Posted inଭଦ୍ରକ

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ ଲେଡିଜ କର୍ନ୍ନର ଓ ଫ୍ୟାଶନ ସେଣ୍ଟରରେ ଶଙ୍ଖାସିନ୍ଦୂର ଭଳି ନାନା ପ୍ରସାଧନ ସାମଗ୍ରୀ ବିକ୍ରି ହେଉଛି। ବିବାହ ଋତୁରେ ଏସବୁ ଜିନିଷର ଚାହିଦା ଅଧିକ। ଆଗ କାଳରେ ଗଁାଗଣ୍ଡାର ମହିଳାମାନେ ଫେରିବାଲା ଶଙ୍ଖାରୀଠାରୁ ଶଙ୍ଖା ସିନ୍ଦୂର କିଣି ପିନ୍ଧୁଥିଲେ। ସେତେବେଳେ ଏହି ଶଙ୍ଖା ବ୍ୟବସାୟକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ଅନେକ ଜୀବିକା ନିର୍ବାହ କରୁଥିଲେ। ସମୟ ବଦଳିବା ଏବଂ ହାଟବଜାରରେ ଏସବୁ ସାମଗ୍ରୀ ହାଉଜାଉ ହେଉଥିବାବେଳେ ଶଙ୍ଖାରୀ ପରିବାରର ଅନେକ ମହିଳା ଓ ପୁରୁଷ ଆଜି ବି ପୁରୁଣା ବୃତ୍ତିକୁ ନେଇ ଶଙ୍ଖା ବ୍ୟବସାୟ କରି ପରିବାର ଚଳାଉଥିବା ଶୁଣିଲେ ବିସ୍ମୟ ଲାଗେ। ଏଭଳି ଜଣେ ଶଙ୍ଖାରୀ ହେଲେ ବାସନ୍ତୀ ଦାସ(୪୫)। ଘର ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଅମୃତମଣୋହୀରେ। ପରିବାର ପ୍ରତିପୋଷଣ ପାଇଁ ସେ ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଏହି ବ୍ୟବସାୟକୁ ଆଦରି ନେଇଛନ୍ତି। ବାସନ୍ତୀ ପ୍ରତିଦିନ ସକାଳୁ ବିଭିନ୍ନ ରଙ୍ଗବେରଙ୍ଗ କିସମର ଶଙ୍ଖା ଓ ଚୁଡି ଥିବା ଟୋକେଇ ଧରି ଘରୁ ବାହାରି ଯାଆନ୍ତି। ତାଙ୍କ ସ୍ବାମୀ ଅଲଗା ବାଟରେ ଯାଇ ବେପାର କରିଥାନ୍ତି। ବିଭିନ୍ନ ଗଁାଗଣ୍ଡା ବୁଲି ଶଙ୍ଖା, ଚୁଡ଼ି ବିକି ସନ୍ଧ୍ୟାକୁ ସେମାନେ ଘରକୁ ଫେରନ୍ତି।
ବାସନ୍ତୀ କହନ୍ତି, ପୂର୍ବ ରାତିରେ ସେ ଘରେ ବିକ୍ରି ସାମଗ୍ରୀକୁ ଟୋକେଇରେ ସଜାଡ଼ି ରଖିଥାନ୍ତି। ସକାଳେ ଏହାକୁ ମୁଣ୍ଡାଇ ବାହାରି ପଡ଼ନ୍ତି। କେବଳ ଶଙ୍ଖା, ଚୁଡ଼ି ନୁହେଁ, ଆଇନା, ପାନିଆ, ନେଲ୍‌ପଲିସ, ଛୁଞ୍ଚି, ସୂତା ଭଳି କେତେକ’ଣ ଷ୍ଟେସନେରୀ ସାମଗ୍ରୀ ତାଙ୍କ ଟୋକେଇରେ ରହିଥାଏ। ପ୍ରତିଦିନ ସେ ୧୦ କି.ମି. ପରିଧିରେ ବିଭିନ୍ନ ଗଁା ଗଣ୍ଡା ବୁଲି ଗ୍ରାହକଙ୍କୁ ଜିନିଷ ବିକନ୍ତି। ଏହି ବ୍ୟବସାୟ କରିବା ପରଠାରୁ ଅନେକ ଚିହ୍ନରା ଗ୍ରାହକଙ୍କୁ ସମ୍ପର୍କ ଡୋରିରେ ବାନ୍ଧି ରଖିଛନ୍ତି। ଆରଡ଼ି ନିକଟବର୍ତ୍ତୀ ଓଳଗ, କୁଳେଇପଦା, ଚମ୍ପାସାହି, ପାରଡିଆ, ବାଙ୍କମୁହଁା, ନାନ୍ଦପୁର, ତଳଦୁମୁକା, ବୋଡକ, ଷାଠିବାଙ୍କୁଡା ଆଦି ଗାଁ ତାଙ୍କ ବ୍ୟବସାୟର କ୍ଷେତ୍ର ପାଲଟିଛି। ଚିହ୍ନା ପରିଚୟ ବଢ଼ିବା ଯୋଗୁ ଲୋକଙ୍କଠାରୁ ତାଙ୍କୁ ମିଳୁଛି ଅନେକ ସ୍ନେହ ଶ୍ରଦ୍ଧା। ଏହା ତାଙ୍କ ବ୍ୟବସାୟକୁ ଚଳାଇ ରଖିବାରେ ସହାୟତା କରୁଛି। ଶଙ୍ଖା ବ୍ୟବସାୟ ଦେଇଛି ତାଙ୍କୁ ଦାନା ପାଣି। ଜମିବାଡ଼ି କିଛି ନ ଥିବାରୁ ଏହାକୁ ଭରସା କରି ସେ ତାଙ୍କ ସଂସାର ଚଳାଇଛନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ସେମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାଇବା ସହ ବିବାହ କରାଇ ଦେଇଛନ୍ତି। ଘରକୁ ୨ ବୋହୂ ଆସି ସୁଖଦୁଃଖରେ ସାଥୀ ପାଲଟିଛନ୍ତି। ବଡ଼ ବୋହୂର ୨ ପୁଅ ଜନ୍ମ ନେବା ପରେ ଘରେ ସେ ଏହି କୁନି ପିଲାଙ୍କ ମେଳରେ ଅନ୍ୟ ସମୟ ବିତାଇଥାନ୍ତି। ପୁଅମାନେ ବଡ଼ ହେବା ପରେ ଏହି ପୁରୁଣା ବୃତ୍ତି ଛାଡ଼ି ଦେବା ଲାଗି ବାରଣ କରୁଥିଲେ ମଧ୍ୟ ସେ ଗ୍ରାହକଙ୍କ ଭଲପାଇବାକୁ ଏଡ଼ାଇ ନ ପାରି ବ୍ୟବସାୟକୁ ଜାରି ରଖିଛନ୍ତି। ହାତଗୋଡ଼ ଚାଲୁଥିବା ଯାଏ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଶଙ୍ଖା ବେପାର କରୁଥିବା ବାସନ୍ତୀଙ୍କ ବ୍ୟବହାର ଓ ମଧୁର ଆଳାପରେ ଅନେକ ମହିଳା ଗ୍ରାହକ ଶ୍ରଦ୍ଧାରେ ତାଙ୍କୁ ମାଉସୀ ଡାକିଥାନ୍ତି। ସେହିଭଳି ତାଙ୍କ ସ୍ବାମୀ ଗ୍ରାହକଙ୍କ ମନ ଜିଣି ଏହି କୌଳିକ ବୃତ୍ତି ବଜାୟ ରଖିବା ସହ ତାଙ୍କୁ ଉତ୍ସାହିତ କରିଆସୁଛନ୍ତି। ହାଟ ବଜାର ଦର ତୁଳନାରେ ସେ ବେଶି ଲାଭ ନ ରଖି ସୁଲଭ ମୂଲ୍ୟରେ ଶଙ୍ଖା ଚୁଡ଼ି ଆଦି ବିକ୍ରି କରିଥାନ୍ତି। ଘରେ ବସି ଲୋକେ ଚାହିଦା ମୁତାବକ ଜିନିଷ ପାଇପାରୁଥିବାରୁ ଏହା ତାଙ୍କୁ ଦେଇଛି ବ୍ୟବସାୟିକ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri