ପ୍ରତିଦିନ ରାସ୍ତାରେ ଗାଡ଼ିମୋଟର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଜାଣିଛନ୍ତି। କିନ୍ତୁ ଜାହାଜରେ ଯାଉଥିବା ସମୟରେ ଏକକାଳୀନ ହଜାର ହଜାର ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଲୋମଟାଙ୍କୁରା ଘଟଣା ଘଟିଥିଲା ୧୯୪୭ ମସିହା ଜୁନ୍ ମାସରେ। ମଲ୍କାରୁ ‘ଏକ୍ସ ଡକ୍ସ’ ନାମକ ଏକ ଜାହାଜ ବାଣିଜ୍ୟ କାରବାର ନିମନ୍ତେ ୪୫୦୦ ଲୋକଙ୍କୁ ନେଇ ଯାଉଥିବା ସମୟରେ ଏକ ଅଘଟଣ ଘଟିଥିଲା। କୌଣସି କାରଣରୁ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ନିକଟରେ ଥିବା ଅନ୍ୟ ଏକ ବାଣିଜି୍ୟକ ଜାହାଜ ‘ଦ ସିଲ୍ବଲ୍ ଷ୍ଟାର’ ସିଗ୍ନାଲ ଯୋଗେ ଜାଣିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଏହାର କର୍ମଚାରୀମାନେ ଅଘଟଣ ଘଟିଥିବା ଜାହାଜ ଭିତରକୁ ଯାଇ ମୃତଦେହଗୁଡ଼ିକ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ମଣିଷ ତ ମଣିଷ ଏଥିରେ ଥିବା କୁକୁରଗୁଡ଼ିକ ମଧ୍ୟ ମରି ପଡ଼ିଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ମୃତଦେହଗୁଡ଼ିକରେ କୌଣସି କ୍ଷତଚିହ୍ନ ନ ଥିଲା। ବଏଲର ରୁମ୍ର ତାପମାତ୍ରା ୧୧୦ ଡିଗ୍ରୀ ଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ଥଣ୍ଡା ଲାଗିଥିଲା। କିଛି ଲୋକ ପ୍ରାକୃତିକ ଗ୍ୟାସ୍ ଲିକ୍ ଯୋଗୁ ମୃତ୍ୟୁ ଘଟିଥିବା କହୁଥିବାବେଳେ ଆଉ କିଛି ଏହାକୁ ଭୌତିକ କାଣ୍ଡ ବୋଲି କହିଛନ୍ତି। ସେ ଯାହା ବି ହେଉନା କାହିଁକି ଆଜିପର୍ଯ୍ୟନ୍ତ ଏହି ଘଟଣା କେମିତି ଏବଂ କାହିଁକି ଘଟିଲା ଏ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।