Posted inଫୁରସତ

ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ

ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ ନାମକ ପାହାଡ଼ ଉପରେ ଅବସ୍ଥିତ। ଏହା ଏକ ଶକ୍ତିପୀଠ ଭାବେ ବି ଜଣାଶୁଣା। ସମୁଦ୍ର ପତ୍ତନଠାରୁ ଚାମୁଣ୍ଡେଶ୍ୱରୀ ମନ୍ଦିର ପ୍ରାୟ ୮୩୮ ଫୁଟ୍‌ ଉଚ୍ଚତାରେ ରହିଛି। ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା ଚାମୁଣ୍ଡେଶ୍ୱରୀ’ଙ୍କୁ ଏହି ମନ୍ଦିରରେ ପୂଜା କରାଯାଇଥାଏ। ପ୍ରାକୃତିକ ବୈଭବରେ ଭରା ମା’ଙ୍କର ଏହି ପବିତ୍ର ଶକ୍ତିପୀଠରେ ସର୍ବଦା ଭକ୍ତଗଣଙ୍କ ଗହଳି ଲାଗି ରହିଥାଏ।

ମନ୍ଦିରର ମହତ୍ତ୍ୱ
ପୃଥିବୀ ପୃଷ୍ଠରେ ଥିବା ୧୮ଟି ମହାଶକ୍ତିପୀଠ ମଧ୍ୟରୁ ଚାମୁଣ୍ଡେଶ୍ୱରୀ ମନ୍ଦିର ହେଉଛି ଅନ୍ୟତମ। ଏହାକୁ ଏକ ଶକ୍ତିପୀଠ କହିବା ପଛରେ ରହିଛି ଏକ କାହାଣୀ। ତାହା ହେଉଛି- ପିତା ଦକ୍ଷଙ୍କ ଦ୍ୱାରା ସ୍ବାମୀ ଶିବଙ୍କର ଅପମାନ ହେଉଥିବାର ଦେଖି ମାତା ସତୀ ଯେତେବେଳେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ ସେତେବେଳେ ପ୍ରଭୁ ଶିବ ପାଗଳପ୍ରାୟ ହୋଇ ମାତା ସତୀଙ୍କର ମରଶରୀରକୁ କାନ୍ଧରେ ଧରି ବ୍ରହ୍ମାଣ୍ଡ ସାରା ଘୂରି ବୁଲି ତାଣ୍ଡବନୃତ୍ୟ କଲେ। ଏହାଦ୍ୱାରା ବିଶ୍ୱ ବ୍ରହ୍ମାଣ୍ଡ ଧ୍ୱଂସହୋଇଯିବା ପରିସ୍ଥିତି ଉପୁଜିଲା। ତାହାକୁ ରୋକିବା ଏବଂ ଭଗବାନ ଶିବଙ୍କୁ ଶାନ୍ତ କରିବା ପାଇଁ ଶେଷରେ ଭଗବାନ ବିଷ୍ଣୁ ଚକ୍ରପେଷି ମାତା ସତୀଙ୍କର ଗୋଟିଏ ଗୋଟିଏ ଅଙ୍ଗକୁ କାଟିବାକୁ ଲାଗିଲେ। ମା’ଙ୍କର ଯେଉଁଠି ଯେଉଁଠି ଅଙ୍ଗ ପଡ଼ିଲା, ତାହା ପରବର୍ତ୍ତୀ ସମୟରେ ଗୋଟିଏ ଗୋଟିଏ ଶକ୍ତିପୀଠରେ ପରିଣତ ହେଲା। କର୍ନାଟକର ମହୀଶୂରସ୍ଥିତ ଏହି ସ୍ଥାନରେ ମାତା ସତୀଙ୍କର କୁଆଡ଼େ ଚୁଟି ପଡ଼ିଥିବାରୁ ତାହା ଶକ୍ତିପୀଠରେ ରୂପାନ୍ତରିତ ହୋଇଥିଲା ବୋଲି ବିଶ୍ୱାସ କରାଯାଇଥାଏ।

ମନ୍ଦିରର କାରୁକାର୍ଯ୍ୟ
କିମ୍ବଦନ୍ତୀ ଅନୁଯାୟୀ, ପୌରାଣିକ ଯୁଗରେ ଏହି କ୍ଷେତ୍ର କୁଆଡ଼େ ‘କ୍ରୌଞ୍ଚ ପୁରୀ’ ନାମରେ ଜଣାଯାଉଥିଲା। ସେହି କାରଣ ପାଇଁ ଦକ୍ଷିଣ ଭାରତରେ ଏହି ମନ୍ଦିରକୁ କେହି କେହି ‘କ୍ରୌଞ୍ଚା ପୀଠମ୍‌’ ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳିଥାଏ। ତା’ଛଡ଼ା ଏହି ଶକ୍ତିପୀଠର ସୁରକ୍ଷା ପାଇଁ ସର୍ବଦା ଉକ୍ତ ମନ୍ଦିରରେ କାଳଭୈରବ ମଧ୍ୟ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଦ୍ରାବିଡ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ଏକ ବିରାଟ ପ୍ରବେଶ ଦ୍ୱାର, ନବରଙ୍ଗ ସଭାମଣ୍ଡପ, ଅନ୍ତରାଳ ମଣ୍ଡପ, ଗର୍ଭଗୃହ ଇତ୍ୟାଦି ରହିଛି। ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ଭଗବାନ ଗଣେଶଙ୍କର ଏବଂ ମା’ଙ୍କର ବିଭିନ୍ନ ରୂପର ପ୍ରତିମାକୁ ସୂକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ସ୍ଥାପନା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥାଏ।

ମା’ଙ୍କ ମହିମା
ମା’ଚାମୁଣ୍ଡେଶ୍ୱରୀ ପ୍ରତ୍ୟକ୍ଷ ଦେବୀ। କୁହାଯାଏ, ତାଙ୍କର କରୁଣା ଭକ୍ତଗଣଙ୍କ ଉପରେ ସବୁବେଳେ ରହିଥାଏ। ବିପଦରେ ପଡ଼ିଥିବା ଭକ୍ତ ମା’ଙ୍କୁ ଗୁହାରି କଲେ ତାଙ୍କର ଦୁଃଖ ଦୂରହୋଇଯାଏ। ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଦର୍ଶନ ନିମନ୍ତେ ଆସିଥାନ୍ତି। ଆଷାଢ଼ ଶୁକ୍ରବାର, ନବରାତ୍ର, କାଳୀପୂଜା ତଥା ଚାମୁଣ୍ଡୀ ଜୟନ୍ତୀ ଇତ୍ୟାଦି ହେଉଛି ମା’ଙ୍କର ପ୍ରମୁଖ ପର୍ବ। ତେବେ ନବରାତ୍ର ସମୟରେ ମା’ଙ୍କୁ ବିଭିନ୍ନ ଆଭୂଷଣରେ ସଜାଯିବାର ପରମ୍ପରା ଏଠାରେ ରହିଛି। ସେହିପରି କାଳୀପୂଜାରେ ମଧ୍ୟ ମା’ଙ୍କର ଏକ ସ୍ବତନ୍ତ୍ର ବେଶ ଓ ପୂଜାର ଆୟୋଜନ କରାଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।

କେବେ ଓ କେମିତି ଯିବେ
ବୁଲାବୁଲି କରିବା ପାଇଁ ଏଠାକାର ଜଳବାୟୁ ବର୍ଷସାରା ବେଶ୍‌ ଅନୁକୂଳ ରହୁଥିଲେ ହେଁ ଦଶହରା ଓ ଦୀପାବଳି ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଯାଏ। କାରଣ ପାର୍ବଣ ସମୟରେ ଏଠାରେ ସ୍ବତନ୍ତ୍ର ପୂଜାବିଧି ଓ ମେଳାର ଆୟୋଜନ କରାଯାଇଥାଏ। ଏହା ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତା’ଛଡ଼ା ଚାମୁଣ୍ଡେଶ୍ୱରୀ ମନ୍ଦିରକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ମହୀଶୂର ଜଙ୍କ୍‌ସନ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ପ୍ରମୁଖ ରେଳଷ୍ଟେଶନ, ଯାହା ଚାମୁଣ୍ଡେଶ୍ୱରୀ ମନ୍ଦିରଠାରୁ ମାତ୍ର ୧୩ କି.ମି. ଦୂରରେ ଅବସ୍ଥିତ। ଷ୍ଟେଶନରୁ ଓହ୍ଲାଇ ମନ୍ଦିର ନିକଟକୁ ଯିବା ପାଇଁ ଏଠାରେ ଅଟୋର ସୁବିଧା ବି ରହିଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ମଧ୍ୟ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri