭାର କରୁଛନ୍। ହେଲେ ଆଘ ଧାନଖଣି ଆର ପୁରାରେ ଧାନ୍କେ ସାଇତି ରଖବାରଟା ଚାଷୀକର ଲାଗି ଗୁଟେ ସନ୍ମାନର ବିଷେ ଥିଲା। ଯେନ୍ ଚାଷୀର ଧାନଖଣି କି ପୁରା ନାଇଁ ସେ ଚାଷୀରେ ଗନ୍ତି ନାଇଁ ହୁଏ ବଲି ଲୋକ୍ କହୁଥିଲେ। ଯେନ୍ ଚାଷୀର ଧାନ୍ଖଣି ଯେତେ ବଡ଼ ସେ ସେତେ ବଡ଼ ଚଷା ବଲି ସମାଜରେ ଗନ୍ତି ହେଉଥିଲେ। କିନିଅଁା ଟୁକେଲ କି ବର ଦେଖାବେଲେ ଲୋକ୍ ଧାନଖଣିର ଉଚାକେ ଦେଖି ସେ ଚାଷୀକଁର ଘରେ ବଁଧୁ ବଁାଧୁଥିଲେ। ପରବ୍ ପରବାଣୀରେ ଚାଷୀ ଧାନଖଣିକେ ଲିପିପୁଛା କରି ଧୂପ୍ଦୀପ ଦେଇ ପୂଜା କରୁଥିଲେ। ହେଲେ ଆଏଜ୍କାଲି ବୈଜ୍ଞାନିକ ପଧତିରେ ଚାଷ୍ବାସ ହେବାର ଲାଗି ଇ ଶହ ଶହ ବଛର୍ର ପୁରନା ପରମ୍ପରା ଲୋପ୍ ପାଇଯାଉଛେ।