ନୂଆଦିଲ୍ଲୀ,୨୧।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ନୈଶଭୋଜିର ଆୟୋଜନ କରିଛନ୍ତି। ବିଶେଷ କରି ଏହା ଏନ୍ଡିଏ ନେତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏଥିରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ନେତା ନୀତୀଶ କୁମାର ଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏଲ୍ଜେଏସ୍ପି ମୁଖ୍ୟ ରାମ ଭିଲାଶ ପାଶଓ୍ବାନ୍ ଏବଂ ଏଆଇଏଡିଏମ୍କେ ନେତା ଇ କେ ପଲାନିସ୍ବାମୀ ଓ ଓ ପନିରସେଲଭମ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମେ ୨୩ରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଶାହଙ୍କର ଏହି ନୈଶଭୋଜି ଖୁବ୍ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି।