କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ସବୁଜ ସଂକେତ ଦିଆଯାଇଛି। କଦଳୀରେ ପୋଟାସିୟମ୍ ଏବଂ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ। ସାଧାରଣତଃ କଦଳୀ ସଢ଼ି ଆସିଲା ବେଳକୁ ଏହା ଉପରେ କଳା ଏବଂ ମାଟିଆ ରଙ୍ଗର ଦାଗ ଦେଖାଯାଏ। ଯାହାକୁ ଅସ୍ବାସ୍ଥ୍ୟକର ଭାବି ସମସ୍ତେ ଫିଙ୍ଗିଦିଅନ୍ତି। କିନ୍ତୁ ୟୁନାଇଟେଡ୍ ନେସନ୍ର ଏକ ସଂସ୍ଥାପ ଇଣ୍ଟରନ୍ୟାସନାଲ୍ ଫଣ୍ଡ ଫର୍ ଏଗ୍ରିକଲଚର୍ ଡେଭଲପ୍ମେଣ୍ଟ (ଆଇଏଫ୍ଏଡି) ସଢ଼ା କଦଳୀର ଚମତ୍କାରୀ ଗୁଣ ସମ୍ପର୍କରେ ପ୍ରକାଶ କରିଛନ୍ତି। ଆଇଏଫ୍ଏଡି ମତରେ, ସଢ଼ା କଦଳୀରେ ଟ୍ରିପ୍ଟେଫାନ୍ ପ୍ରଚୁର ମାତ୍ରାରେ ଥାଏ। ଏହା ଅବସାଦ ଏବଂ ଭୟକୁ କମ୍ କରିଥାଏ। ଏହାବ୍ୟତୀତ ସଢ଼ା କଦଳୀ ପୋଷକ ତ୍ବର ଗନ୍ତାଘର। ତେଣୁ ଏହାକୁ ପାଉଁରୁଟି କିମ୍ବା ମିଲ୍କସେକ୍ ତିଆରି ପାଇଁ ବ୍ୟବହାର କରାଯାଏ।