ସୋରଡା,୧୦ା୪(ଡି.ଏନ୍.ଏ.)- ସୋରଡା ବ୍ଲକ ଅସୁରବନ୍ଧ ବନାଞ୍ଚଳ ଖାରିକୋଟି ଜଙ୍ଗଲରୁ ଶିକାରୀ ଗୁଳିରେ ଗୁରୁତର ହୋଇ ଦୌଡୁଥିବା ଏକ ମାଈ ହରିଣକୁ ବନ ବିଭାଗ କର୍ମଚାରୀ ଶୁକ୍ରବାର ଉଦ୍ଧାର କରିଛନ୍ତି। ସୋରଡା ପ୍ରାଣୀଧନ ଚିକିତ୍ସକ ଡାକ୍ତର ପ୍ରକାଶ ବିଶାଳ ୨ ଘଣ୍ଟା ଧରି ଆସ୍ତ୍ରୋପଚାର କରିଥିଲେ। ମାତ୍ର ହରିଣ ପେଟରେ ଗୁଳିଟି ରହିଯାଇଥିବା ଡାକ୍ତର ଅନୁମାନ କରିଛନ୍ତି। ତେଣୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ଶିରିପୂରସ୍ଥିତ ଓୟୁଏଟିକୁ ନେବାକୁ ବନବିଭାଗକୁ ପରାମର୍ଶ ଦେଇଛନ୍ତି। ବନାଧିକାରୀ ଭଗବାନ ବିଷୋୟୀ କହିଛନ୍ତି ଯେ, ଏବେ ହରିଣଟିକୁ ବିଭାଗର କଡା ନଜରରେ ରଖି ଚିକିତ୍ସା କରାଯିବ। ଗାଜଲବାଡି, ଅସୁରବନ୍ଧ ବନାଞ୍ଚଳର ଘଞ୍ଚ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ, ସମ୍ବର, କୁଟୁରା, ହରିଣ ରହୁଥିବାବେଳେ ଏଠାରେ ଅବାଧ ଶିକାର ହେଉଛି।