ଶାମୁକାର ବି ଅଭାବୀ ବିକ୍ରୀ

ବାଲେଶ୍ୱର ଅଫିସ,୧୪।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ସମୁଦ୍ର ବେଳାଭୂମିରେ ମିଳୁଥିବା ବିଭିନ୍ନ ପ୍ରଜାତିର ଶାମୁକା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀଙ୍କ ଜୀବନଜୀବିକା ପାଲଟିଛି। ବେଳାଭୂମି ସମେତ ଅଗଭୀର ସମୁଦ୍ର ଜଳରାଶିରୁ ସେମାନେ ଶାମୁକା ସଂଗ୍ରହ କରି ବେପାରୀଙ୍କୁ ବିକି ତେଲ ଲୁଣ ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ସାମୁଦ୍ରିକ ସମ୍ପଦ ଉପରେ ଆନ୍ତଃରାଜ୍ୟ ବେପାରୀ ଓ ଦଲାଲମାନେ ଆଖି ପକାଇ ସଂଗ୍ରହକାରୀଙ୍କଠାରୁ ଏହାକୁ କମ୍‌ ଦାମ୍‌ରେ କିଣି ନେଇ ନିୟମିତ ବାହାରକୁ ଚାଲାଣ କରି ଆସୁଛନ୍ତି। ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ସାମୁଦ୍ରିକ ସମ୍ପଦ ଶାମୁକାର ଉପଯୁକ୍ତ ବିନିଯୋଗ ଲାଗି କୌଣସି ପଦକ୍ଷେପ ନେଉ ନ ଥିବାରୁ ଦିନକୁ ଦିନ ଏହାର ଚୋରାଚାଲାଣ ବଢିଚାଲିଛି। ଗରିବ ଶ୍ରମିକମାନେ ଦିନସାରା ପରିଶ୍ରମ କରି ସଂଗ୍ରହ କରୁଥିବା ଶାମୁକା ବିକି ସର୍ବନିମ୍ନ ପାରିଶ୍ରମିକ ପାଇପାରୁ ନ ଥିବା ବେଳେ ବେପାରୀ ଓ ଦଲାଲମାନେ ଏହାକୁ ବାହାରେ ଚଢା ଦାମ୍‌ରେ ବିିକି ଫାଇଦା ଉଠାଉଛନ୍ତି। ଶାମୁକାର ଏହି ଅଭାବୀ ବିକ୍ରିକୁ ନେଇ ଚିନ୍ତା ବଢିଛି।
ବାଲେଶ୍ୱର ଉପକୂଳରୁ କଶି, ସରୁ, ଗେଣ୍ଡା, ଶଙ୍ଖ, ସିପି, ପାତି, ଫାଳି ଓ ଚୁନି ଆଦି ବିଭିନ୍ନ ପ୍ରଜାତିର ଶାମୁକା ମିଳିଥାଏ। ଏଥିମଧ୍ୟରୁ ଗେଣ୍ଡା, ପାତି, ଶଙ୍ଖ ଓ ଫାଳି ଶାମୁକାର ଚାହିଦା ଅଧିକ ରହିଛି। ଏସବୁ ଶାମୁକାରୁ ବିଭିନ୍ନ ଆକର୍ଷଣୀୟ ଘର ସାଜସଜ୍ଜା ସାମଗ୍ରୀ ସମେତ ନାନା ସୌଖୀନ ଉପକରଣ ପ୍ରସ୍ତୁତ କରାଯାଇପାରୁଛି। ଏପରିକି ଶାଢ଼ି କାରୁକାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଛି। ସେହିପରି ଚୂନ ଏବଂ କୁକୁଡ଼ା ଦାନା ପ୍ରସ୍ତୁତ କରାଯାଉଛି। ଶାମୁକା ଏକ ସାମୁଦ୍ରିକ ଜୀବ। ଏମାନେ କୂଳକୁ ଭାସି ଆସି ଲହଡିରେ ପିଟି ହୋଇ ମୃତ୍ୟୁମୁଖରେ ପଡିଥାନ୍ତି। ମୃତ ଶାମୁକାଙ୍କ ଖୋଳପା ବେଳାଭୂମି ବାଲୁକା ଶଯ୍ୟାରେ ପଡି ରହିଥାଏ। ସୂର୍ଯ୍ୟକିରଣରେ ଦୂରକୁ ଏହା ଚକଚକ୍‌ ଦିଶେ। ସ୍ଥାନୀୟ ଉପକୂଳବର୍ତ୍ତୀ ଗ୍ରାମର ଶ୍ରମଜୀବୀ ଗରିବ ଲୋକେ ମୃତ ଶାମୁକାର ଖୋଳପାକୁ ସଂଗ୍ରହ କରି ଦୀର୍ଘଦିନ ଧରି ଜୀବନଜୀବିକା ବିତାଇ ଆସୁଛନ୍ତି। ଶାମୁକାକୁ ନେଇ ଉକ୍ତ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ସକାଶେ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ବଳରାମଗଡ଼ି, ପରିଖି, ବାହାବଳପୁର, କଷାଫଳ, ତାଳପଦା, ଆଡ଼ିଆ ଅଞ୍ଚଳ ସମେତ ଚାନ୍ଦିପୁର ଆଇଟିଆର୍‌ ରେଞ୍ଜ ଅଧୀନ ୫ ହଜାରରୁ ୧୭ ହଜାର ପଏଣ୍ଟରେ ୫ଶହରୁ ଊର୍ଦ୍ଧ୍ୱ ପରିବାର ସମୁଦ୍ର ଜୁଆରରେ ଭାସି ଆସୁଥିବା ଶାମୁକା ସଂଗ୍ରହ କରୁଥିବା ଜଣାପଡିଛି। ଦୈନନ୍ଦିନ ଜଣେ ବ୍ୟକ୍ତି ୫ରୁ ୭ ବସ୍ତା ପର୍ଯ୍ୟନ୍ତ ଶାମୁକା ପାଣିରୁ ସଂଗ୍ରହ କରି ବ୍ୟବସାୟୀଙ୍କୁ ବିକିଥାନ୍ତି। ଏକବସ୍ତା ଶାମୁକା ପିଛା ସଂଗ୍ରହକାରୀଙ୍କୁ ମିଳିଥାଏ ମାତ୍ର ୨୫ଟଙ୍କା। ପଶ୍ଚିମବଙ୍ଗ ଓ ଅନ୍ୟ ସ୍ଥାନରେ ଶାମୁକା ବସ୍ତା ପିଛା ପ୍ରାୟ ୨ଶହ ଟଙ୍କାରେ ବିକ୍ରି ହୋଇଥାଏ। ବାଲେଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଶାମୁକା ଦଲାଲ୍‌ ଓ ବେପାରୀମାନେ ଦୈନିକ ପ୍ରାୟ ଶହେ ଟନ୍‌ ଶାମୁକା କିଣି ବାହାରକୁ ଚାଲାଣ କରୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି। ଶାମୁକା ଭଳି ସାମୁଦ୍ରିକ ସମ୍ପଦ ସଂଗ୍ରହ ଉପରେ କୌଣସି କଟକଣା ନ ଥିବାରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଉଥିବା ଅଞ୍ଚଳବାସୀ କହିଛନ୍ତି। ଗୁଡୁପାହି ଅଞ୍ଚଳର ଶାମୁକା ସଂଗ୍ରହକାରୀ ରୀମା ସିଂ କହିଛନ୍ତି, ଆଗରୁ ଅଧିକ ପରିମାଣର ଶାମୁକା ମିଳୁଥିଲା। ବର୍ତ୍ତମାନ ଆଗଭଳି ଶାମୁକା ମିଳୁନାହିଁ। ଏଣୁ ଦିନକୁ ଦିନ ରୋଜଗାର କମିବାରେ ଲାଗିଛି। ବେପାରୀମାନେ ଏହାକୁ କମ୍‌ ମୂଲ୍ୟରେ କିଣୁଥିବାରୁ ଆମେ କ୍ଷତି ସହୁଛୁ। ଏ ସମ୍ପର୍କରେ ଜିଲା ବନାଧିକାରୀ ବିଶ୍ୱରାଜ ପଣ୍ଡାଙ୍କୁ ପଚାରିବାରୁ ପୂର୍ବରୁ ଶାମୁକା ଚାଲାଣ ରୋକିବା ପାଇଁ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଛି। ତେବେ ଚୋରାଚାଲାଣ ବୃଦ୍ଧି ହେବା ନେଇ କୌଣସି ଅଭିଯୋଗ ମିଳି ନାହଁି। ଏଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଥିଲେ। ଉପକୂଳ ଅଞ୍ଚଳରେ ଶାମୁକାର ବିନିଯୋଗ ଲାଗି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ୍‌ ବୋଲି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୯ା୪:ରାଜ୍ୟର ବିଭିନ୍ନ ଜିଲାରେ କିଛିଦିନ ହେବ କାଳବୈଶାଖୀ ତାଣ୍ଡବ ରଚୁଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଶୁକ୍ରବାର ଦ୍ୱୈତନଗରୀ...

ନର୍ସଙ୍କୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣାଗଡ଼/ ବଲାଙ୍ଗୀର,୧୯ା୪(ସଚ୍ଚିଦାନନ୍ଦ ମହାକୁର/ ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ପାଟଣଗଡ଼ ଥାନା ନେହେନାବନ୍ଧ ଗଁାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗଁାରେ ଜଣେ...

ନିଲଡୁଙ୍ଗୁରୀ ମାର୍କେଟ ଟର୍ମିନାଲ ନେଇ ଆଶା ସଂଚାର

ସମ୍ବଲପୁର,୧୯।୪(ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକ କବରାପାଲି ଗ୍ରାମପଞ୍ଚାୟତର ନିଲଡୁଙ୍ଗୁରୀରେ ବିଜେଡି ସରକାର ଅମଳରେ ୨୦୧୪ରେ ଘୋଷଣା ହୋଇଥିବା ବୃହତ୍‌ ମାର୍କେଟ ଟର୍ମିନାଲକୁ ନେଇ ପୁଣିଥରେ...

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଚୁକ୍ତି ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ମଧ୍ୟସ୍ଥତାରୁ ଓହରିଯିବ ଆମେରିକା

ପ୍ୟାରିସ୍‌,୧୯ା୪:ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ସପ୍ତାହ ଓ...

ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର

ଭୁବନେଶ୍ୱର,୧୯ା୪(ରବିନାରାୟଣ ଜେନା):ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ...

ଚାଇନାକୁ ପାନେ ଦେବାକୁ ଟ୍ରମ୍ପଙ୍କ ନୂଆ ଚାଲ୍‌: ୩ ବର୍ଷ ପାଇଁ…

ଓ୍ବାଶିଂଟନ୍‌,୧୯।୪:ଆମେରିକାର ଟ୍ରମ୍ପ ପ୍ରଶାସନ ଚାଇନା ଜାହାଜ ଉପରେ ନୂତନ ବନ୍ଦର ଟିକସ (Port Fees) ଲାଗୁ କରିବାର ଘୋଷଣା କରିଛି। ଏହା ପୁଣି ଥରେ ଆମେରିକା...

ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍‌ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍‌ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା।...

ଲାଲ୍‌ଚନ୍ଦ୍‌ର ଜବରଦସ୍ତ ଅଫର୍‌: ୨୨ କ୍ୟାରେଟ୍‌ ସୁନା ଅଳଙ୍କାର କିଣିଲେ…

ଭୁବନେଶ୍ୱର,୧୯।୪:ଲାଲ୍‌ଚନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ଅକ୍ଷୟ ତୃତୀୟା ଅଫର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମସ୍ତ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ହଲ୍‌ମାର୍କ୍‌ ସୁନା ଅଳଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image