ଶ୍ରୀନଗର,୨୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଆସିଛନ୍ତି। ଗସ୍ତକାଳରେ ସେ ଗୁରୁବାର ଶହୀଦ୍ ଇନସ୍ପେକ୍ଟର ଅରଶଦ୍ ଖାଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ବାନ୍ତନା ଦେଇଛନ୍ତି। ଅରଶଦ୍ ଜୁନ୍ ୧୨ରେ ଅନନ୍ତନାଗରେ ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବାବେଳେ ତାଙ୍କ ଦଳ ଉପରକୁ ମୋଟରସାଇକେଲ୍ରେ ଆସିଥିବା ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ଶହୀଦ୍ ହୋଇଥିଲେ।