ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖୁଦୁରୁକୁଣୀ ଭାରକୁ କେନ୍ଦ୍ରକରି ବଚସା ପରେ ଶଳାଙ୍କୁ ଛୁରାମାଡ କରିବା ଘଟଣାରେ ଭିଣୋଇଙ୍କୁ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ସରୋଜ ବାରିକ। ସେ କ୍ୟାପିଟାଲ ଥାନା ୟୁନିଟ-୧ ଅଞ୍ଚଳରେ ରହୁଥିଲେ। ସୂଚନା ମୁତାବକ, ବାଙ୍କୀ ଥାନା ଅଞ୍ଚଳର ପ୍ରାଶନ୍ତ ବାରିକ ଖୁଦୁରୁକୁଣୀ ଭାର ଧରି ଭଉଣୀଙ୍କ ଘରକୁ ରବିବାର ଆସିଥିଲା। କୌଣସି କଥାକୁ କେନ୍ଦ୍ରକରି ଶଳା ଓ ଭିଣୋଇଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏଥିରେ ଭିଣୋଇ ଉତ୍କ୍ଷିପ୍ତ ହୋଇ ଶଳାଙ୍କ ଛାତିକୁ ଏକ ଛୁରାରେ ଆକ୍ରମଣ କରୁଥିବା ବେଳେ ସେ ହାତରେ ଅଟକାଇ ଥିଲେ। ଫଳରେ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ପ୍ରଶାନ୍ତ ଅଭିଯୋଗ କରିବା ପରେ ପୋଲିସ ୩୧୮/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ
ପଠାଇ ଦିଆଯାଇଛି।