ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ସିନିକଟ୍‌

ବିଜେପୁର, ୬।୮ (ଡି.ଏନ୍‌.ଏ):
ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ପଁଚେତ୍‌ ସଦର ଗଁାର ସନିକଟ୍‌ ସାହୁ(୪୮)। ଦିନ୍‌ଥିଲା ସେ ବାହାଜଁାଗଲ୍‌ ମାଜି ମା’ବାପ୍‌, ସିଆନି ସଂଗେ ତିନ୍‌ ତିନଟା ଛୁଆପିଲାକୁ ପୁଷୁଥିଲେ। ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ସୁଖବାସୀ ଆନ୍‌। ହେଲେ ସୁଖେ ଦୁଖେ ପରିବାରଟା ଚଲି ଯାଉଥିଲେ। ଆଏଜ୍‌କେ ୧୫ ବଛର୍‌ ତଲେ ସନିକଟ୍‌ର ଦିହିପା ବନେ ବିଗଡି ଗଲା। ଏନ୍‌ତାଥି କମିହା ପୁଓକେ ଭଲ କରବାକେ ବାପ୍‌ ମୂରଲି ସାହୁ ମାଗିଯାଚି ତାହାକୁ ବୁର୍ଲା ଡାକ୍‌ତରଖାନା ନେଲେ। ଡାକ୍‌ତର କହେବାର ହିସାବେ ସନିକଟ୍‌ ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଉଷୋକଷା କରି ଭଲ କରବାକେ ହେଲେ ଉଚ ଧରନ୍‌ର ଚିକିଛା ଦରକାର। ହେଲେ ଟଁକା ପଏସା ଅଭାବୁ ମୂରଲି ମୁଡ଼କାନ ସୁଅଁାଲି ପୁଓକେ ଧରି ଘରକେ ଫିରିଆଏଲେ। ଗଁାରେ ଚେରମୂଲି, ବଇଦ୍‌ ଗୁନିଅଁା, ଫୁକାଝରା କଲେ। ହେଲେ ସନିକଟ୍‌ର ରୋଗ୍‌ କମ୍‌ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଗଲା। ବେଭାର ଆଚାର ବଦଲି ଗଲା, ଘରୁ ଯହିଁତହିଁ ପଲେଇ ବସଲେ। ପରିବାର ଲୋକ୍‌ ଇ ସବୁରୁ ମୁକ୍‌ତି ପାଏବାର ଲାଗି ସନିକଟ୍‌ର ଗୁଟେ ଲୁହା ଶିଁକ୍‌ଲା ବଁାଧିଦେଲେ। ଆଏଜ୍‌କେ ୪ ବଛର ହେଲା ଶନିକଟ୍‌ ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌। ଗଁାର ଦୁର୍ଗା ମଡ଼ପ ପାସେ ତାକର ଘର। ପରଛିରେ ଗୁଟେ ଗଁଧୁଆ ଖଟେ ଖୁଁଟ ଲେଖେଁ ବସି ସନିକଟ୍‌ ଦିନ ବିତଉଛନ୍‌। ଇଆଡ଼େ ମା’ବାପ୍‌ ଅପାରୁ ହେଲେନ। ଏହେଦେ ରାଶନ କାର୍ଡରେ ମିଲୁଥିବାର ସରକାରୀ ଚାଉଲ ଦୁରା ଆର ବୁଢ଼ାବୁଢ଼ି ପାଉଥିବାର ଭତା ପରିବାରର ସାହାଭରସା ପାଲଟିଛେ। ବଡ଼ାକଷ୍‌ଟେ ପୁଓ ଆର ନାତି ନାତେନକଁର ଲାଗି ମୂରଲି ଥିରପାଏନ୍‌ ଯୁଗାଡ଼ କରୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ଅସାହା ମୂରଲି ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନ, ସହୁରୁଦ୍‌ ଲୁକ୍‌କୁ ବିନ୍‌ତି କରିଛନ୍‌। ଯେ ମୋର ପୁଓକେ ନୁକୋ କରବାରେ ସାହାଯ୍‌ କରବା ମୁଇଁ ତାରଠାନେ ଯୁଗ ଯୁଗ ତକ୍‌ ଲଗ୍‌ତିଆ ହେଇ ରହିମି ବଲି ସେ କଁଦ୍‌କଁଦ୍‌ନିଅଁା ହେଇ କହିଛନ୍‌। ଇ ବାବ୍‌ଦେ ସରପଁଚ୍‌ ପ୍ରଭାତୀ ମେହେରକୁଁ ପଚରାଲାରୁ ସରକାରୀ ନିୟମ କାଣା ଅଛେ ମୁଇଁ ନାଇଁ ଜାନି। ବ୍ଲକ ପରଶାସନକେ ବୁଝି ଯେନ୍‌ଟା ହେବା ନିହାତି ଭାବେ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ...

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

OISFର ହେବ ଆଉ ଏକ ବାଟାଲିଅନ, ୧୦୪୦ ପଦବୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର, ୧୯ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’(ଓଆଇଏସ୍‌ଏଫ୍‌)ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୪(ବନ୍ଦନା ସେଠୀ) – ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍‌ଡମ୍‌ର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତି। ଶନିବାର ଲୋକସେବା ଭବନଠାରେ...

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର...

ଧରାପଡିଲେ ବାଇକ୍ ଚୋର ଗ୍ୟାଙ୍ଗ, ୨୩ବାଇକ୍ ଜବତ

ବରଗଡ଼, ୧୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ୍ ଏକ ବାଇକ ଚୋରି ରାକେଟକୁ ଠାବ କରିଛି। ଏହି ରାକେଟର...

ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ...

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image